କଣ୍ଟାବାଞ୍ଜି କଂଗ୍ରେସ ପକ୍ଷରୁ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଘେରାଉ ।
ବଲାଙ୍ଗୀର,୧୩।୪:
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନଗର କଂଗ୍ରେସ କମିଟୀ ପକ୍ଷରୁ ଆଜି ସ୍ଥାନୀୟ ବିଦ୍ୟୁତ୍ ବିଭାଗ କାର୍ଯ୍ୟଳୟ ଘେରାଉ କରାଯାଇଛି । କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ତତ୍ତ୍ଵାବଧାନରେ ଓ ନଗର କଂଗ୍ରେସ ସଭାପତି ଡମ୍ବରୁ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ ଅଫିସରୁ ଏକ ବିଶାଳ ରାଳୀ କଣ୍ଟାବାଞ୍ଜି ସହର ପରିକ୍ରମା କରି ସ୍ଥାନୀୟ ବିଦ୍ୟୁତ୍ ବିଭାଗ କାଯ୍ୟାଳୟ ପହଞ୍ଚି ସେଠାରେ ସଂପୃକ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଅନୀଲ ମେହେର, ସ୍ଥାନୀୟ ନଗରପାଳ ବରିୟାମ୍ ସିଂ ସାଲୁଜା, ଉପ-ସଭାପତି ବଙ୍ଗୋମୁଣ୍ଡା ବ୍ଲକ ନାରାୟଣ ଜୈନ୍, ଜିଲ୍ଲା ପରିଷଦ କୌଶିକ ମେହେର, ଓମ୍ ପ୍ରକାଶ କୁମ୍ଭାର, କଂଗ୍ରେସ ପ୍ରାର୍ଥୀ ଟିଟିଲାଗଡ ବିରେନ୍ଦ୍ର ବାଗ, ଗୁରୁଚରଣ ବେହେରା ପ୍ରମୁଖ ନିର୍ବାଚନ ମଣ୍ଡଳୀର ତିନିଟି ବ୍ଲକ୍ ଓ କଣ୍ଟାବାଞ୍ଜି ସହରର ଶତାଧିକ ଦଳୀୟ କର୍ମୀ ଓ ବିଜୁଳୀ ଉପଭୋକ୍ତା ଉପସ୍ଥିତ ଥିଲେ । ଟାଟା କମ୍ପାନୀ ଏବଂ ଡବଲ ଇଞ୍ଜିନ ସରକାରଙ୍କ ବିଦ୍ୟୁତ୍ କମ୍ପାନୀ ଦ୍ଵାରା ମନମୁଖୀ ଶୁକ୍ଳ ଆଦାୟ କରିବା ଏବଂ ମନମୁଖୀ କାର୍ଯ୍ୟ କରିବା ବିରୁଦ୍ଧରେ କଣ୍ଟାବାଞ୍ଜି ବିଦ୍ୟୁତ୍ ଏସ.ଡ଼ି.ଓ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଏସ୍.ଡି.ଓ ସଞ୍ଜୟ ତିର୍କୀଙ୍କ ଜରିଆରେ ମହାମହିମ୍ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । କଣ୍ଟାବାଞ୍ଜି ଏନ୍.ଏ.ସି.ରେ ବସବାସ କରୁଥିବା ସମସ୍ତ ବିଜୁଳୀ ଉପଭୋକ୍ତାଙ୍କୁ ଟାଟା କମ୍ପାନୀ ଓ ଡବଲ ଇଞ୍ଜିନ୍ ସରକାର ଦ୍ୱାରା ମନମୁଖୀ କାର୍ଯ୍ୟ ବନ୍ଦ କରାଯିବା । ଟାଟା କମ୍ପାନୀ ଦ୍ବାରା ୧ ଜାନୁୟାରୀ ୨୦୨୧ ରୁ କିଣିଥିଲେ ମଧ୍ୟ ଏରିୟର ନାମରେ ବାକିଆ୧୦ ରୁ ୨୦ ବର୍ଷ ପୁରୁଣା ବିଲ୍ ଜବରଦସ୍ତି ଆଦାୟ ବନ୍ଦ କରାଯିବା । ଘରେ ଜବରଦସ୍ତ ପ୍ରବେଶକରି ପଏଣ୍ଟ ଗଣିବା ଏବଂ ଭିଜିଲାନ୍ସ ଦ୍ବାରା ଜବରଦସ୍ତ ଫାଇନ୍ ଏବଂ ପ୍ରବେଶକୁ ନିଷେଧ କରାଯିବା ନେଇ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ।
ରାଜ୍ୟ ସରକାର ଦ୍ବାରା ନିଜେ ସ୍ମାର୍ଟ୍ ମିଟର କିଣି ଏବଂ ଟାଟା କମ୍ପାନୀ ଦ୍ଵାରା ଉପଭୋକ୍ତା ମାନଙ୍କୁ ଜବରଦସ୍ତି ଲଗାଇବା ବନ୍ଦ କରାଯାଉ । ଓଡିଶା ରାଜ୍ୟ ବିଦ୍ୟୁତ୍ ଉତ୍ପାଦନରେ ବଳକା ଥିଲେ ମଧ୍ୟ ମେଣ୍ଟେନେନ୍ସ ନାମରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ୍ ବନ୍ଦ କରାଯାଉ । ରାଜ୍ୟ ସରକାର ନିର୍ବାଚନ ଇସ୍ତାହାରରେ ୩୦୦ ୟୁନିଟ୍ ମାଗଣା ବିଜୁଳୀ ଦେବାପାଇଁ ଘୋଷଣା କରିଥିଲେ ବେଳେ ଅତିଶୀଘ୍ର ସମସ୍ତ ବିଜୁଳୀ ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ବିଜୁଳୀ ମାଗଣା ଦିଆଯିବା ସଙ୍ଗେ ସଙ୍ଗେ ଚାଷୀ ମାନଙ୍କୁ ମଧ୍ୟ ମାଗଣାରେ ବିଜୁଳୀ ଦିଆଯାଉ ବୋଲି ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି ।

