Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁମ୍ଵାଇ ଇଣ୍ଡିଆନ୍ସକୁ ବଡ଼ ଝଟକା, IPLରୁ ବାଦ୍ ପଡ଼ିଲେ ଆର୍ଚର, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ ନିଜର ଅନ୍ତିମ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛି। ଏହା ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଛି ଜୋରଦାର ଝଟକା। ଦଳର ତାକରା ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚରୁ ବାଦ୍ ପଡିଛନ୍ତି। ଏ ପର୍ଯ୍ୟନ୍ତ ମୁମ୍ବାଇ ଖେଳିଥିବା ୧୦ଟି ମ୍ୟାଚରୁ ଆର୍ଚର ୫ଟି ଖେଳିଥିଲେ। ହେଲେ ଆହତଜନିତ ସମସ୍ୟା କାରଣରୁ ସେ ଅବଶିଷ୍ଟ ମ୍ୟାଚ୍ ଖେଳି ପାରିବେ ନାହିଁ। ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ ବଦଳ ଖେଳାଳି ଘୋଷଣା କରିଛି। ଆର୍ଚରଙ୍କ ସ୍ଥାନରେ ଇଂଲଣ୍ଡର ତାଙ୍କ ସାଥୀ ଖେଳାଳି କ୍ରିସ୍ ଜୋର୍ଡାନଙ୍କୁ ଦଳରେ ସାମିଲ୍ କରାଯାଇଛି।

କ୍ରିସ୍ ଜୋର୍ଡାନ ୨୦୧୬ରେ ଆଇପିଏଲରେ ପଦାର୍ପଣ କରିଥିଲେ। ଏହା ପରଠୁ ସେ ଏ ପର୍ଯ୍ୟନ୍ତ ମୋଟ୍ ୨୮ଟି ମ୍ୟାଚ୍ ଖେଳି ୨୭ଟି ଓ୍ଵିକେଟ୍ ନେଇଛନ୍ତି। ଏହି ଦ୍ରୁତ ବୋଲର ୮୭ଟି ଅନ୍ତର୍ଜାତୀୟ ଟି-୨୦ରେ ଇଂଲଣ୍ଡର ପ୍ରତିନିଧିତ୍ଵ କରିଛନ୍ତି ଏବଂ ୯୬ ଓ୍ଵିକେଟ୍ ହାସଲ କରିଛନ୍ତି। କ୍ରିସ୍ ଜୋର୍ଡାନଙ୍କୁ ଡେଥ ଓଭରର ବିଶେଷଜ୍ଞ ବୋଲର କୁହାଯାଏ ଏବଂ ମୁମ୍ବାଇ ଇଣ୍ଡିଆନ୍ସକୁ ଏହି ଧରଣର ବୋଲରର ବହୁତ ଆବଶ୍ୟକତା ରହିଥିଲା ଯିଏ ଶେଷ ଓଭର ଗୁଡିକରେ ଓ୍ଵିକେଟ୍ ବାହାର କରିବା ସହ ରନ ବଞ୍ଚାଇ ପାରିବ।

ଜୋର୍ଡାନ ୨ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲରେ ସାମିଲ୍ ହୋଇଛନ୍ତି। ଜୋର୍ଡାନ ବହୁତ ଦିନ ପୂର୍ବରୁ ମୁମ୍ବାଇ ଶିବିରରେ ଥିଲେ ମାତ୍ର, ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରାଯାଇନଥିଲା। ଏବେ ଆଇପିଏଲ ଏବଂ ଖୋଦ୍ ଫ୍ରାଞ୍ଚାଇଜି ଏହାର ସୂଚନା ଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ କହିଛି ଯେ, କ୍ରିସ୍ ଜୋର୍ଡାନ ଜୋଫ୍ରା ଆର୍ଚରଙ୍କ ସ୍ଥାନରେ ଖେଳିବେ। ଆର୍ଚରଙ୍କ ରିକଭରି ଏବଂ ଫିଟନେସ୍ ଉପରେ ଇସିବି ଦ୍ଵାର ନଜର ରଖାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ