Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IPL 2023 ଫାଇନାଲ୍ ଉପରେ ବର୍ଷାର କଳା ବାଦଲ, ମ୍ୟାଚ୍ ବାତିଲ ହେଲେ କିଏ ହେବ ଚାମ୍ପିଅନ ?

ଅହମ୍ମଦାବାଦ: ଆଇପିଏଲ୍ ୨୦୨୩ର ଫାଇନାଲ୍ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ ଏବଂ ୪ ଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ। ଗୋଟିଏ ପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ଲଗାତାର ଦ୍ଵିତୀୟ ଥର ଟାଇଟଲ୍ ଜିତିବା ଲକ୍ଷ୍ୟରେ ଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କ ନଜର ୫ ଥର ଚାମ୍ପିଅନ ହେବା ଉପରେ ରହିଛି। ମହାମୁକାବିଲାକୁ ନେଇ ପ୍ରଶଂସକ ମଧ୍ୟ ବହୁତ ଉତ୍ସାହିତ। ମାତ୍ର ମ୍ୟାଚ୍ ଉପରେ ବର୍ଷାର କଳା ବାଦଲ ରହିଛି। ରବିବାର ସନ୍ଧ୍ୟାରେ ଆଇପିଏଲ୍ ଫାଇନାଲ୍ ବେଳେ ବର୍ଷା ହେବାର ଅଧିକ ସମ୍ଭାବନା ରହିଛି। ଯଦି ଆଇପିଏଲ୍ ୨୦୨୩ର ଫାଇନାଲ୍ ମ୍ୟାଚ୍ ବର୍ଷା କାରଣରୁ ବାତିଲ୍ ହୁଏ ତେବେ କେଉଁ ଦଳ ଚାମ୍ପିଅନ ହେବ ଏହା ସବୁଠୁ ବଡ଼ ପ୍ରଶ୍ନ।

Accuweatherର ରିପୋର୍ଟ ଅନୁସାରେ ସକାଳ ଅହମ୍ମଦାବାଦର ପାଗ ଭଲ ରହିଛି ଏବଂ ସୂର୍ଯ୍ୟକିରଣ ପଡ଼ୁଛି। କିନ୍ତୁ ସନ୍ଧ୍ୟା ହେବା ମାତ୍ରେ ପାଣିପାଗରେ ପରିବର୍ତ୍ତନ ଆସିବ ଏବଂ ଆକାଶରେ କଳା ବାଦଲ ଘୋଟିଯିବ। ସନ୍ଧ୍ୟାରେ ୬୮ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ପବନ ବହିପାରେ। ଏହା ବାଦ ୭୮ ପ୍ରତିଶତ ବାଦଲ ଛାଇ ରହିବ ଏବଂ ଆଦ୍ରତା ୬୮ ପ୍ରତିଶତ ରହିବାର ସମ୍ଭାବନା ରହିଛି।

ଆଇପିଏଲ୍ ୨୦୨୩ରେ ନାହିଁ ରିଜର୍ଭ ଡେ
ଗତ ବର୍ଷ ଆଇପିଏଲ୍ ଫାଇନାଲ୍ ପାଇଁ ରିଜର୍ଭ ଡେର ବ୍ୟବସ୍ଥା ଥିଲା, ମାତ୍ର ଚଳିତ ବର୍ଷ ନାହିଁ। ଆଇପିଏଲ୍ ୨୦୨୩ର ଫାଇନାଲ ମୁକାବିଲାର ନିଷ୍ପତ୍ତି ଆଜି ହିଁ ନିଆଯିବ। ଆଜି ଫାଇନାଲ୍ ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ। ଯଦି ଅତି କମରେ ୫-୫ ଓଭର ମୟାଚ୍ ଖେଲାଯାଏ ତେବେ କଟ୍ ଅଫ ଟାଇମ୍ ୧୧ଟା ୫୬ ମିନିଟ୍ ପର୍ଯ୍ୟନ୍ତ ରହିବ। ଯଦି ମ୍ୟାଚ୍ ୮ଟାରୁ ଆରମ୍ଭ ହୁଏ ତେବେ କଟ୍ ଅଫ ଟାଇମ୍ ୧୨ଟା ୨୬ ଯାଏ ରହିବ। ଏହି ସମୟ ସୁଦ୍ଧା ଅମ୍ପାୟର ୫-୫ ଓଭର ଖେଳାଇବାକୁ ଚେଷ୍ଟା କରିବେ। ଯଦି କଟ୍ ଅଫ ଟାଇମ୍ ପରେ ଯଦି ବର୍ଷା ଜାରି ରହେ ତେବେ ଅମ୍ପାୟର ସୁପର ଓଭରର ସାହାରା ନେବେ। ଯଦି ସୁପର ଓଭର ସମ୍ଭବ ନହୁଏ ତେବେ ଚାମ୍ପିଅନ ଦଳର ନିଷ୍ପତ୍ତି ଲିଗ୍ ପର‌୍ୟ୍ୟାୟର ପଏଣ୍ଟ ଟେବୁଲ୍ ଆଧାରରେ ନିଆଯିବ।

ଆଇପିଏଲ୍ ୨୦୨୩ର ପଏଣ୍ଟ ଟେବୁଲରେ ଗୁଜରାଟ୍ ୨୦ ପଏଣ୍ଟ ସହ ଶୀର୍ଷରେ ରହିଥିଲା। ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗ୍ସ ୧୭ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଥିଲା। ଏମିତି ସ୍ଥିତିରେ ଗୁଜରାଟ୍ ଟାଇଟନ୍ସକୁ ବିଜେତା ଘୋଷିତ କରି ଦିଆଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ