ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ସ୍ଥିତ ବାଳିକା ହାଇସ୍କୁଲରେ ଶନିବାର ଏକ ନୂତନ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ପ୍ରକଳ୍ପ କୁ ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ କିମ୍ବା ଅନ୍ୟ କୌଣସି ବିଶିଷ୍ଟ ଅତିଥି ଉଦଘାଟନ କରି ନ ଥିଲେ । ବରଂ ଗତ ମ୍ୟାଟ୍ରିକ ପରୀକ୍ଷାରେ ସ୍କୁଲ ପାଇଁ ପ୍ରଥମ ଥର ୯୨.୫ ପ୍ରତିଶତ ନମ୍ବର ରଖି ଏ-୧ ଗ୍ରେଡ ପଇଥିବା ଛାତ୍ରୀ ବିଶ୍ବରୂପା ସାହୁ ଙ୍କ ଦ୍ବାରା ଏହି ପ୍ରକଳ୍ପ ଉଦଘାଟିତ କରାଯାଇଛି । ପ୍ରାୟତଃ କୌଣସି ନୂତନ ପ୍ରକଳ୍ପର ଉଦଘାଟନ କାର୍ଯ୍ୟ କୌଣସି ନେତା, ମନ୍ତ୍ରୀ କିମ୍ବା ଅଧିକାରୀଙ୍କ ହାତରେ କରାଯାଇଥାଏ । ହେଲେ ଏଠି କିନ୍ତୁ ଥିଲା ଟିକିଏ ଭିନ୍ନତା । ପ୍ରକଳ୍ପ ଉଦଘାଟନର ଅତିଥି ଥିଲେ ବିଦ୍ୟାଳୟର ଛାତ୍ରୀ ବିଶ୍ବରୂପା ସାହୁ । ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ପଞ୍ଚାୟତ ସମିତି ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟର ଏ ଛାତ୍ରୀ ଜଣକ ହେଉଛନ୍ତି ବିଶ୍ୱରୂପା ସାହୁ । ଇଏ ସେହି ବିଶ୍ୱରୂପା ଯିଏ ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଅଞ୍ଚଳ ତଥା ବିଦ୍ୟଳୟ ପାଇଁ ଗୌରବ ଆଣିଛନ୍ତି । ବିଶ୍ୱରୂପା ଜଣେ ମେଧାବୀ ଛାତ୍ରୀ ହୋଇଥିବାବେଳେ ଏଥର ମ୍ୟାଟ୍ରିକ ପରୀକ୍ଷାରେ ସେ ୯୨.୫ ପ୍ରତିଶତ ନମ୍ବର ରଖି ବ୍ଲକ ଟପ୍ପର ହୋଇ ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । କେବଳ ସେତିକି ନୁହେଁ ପୂର୍ବରୁ ବହୁବାର ବିଶ୍ୱରୂପା ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ବକ୍ତୃତା ଓ କୁଇଜ ପ୍ରତିଯୋଗିତାରେ ମଧ୍ୟ ପ୍ରଥମ ହୋଇ ଗୌରବ ଆଣି ସାରିଛନ୍ତି । ତେବେ ୧୯୮୪ ମସିହାରୁ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦିନଠାରୁ ଆଜିଯାଏ ବିଦ୍ୟାଳୟର କୌଣସି ଛାତ୍ରୀ ଏତିକି ପ୍ରତିଶତ ନମ୍ବର ରଖିନଥିଲେ । ଏଣୁ ଆଜି ବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଭାବେ ବିଶ୍ୱରୂପାକୁ ବିଦ୍ୟାଳୟକୁ ଡକାଯାଇ ଫୁଲତୋଡାଦେଇ ସମ୍ବର୍ଦ୍ଧିତ କରାଯିବା ସହ ମିଠା ଖୁଅଇଥିଲେ ପ୍ରଧାନ ଶିକ୍ଷୟତ୍ରୀ ଓ ବିଦ୍ୟାଳୟର ଅନ୍ୟ ଶିକ୍ଷୟତ୍ରୀ । କେବଳ ସେତିକି ନୁହେଁ ଗତକାଲି ମୋ ସ୍କୁଲ ଅଭିଯାନର ଅର୍ଥରାଶିରେ ସ୍କୁଲ ସମ୍ମୁଖରେ ସୌନ୍ଦର୍ଯ୍ୟକରଣ ପାଇଁ ନିର୍ମାଣ କାମ ସମ୍ପୁର୍ଣ୍ଣ ହୋଇଥିବା ଫାଉଣ୍ଡେସନକୁ ମଧ୍ୟ ଛାତ୍ରୀ ହାତରେ ଉଦଘାଟନ କରିବାର ଯୋଜନା କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ । ଏହିଭଳି ଭାବେ ଛାତ୍ରୀକୁ ସମ୍ବର୍ଦ୍ଧନା ବିଦ୍ୟାଳୟ କତୃପକ୍ଷଙ୍କୁ ଖୁସିଦେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବବୋଲି ପ୍ରଧାନ ଶିକ୍ଷୟତ୍ରୀ ପ୍ରକାଶ କରିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
ଛାତ୍ରୀ ଙ୍କ ହାତରେ ସ୍କୁଲର ନୂତନ ପ୍ରକଳ୍ପ ଉଦଘାଟିତ ; ମାଟ୍ରିକ୍ ପରୀକ୍ଷାରେ ସ୍କୁଲପାଇଁ ଆଣିଥିଲେ ସଫଳତା l
