Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜିରେ ହନୁମାନ ଜୟନ୍ତୀର ଭବ୍ୟ ସମାରୋହ: ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ସହର, ସୁରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ ।

ବଲାଙ୍ଗୀର, ୧୫।୪: ମଙ୍ଗଳବାର ଦିନ ପବିତ୍ର ହନୁମାନ ଜୟନ୍ତୀ ଅବସରରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶରେ ଚଳ ଚଞ୍ଚଳ ହୋଇ ଉଠିଥିଲା । ଏନେଇ ସହରର ସାପ୍ତାହିକ ବଜ଼ାର ହନୁମାନ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।
ସ୍ଥାନୀୟ ବଜରଙ୍ଗ ଦଳ ସଭାପତି ରାଜାଙ୍କ ନେତୃତ୍ୱରେ ସ୍ଥାନୀୟ ବଜାର ହନୁମାନ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ସହର ତଥା ଆଖପାଖ ଅଂଚଳର ବିଭିନ୍ନ ସାମାଜିକ, ଧାର୍ମିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ସମେତ ହଜାର ହଜାର ସଂଖ୍ୟାରେ ହନୁମାନ ଭକ୍ତ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରାରେ ଡିଜେ ସାଉଣ୍ଡ ଏବଂ ଭକ୍ତଙ୍କ ପାଟିରୁ ପ୍ରଭୁ ହନୁମାନ ଏବଂ ଶ୍ରୀରାମଙ୍କ ନାରା ସାରା ସହରରେ ପ୍ରକମ୍ପିତ ହେଉଥିଲା । ଏହି ଶୋଭାଯାତ୍ରା ସ୍ଥାନୀୟ ଝରବାଲିଆ ଛକ, ଶାସ୍ତ୍ରୀ ଛକ, ଏନ୍.ଏ.ସି ଛକ, ନୀଳଚକ୍ର ନଗର , ଅଗ୍ରେସନ୍ ଛକ ଦେଇ ସହରର ମୁଖ୍ୟ ରାସ୍ତା ପରିକ୍ରମା କରି ପୁଣି ବଜାର ପଡିଆ ନିକଟରେ ପହଂଚିଥିଲା । ଏହି ଅବସରରେ ଭକ୍ତମାନଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ ଓ ସମର୍ପଣ ଭାବ ଦେଖିବାକୁ ମିଳିଥିଲା। ଶୋଭାଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଏବଂ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । କଣ୍ଟାବାଞ୍ଜି ଏସ୍.ଡି.ପି.ଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡିଙ୍କ ନେତୃତ୍ୱରେ ଥାନା ଅଧିକାରୀ ଗୋପାଳ କର୍ଣ୍ଣ, ତୁରେକେଲା, ବଙ୍ଗୋମୁଣ୍ଡା , ମୁରିବାହାଲ ଥାନା ଅଧିକାରୀ ସହ ସୁରକ୍ଷା କର୍ମୀ ବିଭିନ୍ନ ଛକରେ ଉପସ୍ଥିତ ଥିଲେ । ଶୋଭାଯାତ୍ରା ପାଇଁ ସହରର କିଛି ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳକୁ ନିୟନ୍ତ୍ରିତ କରାଯାଇଥିଲା ଯାହା ଫଳରେ ସାଧାରଣ ଜନତା ଓ ଭକ୍ତମାନେ ଅସୁବିଧାର ସମ୍ମୁଖୀନ ନହେବେ ସେନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ସେହିପରି ସହରର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ମୁଖ୍ୟ ଛକ ସ୍ଥାନରେ ଶୋଭାଯାତ୍ରାରେ ସାମିଲ ହୋଇଥିବା ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ ଓ ସରବତ ସହ ଆଇସକ୍ରିମ୍ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories