Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଆ ପକ୍ଷ ପାଳନ ଅବସରରେ ଆମ ରୁଚି ଆମ ଖାଦ୍ୟ, ଲୋକ କଳା ପାଇଁ ଦିନଟିଏ ଓ ବନ୍ଦନୀୟ ବରପୁତ୍ର କାଯ୍ୟକ୍ରମ ଅନୁଷ୍ଠିତ ।

ବଲାଙ୍ଗୀର,୧୩।୪: ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳ ଦିବସ ଠାରୁ ଓଡ଼ିଆ ନବ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ କାର୍ଯକ୍ରମ ଯଥା ଉତ୍କଳ ଦିବସ, ଖଡ଼ି ଛୁଆଁ ଦିବସ, ଆମ ପୋଷାକ ଆମ ପରିଚୟ, ଓଡ଼ିଆରେ ନାମ ଲେଖା ଅଭିଯାନ, ଐତିହ୍ୟ ଗଣ ଦୌଡ, ସ୍ୱଚ୍ଛତା ଅଭିଯାନ, ଶିଶୁ କଥା ଦିବସ, ରକ୍ତଦାନ ଅଭିଯାନ, ଆସ ବହିଟିଏ କିଣିବା ଅଭିଯାନ, ଲୋକକଳା ପାଇଁ ଦିନଟିଏ, ଅମୃତ ପିଢ଼ି ସାରସ୍ୱତ ସମାରୋହ, ବନ୍ଦନୀୟ ବରପୁତ୍ର, ଆମରୁଚି ଆମ ଖାଦ୍ୟ ଓ ଓଡ଼ିଆ ନବବର୍ଷ ପାଳନ କରାଯାଇଥିଲା l ଏହି କ୍ରମରେ ଆଜି ଆମରୁଚି ଆମ ଖାଦ୍ୟ, ଲୋକକଳା ପାଇଁ ଦିନଟିଏ ଓ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ଅନୁଷ୍ଠିତ ହୋଇଯାଇଅଛି l ଆମ ରୁଚି ଆମ ଖାଦ୍ୟ ପ୍ରତିଯୋଗିତାରେ ନୈନା ହାତୀ ଓ ଲୋକକଳା ପାଇଁ ଦିନଟିଏରେ ଜ୍ୟୋସ୍ନାମୟୀ ତାଣ୍ଡି ପ୍ରଥମ ସ୍ଥାନ ଅଧିକାର କରିଥିଲେ l ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମରେ ଓଡ଼ିଆ ପକ୍ଷ ନୋଡାଲ ଅଧିକାରୀ ଅଧ୍ୟାପକ ଯୁଧିଷ୍ଠିର ବେହେରା , ବ୍ୟାସ କବି ଫକୀର ମୋହନ ସେନାପତି, ଉତ୍କଳ ମଣି ଗୋପବନ୍ଧୁ ଦାଶ ଓ କବି ଗଙ୍ଗାଧର ମେହେରଙ୍କ ଓଡ଼ିଆ ଭାଷା ଓ ରାଜ୍ୟ ଗଠନରେ ଭୂମିକା ବିଷୟରେ ଆଲୋକପାତ କରିଥିଲେ l ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ , ଉତ୍କଳ ଗୌରବ ମଧୁସୂଦନ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ମଧୁସୂଦନ ରାଓ, ରମାଦେବୀ, ମାଳତୀ ଦେବୀ, ଗଜପତି କୃଷ୍ଣଚନ୍ଦ୍ର ଦେବ, ରାଜେନ୍ଦ୍ର ନାରାୟଣ ସିଂଦେଓ, ଯୁଧିଷ୍ଠିର ମିଶ୍ର, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାଶ ଓ ଓଡ଼ିଶାର ଅନ୍ୟ ବନ୍ଦନୀୟ ବରପୁତ୍ରଙ୍କୁ ସ୍ମରଣ କରିଥିଲେ ଓ ବିଶେଷ ଭାବରେ ଉତ୍କଳମଣି ଗୋପବନ୍ଧୁଙ୍କ ଦ୍ଵାରା ସେ ପ୍ରଭାବିତ ବୋଲି କହିଥିଲେ , କାରଣ ଗୋପବନ୍ଧୁଙ୍କ “ମାନବ ସେବା ହିଁ ମାଧବ ସେବା” ନୀତି ଯୋଗୁଁ ନିଜର ସମ୍ପୂର୍ଣ୍ଣ ପରିବାର ଉଜୁଡ଼ିଯାଇଥିବା ସତ୍ତ୍ୱେ ନିଜକୁ ଦୀନ, ଦୁଃଖୀ ଦରିଦ୍ରଙ୍କ ସେବାରେ ବିନିଯୋଗ କରିଥିଲେ । ଏଥିସହ ସେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା ପ୍ରଦେଶ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାକୁ ନେଇ ପ୍ରାଞ୍ଜଳ ଭାବରେ ବ୍ୟାଖ୍ୟା କରିଥିଲେ l ଅଧ୍ୟକ୍ଷ ପୁରୋହିତ ଦିବଂଗତ ବନ୍ଦନୀୟ ବରପୁତ୍ର ମାନଙ୍କ କର୍ମ ଓ ସାମର୍ଥ୍ୟ ଆମ ଓଡ଼ିଆଙ୍କ ସମୃଦ୍ଧ ଐତିହ୍ୟ ସେମାନଙ୍କ ପ୍ରଦର୍ଶିତ ମାର୍ଗରେ ଆମେ ଓ ଆମର ଆଗାମୀ ପିଢ଼ି ଆଗକୁ ବଢ଼ିଲେ ଆମେ ଆମ ଓଡ଼ିଆ ଜାତି ପ୍ରତି କର୍ତ୍ତବ୍ୟ ପୂରଣ କରିପାରିବା ବୋଲି ମନ୍ତବ୍ୟ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମର ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଆ ପକ୍ଷ ସଂଯୋଜିକା ଅଧ୍ୟାପିକା ଧରାଶ୍ରୀ ମହାନ୍ତି, ଅଧ୍ୟାପିକା ସୁନନ୍ଦା ରଥ, ରଶ୍ମି ରମିତା ମେହେର, ନିରବତି ପଧାନ, ଲିପନୀତା ପଧାନ, ଖେଳ ଶିକ୍ଷୟତ୍ରୀ ରଞ୍ଜୁ ବନଛୋର, ଗ୍ରନ୍ଥାଗାର ରକ୍ଷକ ସନ୍ତୋଷ ମହାନ୍ତି, କର୍ମଚାରୀ ସନ୍ତୋଷ ତ୍ରିପାଠୀ, ବିବେକ ଭୂଷଣ ସାହୁ, ନାଜନିନ ପରମାର, ଲୀନା ଖଟୁଆ, ସାବିତ୍ରୀ ପୁଟେଲ୍, ହିତେଶ ରଣା, ତପନ ସତନାମୀ ପ୍ରମୁଖ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜିତ ହୋଇଥିବା ବେଳେ ଏଥିରେ କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l ଶେଷରେ ଇଂରାଜୀ ଅଧ୍ୟାପକ ସୋମନାଥ ମେହେର , ଛାତ୍ରୀ ମାନଙ୍କୁ ଓଡ଼ିଆ ପକ୍ଷ ପାଳନର ଉଦ୍ଦେଶ୍ୟ ଉପରେ ବୁଝାଇଥିଲେ ଓ ସମସ୍ତଙ୍କୁ ଓଡ଼ିଆ ଭାଷାର ମାନ ରଖିବାପାଇଁ ଓ ଆସନ୍ତା କାଲି ଇଂରାଜୀ ନବବର୍ଷ ପାଳନ କରିବା ଭଳିଆ ଓଡ଼ିଆ ନବବର୍ଷରେ ମଧ୍ୟ ନିଜ ନିଜ ସାଙ୍ଗ ସାଥୀ, ପ୍ରିୟଜନ ମାନଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଆହ୍ୱାନ ଦେଇଥିଲେ l ଶେଷରେ ସଂଯୋଜିକା ଶ୍ରୀମତୀ ମହାନ୍ତି ଓଡ଼ିଆ ପକ୍ଷ ସଫଳତାର ସହିତ ପାଳନ କରିବାରେ ସମସ୍ତ ଅଂଶୀଦାରଙ୍କ ଭୂମିକାକୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ