Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଳପାଲି ହାଇସ୍କୁଲ ସଂସ୍କୃତ ଶିକ୍ଷକ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା,ଶିକ୍ଷକ ଙ୍କୁ ଭାବ ବିହ୍ଵଳିତ ବିଦାୟ।

କଳାହାଣ୍ଡି:୦୯/୦୪
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସର ରେ ପୁରାତନ ଛାତ୍ର ସଂସଦ ତରଫରୁ ସଂସ୍କୃତ ଶିକ୍ଷକ ସୁରେନ୍ଦ୍ର କୁମାର ନାୟକ ଙ୍କୁ ଭବ୍ୟ ବିଦାୟ କାଳୀନ ସମ୍ବଦ୍ଧନା ଜ୍ଞାପନ କରାଯାଇଥିଲା । ସଭାର ସଭାପତି ବ୍ରଜେନ୍ଦ୍ର କୁମାର ପଟ୍ଟଯୋଷୀ ଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳନା ହୋଇଥିବା ବେଳେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥ୍‌ ଭାବେ ମାନ୍ୟବର ବିଧାୟକ ଲାଞ୍ଜିଗଡ଼ ପ୍ରଦୀପ କୁମାର ଦିଶାରି, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ସମ୍ମାନିତ ଅତିଥି ଭାବେ ଅଧ୍ଯକ୍ଷ, ପଞ୍ଚାୟତ ସମିତି ଥବିର ବାଗ, ଉପାଧ୍ଯକ୍ଷ ଜାନକୀ ବାଣୁଆ, ଗୋଷ୍ଠି ଶିକ୍ଷା ଅଧୂକାରୀ ଜୟପାଟଣା, ପ୍ରେମ ନାରାୟଣ ପଣ୍ଡା,ସରପଞ୍ଚ ରେଙ୍ଗାଲପାଲି ଐଶ୍ଚର୍ଯ୍ୟ କୁମାର ଦାସ, ପ୍ରଧାନ ଶିକ୍ଷକ ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ରେଙ୍ଗାଲପାଲି ରବୀନ୍ଦ୍ର କୁମାର ମୁଣ୍ଡ, ମଞ୍ଚାସିନ ଥିଲେ ଛାତ୍ର ସଂସଦ ସାଧାରଣ ସମ୍ପାଦକ ସ୍ବାଗତ ବକ୍ତବ୍ୟ ଦେବାବେଳେ କାର୍ଯକ୍ରମ ଉଦ୍ଦେଶ୍ୟ ସଭାପତି ସନ୍ତୋଷ କୁମାର ନାଏକ ପ୍ରଦାନ କରିଥିଲେ। ସମ୍ବର୍ଦ୍ଧନା ସଭାରେ ପୂର୍ବତନ ଶିକ୍ଷକ ସମୂହ, ସମସ୍ତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନଙ୍କୁ ସମ୍ବଦ୍ଧନା ଜ୍ଞାପନ କରାଯାଇଥିଲା ।ଛାତ୍ର ସଂସଦ ତରଫରୁ ବିଦ୍ୟାଳୟ ଉନ୍ନତି ପାଇଁ ତଥା ଶିକ୍ଷକ ସମସ୍ୟା ପାଇଁ ଅତିଥ୍‌ ସମୂହ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା । । ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ୦୭/୦୭/୧୯୮୮ ମସିହା ରେ ସ୍ଥାପିତ ହୋଇ ୩୫ ଟି ବର୍ଷ ଦୀର୍ଘ ସମୟ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଗଠନ କରିବାରେ ସମସ୍ୟ। ହୋଇଅଛି ଯାହା ଆଦ୍ୟ ସଭାରେ ଅତିଥୂ ଗଣ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ସଭା କାର୍ଯ୍ୟ ଲଳିତ କୁମାର ନାଏକ, ବୁଧୂରମ୍ ନାଏକ ପରିଚାଳନା କରିଥ‌ିବା ବେଳେ, ଧନ୍ୟବାଦ ହିମାଞ୍ଚଳ ରାଉତ, ମାନ ପତ୍ର ନବ କିଶୋର ନାଏକ ପଠନ କରିଥିଲେ।