Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିମ୍ ଇଣ୍ଡିଆରେ ଚୟନକୁ ନେଇ ମୁହଁ ଖୋଲିଲେ ରିଙ୍କୁ ସିଂହ, କହିଲେ- ବହୁତ ଭଲ ଲାଗିବ, କିନ୍ତୁ…

କୋଲକାତା: ଆଇପିଏଲ୍ ୨୦୨୩ରେ କୋଲକାତା ନାଇଟ୍ ରାଇଡର୍ସ ନିରାଶଜନକ ପ୍ରଦର୍ଶନ ସହ ନିଜର ଅଭିଯାନ ଶେଷ କରିଛି। ହେଲେ ଚଳିତ ସିଜିନରେ ରିଙ୍କୁ ସିଂହ କେକେଆର ପକ୍ଷରୁ ଦମଦାର ପ୍ରଦର୍ଶନ କରିଛନ୍ତି। ନିଜର ଚିତ୍ତାକର୍ଷକ ବ୍ୟାଟିଂ ଜରିଆରେ ସେ କ୍ରିକେଟ୍ ଦୁନିଆକୁ ନିଜ ଆଡ଼କୁ ଆକର୍ଷିତ କରିଛନ୍ତି। ରିଙ୍କୁ ନିଜ ଗୋଡ଼ରେ ଛିଡ଼ା ହେବାକୁ ଚାହାନ୍ତି ଏବଂ ବର୍ତ୍ତମାନ ଭାରତୀୟ ଦଳରେ ଚୟନକୁ ନେଇ ଚିନ୍ତା କରୁନଥିବା କହିଛନ୍ତି। ଚଳିତ ସଂସ୍କରଣରେ ଗୁଜରାଟ୍ ଟାଇଟନ୍ସ ବିପକ୍ଷରେ ୫ ଛକା ମାରି ଚର୍ଚ୍ଚାରେ ରହିଥିବା ରିଙ୍କୁ ଆଇପିଏଲ୍ ୨୦୨୩ରେ ନିଜ ଦଳ ପକ୍ଷରୁ ସର୍ବାଧିକ ରନହାସଲକରୀ ବ୍ୟାଟର। ଭାରତର ପୂର୍ବତନ କୋଚ୍ ରବିଶାସ୍ତ୍ରୀ ରିଙ୍କୁଙ୍କୁ ଭାରତର ବିଶ୍ଵକପ୍ ଦଳ ପାଇଁ ଦାବିଦାର ମାନିଛନ୍ତି।

ରିଙ୍କୁ ଶନିବାର ଲକ୍ଷ୍ନୌ ବିପକ୍ଷରେ କେକେଆରର ୧ ରନରେ ପରାଜୟ ପରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି, ସିଜିନରେ ଏହି ଧରଣର ପ୍ରଦର୍ଶନ କରିବା ଯେ କୌଣସି ବ୍ୟାଟରକୁ ଭଲ ଲାଗିବ, ହେଲେ ବର୍ତ୍ତମାନ ମୁଁ ସେମିତି କିଛି ଭାବି ନାହିଁ ଯେ, ମୋତେ ଭାରତୀୟ ଦଳରେ ଏବେ ଚୟନ କରାଯିବ। ୨୫ ବର୍ଷୀୟ ରିଙ୍କୁ ଚଳିତ ସଂସ୍କରଣରେ ଚତୁର୍ଥ ଅର୍ଦ୍ଧଶତକ ହାସଲ କରି ୩୩ ବଲରୁ ଅପରାଜିତ ୬୭ ରନର ଲଢୁଆ ଇନିଂସ ଖେଳିଛନ୍ତି। ଚଳିତ ସଂସ୍କରଣରେ ସେ ୫୯.୨୫ ହାରରେ ଏବଂ ୧୪୯ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ୪୭୪ ରନ କରିଛନ୍ତି।

ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍ ପରେ ରିଙ୍କୁ କହିଛନ୍ତି, ମୁଁ ସଂପୂର୍ଣ୍ଣ ଭାବେ ନିଶ୍ଚିତ ଥିଲି ଏବଂ ଭାବୁଥିଲି ଯେ, ଯାହା ହେବ ଦେଖାଯିବ। ହଁ ନିଶ୍ଚିତ ରୂପେ ଗୁଜରାଟ୍ ଟାଇଟନ୍ସ ବିପକ୍ଷରେ ଲଗାତାର ୫ ଛକା ମାରିବାର ବିଚାର ମଧ୍ୟ ଏହି ମ୍ୟାଚରେ ଆସିଥିଲା। ମୁଁ କେବଳ ଗୋଟିଏ ବଲ୍ ଛକା ମାରିବାରେ ବଞ୍ଚିତ ହେଲି, ଯାହା ଚୌକାରେ ପରିଣତ ହେଲା। ନଚେତ୍ ମ୍ୟାଚର ପରିଣାମ ଭିନ୍ନ ହୋଇଥାନ୍ତା ବୋଲି ଏହି ଉଦୀୟମାନ ବ୍ୟାଟର କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ