Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀରରେ ସ୍କାଉଟ୍ ମାଷ୍ଟର ଓ ଗାଇଡ୍ କ୍ୟାପ୍ଟେନ୍ ବେସିକ୍ କୋର୍ସ ତାଲିମ ଶିବିର ଉଦ୍‌ଘାଟିତ ।

ବଲାଙ୍ଗୀର, ୧୬।୪: ବଲାଙ୍ଗୀର ଜିଲ୍ଲା ଭାରତ ସ୍କାଉଟ୍ ଓ ଗାଇଡ୍ ଆନୁକୂଲ୍ୟରେ ଏକ ସାତ ଦିନିଆ ଆବାସିକ ସ୍କାଉଟ୍ ମାଷ୍ଟର୍ ଓ ଗାଇଡ୍ କ୍ୟାପ୍ଟେନ ବେସିକ୍ କୋର୍ସ ତାଲିମ୍ ଶିବିର ସ୍ଥାନୀୟ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗୀରର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ସଭାରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା ଓ ସେବାଶ୍ରୀ ଭୋଇ ପ୍ରମୁଖ ଯୋଗଦାନ କରିଥିଲେ । ସେହିପରି ଏଥିରେ ବଲାଙ୍ଗୀର ବ୍ଳକ୍ ଶିକ୍ଷା ଅଧିକାରୀ ନୀଳମଣି ପଟେଲ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ନରେନ୍ଦ୍ର ନାଥ ମିଶ୍ର ମଞ୍ଚାସୀନ ଥିଲେ। ଜିଲ୍ଲା ସଂପାଦକ ପ୍ରଦୀପ କୁମାର ପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ହେମନ୍ତ ପ୍ରଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଅର୍ଗାନାଇଜିଙ୍ଗ କମିଶନର ବିନୋଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କୋର୍ସ ଲିଡ଼ର ପିତବାସ ପଟ୍ଟନାୟକ ଓ ପ୍ରିୟଦର୍ଶିନୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ପରିଚାଳିତ ହୋଇଛି । କୋର୍ସ ସହଯୋଗୀ ଭାବେ ସୁରଜିତ ସେନ୍ ନିଳାଞ୍ଚଳ ଚିର୍‌ଗୁନ୍, କସ୍ତୁରୀ ରଥ, ଜୟଶ୍ରୀ ପୋଢ଼, ବସନ୍ତ ମେହେର ଓ ଦେବାଶିଷ ମେହେର ସହାୟତା କରୁଛନ୍ତି । ଏହି ତାଲିମ ଶିବିରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୭୦ ଜଣ ସ୍କାଉଟ୍ ମାଷ୍ଟର ଓ ୫୫ ଜଣ ଗାଇଡ୍ କ୍ୟାପଟେନ୍ ଙ୍କୁ ମିଶାଇ ମୋଟ ୧୨୫ ଜଣ ଶିକ୍ଷାର୍ଥୀ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମକୁ ସଫଳ କରିବାରେ ରଞ୍ଜିତା ମିଶ୍ର, ମନୋରଞ୍ଜନ ହୋତା, ବୈକୁଣ୍ଠ ଜେନା, ଚକ୍ରପାଣୀ ଷଡ଼ଙ୍ଗୀ, ସୁଦର୍ଶନ ନାୟକ, ବ୍ରହ୍ମାଣୀ ଦୀପ, ପ୍ରଣତୀ ପାଣିଗ୍ରାହୀ, ରଞ୍ଜିତ ବେହେରା, ସୁଦୀପ୍ତ ଦୀପ, ବ୍ରଜବନ୍ଧୁ ନାଏକ, ଯୋଗେନ୍ଦ୍ର ପଟେଲ୍ ଓ ଜନାର୍ଦ୍ଦନ ପାଣ୍ଡେ ପ୍ରମୁଖ ସହଯୋଗ କରୁଛନ୍ତି। ସୂଚନାଯୋଗ୍ୟ ଯେ, ଆସନ୍ତା ଅପ୍ରେଲ ୨୧ ତାରିଖରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ସହିତ ଏହି ସାତ ଦିନିଆ ତାଲିମ ଶିବିର ଉଦଯାପିତ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories