Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଏହି ବିବାଦୀୟ ନିୟମ ଶେଷ କରିବ ICC, ଏହି ତାରିଖରୁ ହୋଇପାରେ ଆରମ୍ଭ

ନୂଆଦିଲ୍ଲୀ: କ୍ରିକେଟରେ ସଫ୍ଟ ସିଗ୍ନାଲ ନିୟମ ଅନ୍ତତଃ ଶେଷ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ଏହି ନିୟମକୁ ଅନ୍ତର୍ଜାତୀୟ ମ୍ୟାଚରୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛି। ଖାସ୍ କଥା ଏହା ଯେ, ଏହି ନିୟମ ଜୁନ ୭ରୁ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପରେ ଲାଗୁ ହେବ ନାହିଁ। ଡବ୍ଲ୍ୟୁଟିସି ଫାଇନାଲ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନର ଓଭାଲ ପଡ଼ିଆରେ ଖେଳାଯିବ।

କୁହାଯାଉଛି ଏହି ନିଷ୍ପତ୍ତିକୁ ସୌରଭ ଗାଙ୍ଗୁଲି ମଞ୍ଜୁରୀ ଦେଇଛନ୍ତି, ଯିଏ ଆଇସିସି କ୍ରିକେଟ୍ କମିଟିର ଅଧ୍ୟକ୍ଷ। ସଫ୍ଟ ସିଗ୍ନାଲକୁ ଶେଷ କରାଯିବାର ସୂଚନା ଆଇସିସି ଡବ୍ଲ୍ୟୁଟିସିର ଦୁଇ ଫାଇନାଲିଷ୍ଟ ଭାରତ ଏବଂ ଅଷ୍ଟ୍ରେଲିଆକୁ ଦେଇଛି। ଏହା ବ୍ୟତୀତ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଡବ୍ଲ୍ୟୁଟିସି ଫାଇନାଲ୍ ମ୍ୟାଚ୍ ସମୟରେ ଖରାପ ଆଲୋକ ପରିସ୍ଥିତି ଉପୁଜେ ତେବେ ଫ୍ଲଡ୍ ଲାଇଟରେ ମ୍ୟାଚ୍ ଖେଳା ଯାଇପାରେ। ମ୍ୟାଚ୍ ପାଇଁ ଗୋଟିଏ ଦିନ ରିଜର୍ଭ ଡେ ରଖାଯାଇଛି।

ସଫ୍ଟ ସିଗ୍ନାଲ ନିୟମକୁ ନେଇ କ୍ରିକେଟର ଅନେକ ବରିଷ୍ଠ ଖେଳାଳି ମଧ୍ୟ ପ୍ରଶ୍ନ ଉଠାଇ ସାରିଛନ୍ତି। ଅନେକ ପୂର୍ବତନ ଏବଂ ବର୍ତ୍ତମାନ ଖେଳାଳି ଏହି ନିୟମ ବନ୍ଦ କରିବାକୁ ଦାବି କରି ସାରିଛନ୍ତି। ଏପରି କି ବିଶେଷଜ୍ଞଙ୍କ ମତରେ ସଫ୍ଟ ସିଗ୍ନାଲ ନିୟମକୁ ହଟାଇଦେବା ଉଚିତ୍। କେବଳ ତୃତୀୟ ଅମ୍ପାୟରଙ୍କୁ ଏହି ବିଷୟରେ ନିଷ୍ପତ୍ତି ନେବା ଉଚିତ୍। କାରଣ ତାଙ୍କ ନିକଟରେ ଅତ୍ୟାଧୁନିକ ଜ୍ଞାନ କୌଶଳ ରହିଥାଏ। ଇଂଲଣ୍ଡର ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ମଧ୍ୟ ଏହି ବିବାଦୀୟ ନିୟମ ଉପରେ ପ୍ରଶ୍ନ ଉଠାଇଥିଲେ।

କଣ ଏହି ସଫ୍ଟ ସିଗ୍ନାଲ ନିୟମ
ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ନିୟମ ଅନୁଯାୟୀ, ସଫ୍ଟ ସିଗ୍ନାଲ ଅମ୍ପାୟରଙ୍କ ପକ୍ଷରୁ ତୃତୀୟ ଅମ୍ପାୟର ପାଇଁ ଏକ ଭିଜୁଆଲ କମ୍ୟୁନିକେସନ। ଏହା ପୂର୍ବରୁ ପଡିଆ ଅମ୍ପାୟର ନିଜର ନିର୍ଣ୍ଣୟ ଦେଇଥାନ୍ତି, ପୁଣି ଏହି ନିର୍ଣ୍ଣୟ ଉପରେ ଥାର୍ଡ ଅମ୍ପାୟରଙ୍କ ରିଭ୍ୟୁ ନିଆଯାଏ।

ଉଦାହରଣ ସ୍ଵରୂପ, କୌଣସି ବ୍ୟାଟରଙ୍କୁ ପଡ଼ିଆ ଅମ୍ପାୟର କ୍ୟାଚ୍ ଆଉଟ୍ ଦିଆଯାଏ, ମାତ୍ର ଏହି କ୍ୟାଚ୍ ସନ୍ଦିଗ୍ଧ ଥାଏ। ଯଦି ଭିଡିଓ ଫୁଟେଜରେ କ୍ୟାଚ୍ ନେଇ ଅମ୍ପାୟରକୁ ପର୍ଯ୍ୟାପ୍ତ ପ୍ରମାଣ ନମିଳେ ତେବେ ପଡ଼ିଆ ଅମ୍ପାୟରଙ୍କ ନିର୍ଣ୍ଣୟ ସର୍ବମାନ୍ୟ ହୋଇଥାଏ।