Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଲମ୍ୱନ ହେଲେ ମୁରିବାହାଲ ତହସିଲର ମାତାଲ୍ ବଡ଼ବାବୁ ।

ବଲାଙ୍ଗୀର,୧୪।୪:
ତହସିଲ ଅଫିସ୍ ଭିତରେ ମଦପିଇ କାମ କରିବାକୁ ନେଇ ବଲାଙ୍ଗୀର ଜିଲ୍ଲାର ଜଣେ ତହସିଲ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି । ଏହି ଘଟଣାରେ ଗତକାଲି ବଲାଙ୍ଗିର ଜିଲ୍ଲାପାଳ ସଂପୃକ୍ତ ମାତାଲ୍ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ଘଟଣାରୁ ପ୍ରକାଶ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲ କାର୍ଯ୍ୟାଳୟରେ ସେକ୍ସନ୍ ଅଫିସର୍ ତଥା ବଡ଼ବାବୁ ଭାବେ କାର୍ଯ୍ୟରତ ଲମ୍ବୋଦର ଭୋଇ । ଲମ୍ବୋଦର ପ୍ରାୟ ସମୟରେ ମୁରିବାହାଲ ତହସିଲ ଅଫିସ୍ ରେ ପ୍ରଚୁର ମଦପିଇ ମାତାଲ୍ ଅବସ୍ଥାରେ କାମ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି ମଦ୍ୟପ ବଡ଼ବାବୁ ମାତାଲ୍ ଅବସ୍ଥାରେ କାମ କରୁଥିବାରୁ ତହସିଲ୍ କାମ ଗୁରୁତର ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଥିଲା । ତେବେ ଏନେଇ ଖବର ପ୍ରକାଶ ପାଇବା ପରେ ଗତକାଲି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳ ସମ୍ପୃକ୍ତ ମାତାଲ୍ ବଡ଼ବାବୁଙ୍କୁ ତାଙ୍କ ଚାକିରୀ ରୁ ସସପେଣ୍ଡ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ