ଜଳ କଷ୍ଟ ଭୋଗୁଛନ୍ତି ଦୁର୍ଜନତୈଲା ଗ୍ରାମବାସୀ


ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁରର ଉପାନ୍ତ ଅଞ୍ଚଳ ଭାବେ ପରିଗଣିତ ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲl ପଞ୍ଚାୟତର ସଦର ଗାଁ ଟି ଏବେ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅବସ୍ଥା ଭୋଗୁଛନ୍ତି l ଉକ୍ତ ଗ୍ରାମର ପ୍ରାୟ ଏକ ଶହ ମିଟର ଦୂରରେ ରହିଛି ହରିହର ଯୋର୍ ଜଳସେଚନ ପ୍ରକଳ୍ପ l ହେଲେ ଗ୍ରାମବାସୀ ପାନୀୟ ଜଳ ଟୋପାଏ ପାଇଁ ଛଟପଟ ହେଉଛନ୍ତି l ଏହି ଗ୍ରାମରେ ଗୋଟିଏ ପରେ ଗୋଟିଏ ପାନୀୟ ଜଳ ପ୍ରକଳ୍ପ ତିନୋଟି ନିର୍ମିତ ହୋଇଛି l ହେଲେ କେଉଁଠି କାମକୁ ନୁହଁ l ପ୍ରଥମ ପ୍ରକଲ୍ପ ଟି ବୋରିଂ ସାହାଯ୍ୟରେ ଓଭର ହେଡ୍ ଟ୍ୟାଙ୍କକୁ ପାଣି ଉଠାଇ ଯୋଗାଣ ଆରମ୍ଭ ହେବାର ତିନିରୁ ଚାରି ମାସ ପରେ ବୋରିଂ ରୁ ପାଣି ନ ବାହାରିବାରୁ ପ୍ରକଳ୍ପ ବନ୍ଦ ହୋଇଗଲା l ଦ୍ଵିତୀୟ ପ୍ରକଳ୍ପଟି ଡ୍ୟାମ୍ ଭିତରେ ଏକ ବୋରିଂ କରି ଓଭର୍ ହେଡ୍ ଟ୍ୟାଙ୍କ୍ ଜରିଆରେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା l ହେଲେ ମୋଟର କୁ ଯାଇଥିବା ତାର ଚୋରି ହୋଇଯିବା ବାହାନା କରି ପ୍ରକଳ୍ପଟିକୁ ବନ୍ଦ କରି ଦିଆଗଲା l ଏହି ପ୍ରକଳ୍ପର ପାଞ୍ଚ ମିଟର ଦୂରରେ ଓଭର୍ ହେଡ୍ ଟ୍ୟାଙ୍କ୍ ଥିବାବେଳେ ପୁଣି ଆଉ ଏକ ଟ୍ୟାଙ୍କ୍ ନୂଆଁ କରି ତିଆରି କରାଗଲା l ଲକ୍ଷାଧିକ ଟଙ୍କା ବ୍ୟୟ ରେ ନିର୍ମାଣ କରାଯାଉଥିବା ପ୍ରକଳ୍ପ ଗୁଡିକର ଠିକ୍ ଭାବେ ତଦାରଖ କରାଯାଇ ନ ଥିବାରୁ ଏହିଭଳି ସମସ୍ୟା ବାରମ୍ବାର ଦେଖା ଯାଉଥିବା ଗ୍ରାମବାସୀ କୁହନ୍ତି l ଅପର ପକ୍ଷରେ ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ମଧୁଚନ୍ଦ୍ରିକାରେ ପ୍ରକଳ୍ପ ଅସମ୍ପୂର୍ଣ୍ଣ ଥାଇ ଠିକ୍ ଠାକ୍ ଥିବା ଦର୍ଶାଇ ଠିକାଦାର ଫେରାର୍ ମାରୁଥିବା ଗ୍ରାମବାସୀ ଅଭିଯୋଗ କରନ୍ତି l ଫଳରେ ବର୍ଷ ତମାମ ସବୁବେଳେ ପାନୀୟ ଜଳ ସମସ୍ୟା ଲାଗିରହିଥିବା ଦେଖାଯାଏ l ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଆସନ୍ତା ସପ୍ତାହ ଭିତରେ ସବୁ ଠିକ୍ ହୋଇଯିବ ବୋଲି କୁହନ୍ତି l