Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜି ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା ଏବଂ ଜାଗୃତି ଶାଖାର ମିଳିତ ପ୍ରୟାସରେ ଗୋ-ସେବା କାର୍ଯ୍ୟକ୍ରମ ।

ବଲାଙ୍ଗୀର,୧୩।୪: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା ଏବଂ ଜାଗୃତି ଶାଖାର ମିଳିତ ପ୍ରୟାସରେ ସ୍ଥାନୀୟ ରୋଡ୍ ନମ୍ବର ୪ ରେ ଥିବା ଗୋଶାଳାରେ ଗୋ-ସେବା କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ବିକାଶ ଶାଖା ଅଧ୍ୟକ୍ଷ ମହେଶ ଅଗ୍ରୱାଲ, ଜାଗୃତି ଶାଖା ଅଧ୍ୟକ୍ଷା ଅଙ୍କିତା ଜୈନଙ୍କ ନେତୃତ୍ବରେ ଏହି ସେବା କାର୍ଯ୍ୟକ୍ରମରେ ରେଖା ଜୈନ, ଅଭିଷେକ ଅଗ୍ରୱାଲ ସହ ମୋଜିରାମ ଅଗ୍ରୱାଲ, ସଚିନ୍ ଅଗ୍ରୱାଲ, କମଲ ଅଗ୍ରୱାଲ ନିଜର ଧର୍ମପତ୍ନୀ ସହ ପ୍ରବଳ ଉତ୍ସାହରେ ଗୋ ସେବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଥମେ ସମସ୍ତେ ଗୋମାତାର ପୂଜା-ଅର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରିଛନ୍ତି। ପରେ ସଦସ୍ୟମାନେ ତାଙ୍କର ହାତରେ ଗୋ ମାତାକୁ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ, ଶାଗ, ଫଳ ଏବଂ ଅନ୍ୟାନ୍ୟ ଖାଦ୍ୟ ଖୁଆଇ ଗୋ-ସେବା କରିଥିଲେ । ଗୋ-ସେବା ଭାରତୀୟ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ , ଏମିତି କାର୍ଯ୍ୟକ୍ରମ ସମାଜରେ ସେବା ଏବଂ ସମବେଦନାର ଭାବନାକୁ ମଜବୁତ କରେ ବୋଲି ଏହି ଅବସରରେ ସଂଗଠନର ସଦସ୍ୟ ମାନେ କହିଥିଲେ । ଅଧ୍ୟକ୍ଷ ମହେଶ କାର୍ଯ୍ୟକ୍ରମ ଶେଷରେ ସମସ୍ତ ଉପସ୍ଥିତ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଚଣ୍ଡ ଖରାରେ ଏହିଭଳି ସେବା କାର୍ଯ୍ୟ ପାଇଁ ସମସ୍ତଙ୍କ ଉଦାହରଣ ହୋଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ଏହାକୁ ଉଚ୍ଚ ପ୍ରଶଂସା କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ