ପ୍ରଧାନଶିକ୍ଷକ, ଶିକ୍ଷକଙ୍କ ବଦଳି ପାଇଁ ଆବେଦନ; ଜାଣନ୍ତୁ କ’ଣ ରହିଛି ନିୟମ ?


ଆଜିଠାରୁ ୨୦୨୫-୨୬ ଶିକ୍ଷାବର୍ଷ ଲାଗି ସରକାରୀ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କ ବଦଳି ଆବେଦନ ଆରମ୍ଭ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଏନେଇ ସଂଶୋଧିତ କ୍ୟାଲେଣ୍ଡର ପ୍ରକାଶ ପାଇଛି ।

ଜୁନ୍‌ ୧୩ ସୁଦ୍ଧା ଏହି ବଦଳି ପ୍ରକ୍ରିୟା ଶେଷ କରିବାକୁ ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

ଉକ୍ତ କ୍ୟାଲେଣ୍ଡର ଅନୁସାରେ, ମେ ୧୫ରୁ ୩୦ ପର୍ଯ୍ୟନ୍ତ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ପ୍ରଧାନ ଶିକ୍ଷକମାନେ ବଦଳି ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ୩୧ ସୁଦ୍ଧା ଜିଲା ଶିକ୍ଷା ଅଧିକାରୀମାନେ ଆବେଦନ ଫର୍ମଗୁଡ଼ିକର ଯାଞ୍ଚ କରିବା ସହିତ ଅପ୍‌ଲୋଡ କରିବେ।

୫ ଜୁନ୍‌ ସୁଦ୍ଧା ମେଡିକାଲ ମାମଲାଗୁଡିକୁ ମେଡିକାଲ ବୋର୍ଡକୁ ପଠାଯିବ। ଜୁନ ୧୦ ମଧ୍ୟରେ ମେଡିକାଲ ପରୀକ୍ଷା ଓ ରିପୋର୍ଟକୁ ଗ୍ରହଣ କରାଯିବ। ୧୧ ତାରିଖ ମଧ୍ୟରେ ଯୋଗ୍ୟ ପ୍ରାର୍ଥୀଙ୍କ ଡ୍ରାଫ୍ଟ ଲିଷ୍ଟ ପ୍ରସ୍ତୁତ ହେବ। ୧୩ରେ ରାଜ୍ୟସ୍ତରରେ ସ୍ଥାନାନ୍ତର କମିଟି ଦ୍ୱାରା ପ୍ରଧାନଶିକ୍ଷକ ଏବଂ ଶିକ୍ଷକଙ୍କ ଆନ୍ତଃଜିଲା ସ୍ଥାନାନ୍ତର ପାଇଁ ଯୋଗ୍ୟ ତାଲିକାର ଯାଞ୍ଚ କରାଯିବା ସହିତ ଅନୁମୋଦନ କରାଯିବ।

ସେହିପରି ଜିଲାସ୍ତରରେ ସ୍ଥାନାନ୍ତର କମିଟି ଦ୍ୱାରା ଅନ୍ୟ ଶିକ୍ଷକଙ୍କ ସ୍ଥାନାନ୍ତର ପାଇଁ ଯୋଗ୍ୟ ତାଲିକାର ଯାଞ୍ଚ କରାଯିବ। ସେହିଦିନ ହିଁ ବଦଳି ନିର୍ଦ୍ଦେଶ ଜାରି କରାଯିବ। ଅଗଷ୍ଟ ୧୦ ସୁଦ୍ଧା ରିଲିଭ୍‌ ଓ ଯୋଗଦେବା କାର୍ଯ୍ୟ ସରିବ। ଅଗଷ୍ଟ ୧୦ରୁ ୧୭ଯାଏ ଶିକ୍ଷକଙ୍କ ପ୍ରୋଫାଇଲ ପୁଣିଥରେ ଖୋଲାଯିବ।

ଏହି ବଦଳି ପ୍ରକ୍ରିୟାରେ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କ ଅନୁପାତକୁ ଅନୁଧ୍ୟାନ କରାଯିବ। ସେହି ଅନୁସାରେ ଶିକ୍ଷକ ନିଯୁକ୍ତି ପାଇଁ ମେ ୩୧ ସୁଦ୍ଧା ତାଲିକା କରାଯିବ। ଜିଲା ଶିକ୍ଷା ଅଧିକାରୀ ୨୫ ଜୁନ ସୁଦ୍ଧା ବଦଳି ପାଇଁ ତାଲିକା ପ୍ରସ୍ତୁତ କରିବେ। ୨୫ ଜୁନ ମଧ୍ୟରେ ସମସ୍ତ ଶିକ୍ଷକଙ୍କୁ ବଦଳି ପାଇଁ ଅନୁମତି ପ୍ରଦାନ କରାଯିବା ସହିତ ୩୦ ଜୁନ ମଧ୍ୟରେ ବଦଳି ଅର୍ଡର ବାହାର କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ସେହିପରି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କ ବଦଳି ନେଇ ମେ ୧୭ ସୁଦ୍ଧା ପ୍ରତି ଜିଲାର ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ଅନୁପାତ ଦେବାକୁ ଓସେପାକୁ ନିର୍ଦ୍ଦେଶ ଦିଆଯାଇଛି। ମେ’ ୧୫ରୁ ୩୦ ପର୍ଯ୍ୟନ୍ତ ଶିକ୍ଷୟିତ୍ରୀ ଶିକ୍ଷକମାନେ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଜୁନ୍‌ ୩ ସୁଦ୍ଧା ପ୍ରସ୍ତାବଗୁଡ଼ିକୁ ବ୍ଲକ ଶିକ୍ଷା ଅଧିକାରୀମାନେ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ପଠାଇବେ।

ସେହିପରି ୫ରେ ସମସ୍ତ ପ୍ରସ୍ତାବଗୁଡ଼ିକୁ ନିର୍ଦ୍ଦେଶକ (ଆନ୍ତଃ ଜିଲା)ଙ୍କୁ ପଠାଯିବ। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଡିଏଲ୍‌ଟିସିମାନେ ଜୁନ୍‌ ୯ରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଅନୁମୋଦନ କରିବେ। ଜୁନ୍‌ ୧୧ରେ ଓସେପା ଓ୍ବେବ୍‌ସାଇଟ୍‌ରେ ବଦଳି ତାଲିକା ପ୍ରକାଶ ପାଇବ ଓ ୧୩ରେ ବଦଳି ସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ ରହିଛି।

ଶିକ୍ଷକ ବଦଳି ସୁପାରିସ କରିପାରିବେ MP ଓ MLA; ଜାଣନ୍ତୁ କ’ଣ ରହିଛି ନିୟମ ?

ରାଜ୍ୟରେ ଶିକ୍ଷକ ବଦଳି ପାଇଁ MP ଓ MLA ସୁପାରିସ କରିପାରିବେ । ନିଜ ନିର୍ବାଚନ ମଣ୍ଡଳୀର ସର୍ବାଧିକ ୧୫ ଜଣ ଶିକ୍ଷକ (ପ୍ରାଥମିକ ଏବଂ ମାଧ୍ୟମିକ ଉଭୟ ଅନ୍ତର୍ଭୁକ୍ତ)ଙ୍କ ବଦଳି ସୁପାରିସ କରିପାରିବେ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି ।

ନିଜ ନିର୍ବାଚନ ମଣ୍ଡଳୀରେ ବଦଳି ସୁପାରିସ କରିପାରିବେ ବିଧାୟକ ଓ ସାଂସଦ । ସର୍ବାଧିକ ଭାବରେ ୧୫ ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ ପରିପାରିବେ । ଏପଟେ ବଦଳି ନେଇ ସୁପାରିସ ପତ୍ର ଜିଲ୍ଲାପାଳଙ୍କୁ ଦାଖଲ କରିବେ । ମେ’୧୫ ରୁ ଜୁନ୍‌ ୧୫ ମଧ୍ୟରେ ବଦଳି ପ୍ରସ୍ତାବ ସହ କାର୍ଯ୍ୟକାରୀ କରାଯିବ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କଣ ରହିଛି ନିୟମ:

ଏହି ନୀତିର ଉଲ୍ଲଂଘନ କରିବା ଉଚିତ୍ ନୁହେଁ ।
ଜରୁରୀ ଆବଶ୍ୟକତା ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ପ୍ରାଥମିକତା ଦିଆଯିବା ଆବଶ୍ୟକ ।
କୌଣସି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସ୍ଥାନାନ୍ତର କରାଯିବା ଉଚିତ୍ ମନେକରାଜିବ ନାହିଁ ।
ଏହା କେବଳ ଜିଲ୍ଲା ମଧ୍ୟରେ ସ୍ଥାନାନ୍ତର ପାଇଁ ପ୍ରଯୁଜ୍ୟ ଅଟେ ।
ସାଂସଦ / ବିଧାୟକଙ୍କ ପ୍ରସ୍ତାବ ସଂପୃକ୍ତ ଜିଲ୍ଲା କଲେକ୍ଟରଙ୍କ ନିକଟରେ ଦାଖଲ କରିବେ । ଯାହା DLTC ଦ୍ଵାରା ଏହାର ସମାଧାନ କରାଯିବ ।ଯେଉଁଠାରେ ସଂସଦୀୟ ନିର୍ବାଚନ ମଣ୍ଡଳୀ ଗୋଟିଏରୁ ଅଧିକ ଜିଲ୍ଲା ରହିଥିବ, ସେହି ସଂସଦୀୟ କ୍ଷେତ୍ର ମଧ୍ୟରେ ଥିବା ଅନ୍ୟ କଲେକ୍ଟରମାନଙ୍କୁ ସୂଚିତ କରି ସମ୍ପୃକ୍ତ DLTC ଦ୍ୱାରା ସମାଧାନ ପାଇଁ ପ୍ରସ୍ତାବଗୁଡ଼ିକ ନୋଡାଲ୍ କଲେକ୍ଟର (ସେହି ସଂସଦୀୟ କ୍ଷେତ୍ରର ରିଟର୍ଣ୍ଣିଂ ଅଧିକାରୀ)ଙ୍କ ନିକଟରେ ଦାଖଲ କରାଯିବ । ସାଂସଦ (ରାଜ୍ୟସଭା) କ୍ଷେତ୍ରରେ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସୂଚିତ କରି ତାଲିକା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟକୁ ଦାଖଲ କରାଯାଇପାରିବ । DSE ତାଲିକାଟିକୁ DLTCଙ୍କ ଦ୍ୱାରା ସମାଧାନ ପାଇଁ DEEଙ୍କୁ ସୂଚିତ କରି ସମ୍ପୃକ୍ତ କଲେକ୍ଟରଙ୍କ ନିକଟକୁ ପଠାଇବେ ।
ଏହି ପ୍ରସ୍ତାବ ଅଧିବେଶନ (୧୫ ମେ’ରୁ ୧୫ ଜୁନ୍) ମଧ୍ୟରେ ସମସ୍ତ ପ୍ରସ୍ତାବ ଦାଖଲ କରାଯିବା ଆବଶ୍ୟକ ।
ଏହି ବ୍ୟବସ୍ଥା ଥରକ ପାଇଁ ଲାଗୁ, ଯାହା କେବଳ ଚଳିତ ଶିକ୍ଷାବର୍ଷ ପାଇଁ ପ୍ରଯୁଜ୍ୟ ।
କେତେ ଖାଲି ପଡିଛି ଶିକ୍ଷକ ପଦବୀ

ହାଇସ୍କୁଲରେ ଶିକ୍ଷକ ଅଭାବ ବିଶେଷ ଭାବରେ ସ୍କୁଲରେ ପର୍ଯ୍ୟାପ୍ତ ପରିମାଣରେ ଶିକ୍ଷକ ନାହାନ୍ତି । ହଜାର ହାଜର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଫେବୃଆରୀ ୧ ଯାଏଁ ମିଳିଥିବା ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ୨୨୫୦ ପ୍ରଧାନ ଶିକ୍ଷକ ପଦ ଖାଲି ପଡ଼ିଛି । ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି ତାହା ନୁହେଁ ବରଂ ହଜାର ହଜାର ସହକାରୀ ଶିକ୍ଷକ, କ୍ଲର୍କ, ପିଅନ, ନାଇଟ ୱାଚମ୍ୟାନ ପଦବୀ ଖାଲି ପଡ଼ିଛ । ଫେବୃଆରୀ ୧ ତାରିଖ ସୁଧା ରାଜ୍ୟରେ ଥିବା ସମସ୍ତ ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ୨୨୫୦ଟି ପ୍ରଧାନ ଶିକ୍ଷକଙ୍କ ପଦବୀ ଖାଲି ପଡିଥିବା ବେଳେ ୫୧୯୯ଟି ସହକାରୀ ଶିକ୍ଷକଙ୍କ ପଦବୀ ଖାଲିପଡିଛି । ସେହିପରି ଭାବରେ କ୍ଳର୍କ ପଦବୀ ୬୧୧ ସହିତ ୫୦୮୮ଟି ପିଅନ ପଦବୀ ଖାଲି ପଡିଛି । ୧୫୫୦ଟି ନାଇଟୱାଚ କମ୍‌ ସୁଇପର ପଦବୀ ଖାଲିପଡିଛି ।