Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଆଇପିଏଲ୍‌ ମହା ମୁକାବିଲା; ମୁହାଁମୁହିଁ ହେବେ ‌ଚେନ୍ନାଇ-ଗୁଜରାଟ

ନୂଆଦିଲ୍ଲୀ: ଆଜି ଆଇପିଏଲ୍‌ ମହା ମୁକାବିଲା। ମୁହାଁମୁହିଁ ହେବେ ‌ଚେନ୍ନାଇ ସୁପରକିଙ୍ଗସ ଓ ଗୁଜରାଟ ଟାଇଟନ୍ସ। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ । ଗତକାଲି ବର୍ଷା ଯୋଗୁ ଆଇପିଏଲ ଫାଇନାଲରେ ବାଧା ସୃଷ୍ଟି ହୋଇଥିଲା। ଯେଉଁଥିପାଇଁ ମ୍ୟାଚ୍ ବାତିଲ କରିବାକୁ ପଡ଼ିଥିଲା।

ତେବେ ଦୁଇ ଦଳ ମଧ୍ୟରେ ହେବ କଡା ଟକ୍କର। ଦୁଇ ଅଧିନାୟକ ନିଜର ବିଚକ୍ଷଣ ରଣନୀତି ପାଇଁ ବେଶ୍ ପରିଚିତ । ଚେନ୍ନାଇ ଏଯାଏଁ ୪ ଥର ଆଇପିଏଲ ଟ୍ରଫି ଜିତିବାରେ ସଫଳ ହୋଇଛି। ତେବେ ଏଥର କାହା ହାତକୁ ଯିବ ଆଇପିଏଲ ଟ୍ରଫି ତାକୁ ନେଇ ପ୍ରଶଂସକ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories