Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର ତହସିଲ ଅଫିସ୍ ପରିସରରେ ଜଳିଗଲା ଓକିଲ ଙ୍କ ବୁଲେଟ୍

ବଲାଙ୍ଗିର,୧୪।୪:
ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟ ତହସିଲ କାର୍ଯ୍ୟାଳୟ ପରିସରରେ ଗତକାଲି ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ଼ ରୁମ୍ କୁ କୌଣସି କାମରେ ଯାଇଥିବା ବେଳେ ହଠାତ୍ ତାଙ୍କ ବୁଲେଟ୍ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଉକ୍ତ ବୁଲେଟ୍ ଗାଡ଼ିରେ ନିଆଁ ଲାଗି ହୁତୁହୁତୁ ଜଳି ଯାଉଥିବା ଦେଖି ପ୍ରତ୍ୟକ୍ଷଦର୍ଶୀ କିଛି ବୁଝି ପାରିନଥିଲେ । ଏହାଦେଖି ତହସିଲ୍ କାର୍ଯ୍ୟାଳୟରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ରକୁ ସେଠାକାର ଜଣେ କର୍ମଚାରୀ ଆଣି ବୁଲେଟ୍ ରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ । ଫଳରେ ପାଖରେ ଥିବା ଏକ କାର ଏବଂ ଅନ୍ୟ ଏକ ଗାଡ଼ି ନିଆଁ ଦାଉରୁ ରକ୍ଷା ପାଇ ଯାଇଥିଲା । ପରେ ସ୍ଥାନୀୟ ଅଗ୍ନିଶମ ବିଭାଗର ନିଆଁ ଲିଭା ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ବୁଲେଟ୍ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ନିଆଁ ଲାଗି ଜଳି ପାଉଁଶ ହୋଇ ସାରିଥିଲା । ତେବେ କେଉଁ କାରଣରୁ ସଂପୃକ୍ତ ବୁଲେଟ୍ ରେ ନିଆଁ ଲାଗିଲା ତାହା ଜଣା ପଡିନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ