Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ଠାରେ ବ୍ରାହ୍ମଣ ସମାଜ ପକ୍ଷରୁ ପର୍ଶୁରାମ ଜନ୍ମୋତ୍ସବ ପାଳିତ ।

କଳାହାଣ୍ଡି:୨୯/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ବ୍ରାହ୍ମଣ ସମାଜପକ୍ଷରୁ ମଙ୍ଗଳବାର ଲଡୁଗାଁ ଜଗନ୍ନାଥ ମନ୍ଦିର ପରିସରରେ ଭଗବାନ ପର୍ଶୁରାମଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। ପର୍ଶୁରାମ ଜୟନ୍ତୀ ଅବସରରେ ଲଡୁଗାଁ ମାଝୀପଡା ଶିବ ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରା ବାହାରି ହନୁମାନ ଛକ ଦେଇ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିଥିଲେ। ଏହାପରେ ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ ପାଳନ ଓ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବ ରେ ବ୍ରାହ୍ମଣ ସାମାଜ ର ସଭାପତି ତ୍ରିନାଥ ଠାକୁର ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ପୂଜାକାର୍ଯ୍ୟ, ସାମୁହିକ ଆରତୀ, ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକ ମାନଙ୍କ ଉଦ୍ଦେଶ୍ୟରେ ଶୋକସଭା ପାଳନ କରାଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଶୀ, ମୁଖ୍ୟ ବକ୍ତା ଭାବେ ଶିକ୍ଷକ ସୁଧୀର କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ରାଧେଶ୍ୟାମ ଅଗ୍ରୱାଲ ଯୋଗଦେଇ ଥିଲେ। ବ୍ଳକ ସଭାପତି ଶ୍ରୀମନ୍ତ ପାଢୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ସଭା ରେ ବ୍ରାହ୍ମଣ ସମାଜ ର ମେଧାବୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ବ୍ଲକ ସମ୍ପାଦକ ଇଶ୍ବରୀ ପ୍ରସାଦ ଅଗସ୍ତି ଓ ପର୍ଶୁରାମ ସେନା ସଭାପତି ଗୋଦାବରୀଶ ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବ୍ଳକ ସମ୍ପାଦକ ସଞ୍ଜୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ପର୍ଶୁରାମ ସେନା ପକ୍ଷରୁ ଶ୍ରବଣ ପାଢ଼ୀ, ଶଶାଙ୍କ ପାଢ଼ୀ, ରାଜୁ ଶର୍ମା,ଜିତେନ୍ଦ୍ର ପଣ୍ଡା, ଦାଶରଥି ବେହେରା, ଭୁବନେଶ୍ଵର ପୁରୋହିତ, ଭାରତ ଭୁଷଣ ଠାକୁର,ଶ୍ରୀକାନ୍ତ ଶର୍ମା, ମନୋଜ ଶର୍ମା, ଅମୂଲ୍ୟ ଅଗସ୍ତି, ସତ୍ୟନାରାୟଣ ଠାକୁର, ମନୋରଞ୍ଜନ ପୁରୋହିତ,ସୁଶିଳ ପାଢ଼ୀ,ରାଜେଶ ଖାନସମା,ଜୟ ଶଙ୍କର ପାଠୀ,ଅମିତ ଶର୍ମା, ପ୍ରଜ୍ଞାବାହିନୀ ସଭାନେତ୍ରୀ ସୀମନ୍ତିନୀ ପଣ୍ଡା, ସମ୍ପାଦିକା ବିଷ୍ଣୁପ୍ରିୟା ଠାକୁର ସମେତ ବ୍ଳକର ବିଭିନ୍ନ ସ୍ଥାନରୁ ସମାଜର କର୍ମକର୍ତ୍ତା, ପ୍ରଜ୍ଞାବାହିନୀ ଓ ପର୍ଶୁରାମ ସେନାର ଶତାଧିକ ସଦସ୍ୟ ଯୋଗଦେଇ ଥିଲେ।