Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିକେ ପାଣ୍ଡିଆନଙ୍କ ମାମଲତି ଉପରକୁ ପ୍ରଶ୍ନ ଉଠାଇଥିବା ନେତାମାନଙ୍କ ପତ୍ତା କଟିବ!

ବିଜେଡିର ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦ ସଦସ୍ୟ ଚୟନ ଚାଲିଛି। ରାଜ୍ୟ ପରିଷଦରେ ୩୭୦ ସଦସ୍ୟ ରହିବେ। ଏମାନଙ୍କ ମଧ୍ୟରୁ ୮୧ ଜଣ ରାଜ୍ୟ କାର୍ଯ୍ୟକାରିଣୀରେ ରହିବେ। ୧୭ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ସରିବ। ୧୯ ତାରିଖରେ ନବୀନ ପଟ୍ଟନାୟକଙ୍କୁ ପୁନର୍ବାର ରାଜ୍ୟ ସଭାପତି କରିବା ପାଇଁ ଆପାତତଃ ନିଷ୍ପତ୍ତି ହୋଇଛି। ୧୬ଟି ଜିଲ୍ଲାର ଜିଲ୍ଲା ସଭାପତି ପଦବି ପାଇଁ ନାଁ ଚୂଡ଼ାନ୍ତ ହୋଇଛି

ପାଣ୍ଡିଆନଙ୍କୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ବଢ଼ିବାରେ ଲାଗିଛି। ନବୀନଙ୍କ ନାଲି ଆଖି ଏହି ଅସନ୍ତୋଷର ନିଆଁକୁ ତେଜିବାକୁ ଇନ୍ଧନ ଯୋଗାଇଛି। ଯଦିଓ ଖୋଲାଖୋଲି ଭାବେ ଦଳୀୟ ନେତୃତ୍ବ ବିରୋଧରେ କେହି ବିଦ୍ରୋହ କରିନାହାନ୍ତି, କିନ୍ତୁ ଭିତରେ ଭିତରେ ଏହାକୁ ବିରୋଧ କରୁଛନ୍ତି। ନେତାମାନେ ବିଭିନ୍ନ ଜାଗାରେ ଦଳ ଦଳ ହୋଇ ପରବର୍ତ୍ତୀ ଯୋଜନା ପ୍ରସ୍ତୁତ କରୁଛନ୍ତି। ଅନ୍ୟ ପଟେ ମେଳି କରୁଥିବା ନେତାଙ୍କ ପ୍ରଭାବ ସଂଗଠନରେ ହ୍ରାସ କରିବାକୁ ଷଡ଼୍ଯନ୍ତ୍ର ଚାଲିଛି। ଏଥି ପାଇଁ ନବୀନ ନିବାସରେ ବ୍ଲୁ ପ୍ରିଣ୍ଟ୍ କରାଯାଉଛି। କାରଣ ଜିଲ୍ଲା ସଭାପତି ଓ ସଂଗଠନ କର୍ମକର୍ତ୍ତା ଚୟନରେ କୌଣସି ଜଣେ ନେତାଙ୍କ ପ୍ରାଦୁର୍ଭାବ ଅଧିକ ହୋଇପାରୁ ନାହିଁ। ପୂର୍ବରୁ ବିଜେଡିର ଅଘୋଷିତ ତୃତୀୟ କ୍ଷମତାକେନ୍ଦ୍ର ଥିବା ପ୍ରଣବ ପ୍ରକାଶ ଦାସ କର୍ମକର୍ତ୍ତା ମନୋନୟନରେ ମନମାନି କରିବାକୁ ଚେଷ୍ଟା କରୁଥିଲେ ବି ସେଥିରେ ଶତ ପ୍ରତିଶତ ସଫଳ ହୋଇପାରୁ ନାହାନ୍ତି। ତାଙ୍କୁ ଛକିଛନ୍ତି ଆଉ ୬ ଜଣ ନେତା ପ୍ରତାପ ଦେବ, ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚ୍ଚୀ ନାୟକ। ଏହି ୬ ନେତା ଓ ପ୍ରଣବ ପ୍ରକାଶ ମିଳିତ ଭାବେ କର୍ମକର୍ତ୍ତା ଚୟନ କରୁଥିବା ଜଣାପଡ଼ିଛି। ଏମାନଙ୍କ ଭିତରେ ଛକାପଞ୍ଝା ଯୋଗୁ କର୍ମକର୍ତ୍ତା ଚୟନରେ ବି ଅଡ଼ୁଆ ସୃଷ୍ଟି ହେଉଛି।

ପ୍ରଭାତ ତ୍ରିପାଠୀଙ୍କ ଉପରେ ରାଗ ସୁଝାଇବାକୁ ଏବେ ତାଙ୍କ ପୁଅ ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ସାଂଗଠନିକ ଦାୟିତ୍ବରୁ ଦୂରେଇ ରଖିବାକୁ ଷଡ଼୍ଯନ୍ତ୍ର ରଚନା କରାଯାଇଛି। ପୂର୍ବରୁ ଛାତ୍ର ଶାଖା ସଭାପତି ଥିବା ଦେବୀ ରଞ୍ଜନ ଏଥର ଯୁବ ଶାଖାର ସଭାପତି ହେବା ଦୌଡ଼ରେ ଆଗରେ ଥିଲେ। କିନ୍ତୁ ତାଙ୍କୁ ଆଉ ସଭାପତି କରାନଯିବାକୁ ଯୋଜନା ହୋଇଛି। ପୂର୍ବରୁ ଯୁବ ସଭାପତି ଥିବା ବ୍ୟୋମକେଶ ରାୟଙ୍କୁ ଆଉ ଥରେ ଯୁବ ସଭାପତି କରିବାକୁ ଲୋଭ ଦେଖାଇ ସାମାଜିକ ଗଣମାଧ୍ୟମରେ ରିଲ୍ସ୍ କରିବାକୁ ଯୁବ ନେତାମାନଙ୍କୁ କହିବା ପାଇଁ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଏହି ରିଲ୍ସ୍ ପ୍ରଭାବୀ ସାବ୍ୟସ୍ତ ହେଲା ନାହିଁ। ବହୁ ଅନୁରୋଧ ପରେ ଖୁବ୍ କମ୍ ଯୁବନେତା ରିଲ୍ସ୍ କରିଥିବା ଦେଖିବାକୁ ମିଳିଥିଲା। ଶ୍ରୀ ରାୟ ସଫଳତାର ସହ ଏହା ଯୋଜନାକୁ କାର୍ଯ୍ୟକାରୀ କରାଇପାରି ନଥିବାରୁ ତାଙ୍କୁ କେତେଦୂର ଭରସା କରାଯିବ, ତାହାକୁ ନେଇ ଚର୍ଚ୍ଚା ଚାଲିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ