Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜି ଅଗ୍ରୱାଲ ସଭା ଟ୍ରଷ୍ଟର ନୂତନ ପଦାଧିକାରୀ ଚୟନ ।

ବଲାଙ୍ଗୀର, ୧୬।୪: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଗ୍ରୱାଲ ସଭା ଟ୍ରଷ୍ଟର ନବ ନିର୍ବାଚିତ ଅଧ୍ୟକ୍ଷ ଅଶୋକ ଚାପଡିଆ ଏବଂ ସଚିବ ଲଲିତ ଅଗ୍ରୱାଲଙ୍କ ତତ୍ତ୍ଵାବଧାନରେ ଅଗ୍ରୱାଲ ସେବା ଟ୍ରଷ୍ଟର ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । ସୂଚନାଯୋଗ୍ୟ ଯେ ଏପ୍ରିଲ୍ ୨ ରେ ଅଶୋକ ଚାପଡିଆ ଏବଂ ଲଲିତ ଅଗ୍ରୱାଲ ଅଗ୍ରୱାଲ ସଭା ଟ୍ରଷ୍ଟର ସଭାପତି ତଥା ସମ୍ପାଦକ ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ପରେ ତାଙ୍କୁ ବିଭିନ୍ନ ସଂଗଠନ ଓ ବରିଷ୍ଠ ନାଗରିକ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ବର୍ତ୍ତମାନ ଉଭୟଙ୍କ ନେତୃତ୍ୱରେ କମିଟିକୁ ସମ୍ପ୍ରସାରଣ କରାଯାଇଛି । ଏଥିରେ ପ୍ରବୀଣ ଆର୍ଯ୍ୟ , ଏବଂ ଅଜିତ ଜୈନ ଉପାଧ୍ୟକ୍ଷ, ଧୀରଜ ଅଗ୍ରୱାଲ, ଏବଂ ଡ଼.ବ୍ରଜେଶ ମିତ୍ତଳ ସହସମ୍ପାଦକ , ଅନୀଲ ଅଗ୍ରୱାଲଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି । ସେହିପରି ଡ଼.ଗୋବିନ୍ଦ ଅଗ୍ରୱାଲ, ରୂପେଶ କୁମାର ଅଗ୍ରୱାଲ, ପୁଷ୍ପକାନ୍ତ ଗୋୟଲ , ଅଶୋକ ଅଗ୍ରୱାଲ, ମୋହିତ ଅଗ୍ରୱାଲ, ନିଖିଳ ଅଗ୍ରୱାଲ, ଦୀପକ ଜୈନ, ଗୋପାଳ ବଂସଲ, ବିନୋଦ ଜୈନ, ରାଜେଶ ଅଗ୍ରୱାଲ, ଅନୁପ ଜୈନ , ଲଳିତ ଆର୍ଯ୍ୟ, ସୁନୀଲ ଜୈନ ସମେତ ସୁନୀଲ ଅଗ୍ରୱାଲ ପ୍ରମୁଖ କମିଟିରେ ସକ୍ରିୟ ସଦସ୍ୟ ଭାବେ ସାମିଲ ହୋଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories