Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିନିକିଆ ମାନ୍ୟତାରେ ବଡ଼ ଓଲଟପାଲଟ୍, କୋହଲି-ରୋହିତଙ୍କୁ ପଛରେ ପକାଇଲେ ଆୟରଲାଣ୍ଡ ବ୍ୟାଟର

ନୂଆଦିଲ୍ଲୀ: ଆଇସିସି ଦ୍ଵାରା ଜାରି ସଦ୍ୟତମ ଦିନିକିଆ ମାନ୍ୟତାରେ ବଡ଼ ଧରଣର ଓଲଟ ପାଲଟ ଦେଖିବାକୁ ମିଳିଛି। ଆୟରଲାଣ୍ଡର ବ୍ୟାଟର ହେରି ଟେକ୍ଟର ଭାରତୀୟ ଦଳର ଅଧିନାୟକ ସମେତ ତାରକା ବ୍ୟାଟର ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। ଏହା ବ୍ୟତୀତ ଉଦୀୟମାନ ଓପନିଂ ବ୍ୟାଟର ଶୁଭମନ ଗିଲ୍ ଟପ୍-୧୦ରେ ପ୍ରବେଶ କରିଛନ୍ତି।

ପାକିସ୍ତାନର ଅଧିନାୟକ ବାବର ଆଜମ ପୂର୍ବବତ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଦ୍ଵିତୀୟରେ ଦକ୍ଷିଣ ଆଫ୍ରିକାର ରସି ଭାନ ଡର ଡସେନ ଅଛନ୍ତି। ସଦ୍ୟତମ ମାନ୍ୟତାରେ ହେରି ଟେକ୍ଟର ୯ଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ବାଂଲାଦେଶ ବିପକ୍ଷ ନିକଟରେ ସଂପନ୍ନ ଦିନିକିଆ ସିରିଜରେ ଟେକ୍ଟର ୧୪୦ ରନର ସ୍ମରଣୀୟ ଇନିଂସ ଖେଳିଥିଲେ। ଉକ୍ତ ସିରିଜରେ ଟେକ୍ଟର ସର୍ବାଧିକ ରନ ହାସଲକାରୀ ବ୍ୟାଟର ଥିଲେ। ଆଉ ଏହାର ଫାଇଦା ଏବେ ତାଙ୍କୁ ବ୍ୟାଟିଂ ମାନ୍ୟତାରେ ମିଳିଛି।

ଟପ୍-୫ ବ୍ୟାଟର ତାଲିକାରେ ୩ଟି ସ୍ଥାନରେ ପାକିସ୍ତାନ ବ୍ୟାଟର ଅଛନ୍ତି। ଫକର ଜମାନ ତୃତୀୟରେ ଏବଂ ଇମାମ ଉଲ ହକ ଚତୁର୍ଥ ସ୍ଥାନରେ ଅଛନ୍ତି। ଭାରତର ଷ୍ଟାର ବ୍ୟାଟର ଶୁଭମନ ଗିଲ୍ ପଞ୍ଚମ ସ୍ଥାନରେ ଥିବା ବେଳେ ଡେଭିଡ୍ ଓ୍ଵାର୍ଣ୍ଣର ଷଷ୍ଠ ଏବଂ ହେରି ଟେକ୍ଟର ସପ୍ତମ ସ୍ଥାନରେ ଅଛନ୍ତି। ସଦ୍ୟତମ ମାନ୍ୟତାରେ ବିରାଟ କୋହଲିଙ୍କ ଗୋଟିଏ ସ୍ଥାନ କ୍ଷତି ଘଟିଛି। ସେ ଅଷ୍ଟମକୁ ଖସି ଆସିଛନ୍ତି। ଦକ୍ଷିଣ ଆଫ୍ରିକାର କ୍ଵିଣ୍ଟନ ଡିକକ୍ ନବମରେ ଥିବା ବେଳେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୧୦ମ ସ୍ଥାନରେ ଅଛନ୍ତି।