Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜି କୁଲିଆଦର ହତ୍ୟାକାଣ୍ଡ ଘଟଣାରେ ମାନ୍ୟବର ଅଦାଲତଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ ; ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ଜୋରିମାନା ।

ବଲାଙ୍ଗିର, ୧୬।୪: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଂଚଳର ଏକ ହତ୍ୟାକାଣ୍ଡ ଘଟଣାରେ ଆଜି ମାନ୍ୟବର କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଗୁରୁବାର ପ୍ରକାଶ ପାଇଛି । ଏହି ହତ୍ୟାକାଣ୍ଡ ଘଟଣାରେ ମାନ୍ୟବର ଅଦାଲତ ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୨୫,୦୦୦/- ଟଙ୍କାର ଆର୍ଥିକ ଜୋରିମାନାର ଦଣ୍ଡ ଶୁଣାଇଛନ୍ତି । ଏହି ଘଟଣାରେ ଅଭିଯୁକ୍ତ ମାନେ ଜୋରିମାନା ଅନାଦେୟ ହେଲେ ଆହୁରି ଏକ ବର୍ଷ ଲେଖାଏଁ କାରାଦଣ୍ଡ ଭୋଗିବାକୁ ପଡିବ ମାନ୍ୟବର ଜିଲ୍ଲା ଦୌରାଜଜ୍ ତାଙ୍କ ରାୟରେ ଶୁଣାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ୨୦୧୭ ମସିହାରେ କଣ୍ଟାବାଞ୍ଜି ଥାନା କୁଲିଆଦର ଗ୍ରାମର ଡୋଳାମଣି ବନଛୋର ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗରେ ସେହି ଗ୍ରାମର ଗୋବିନ୍ଦ ତାଣ୍ଡି ଓ ଅନ୍ୟ ଚାରିଜଣ ବ୍ୟକ୍ତି ଡୋଳାମଣି ବନଛୋରଙ୍କ ଭାଇ ଶଶି ବନଛୋରଙ୍କୁ ଘରୁ ଡାକି ନେଇ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଶଶି ବନଛୋରଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଡୋଳାମଣି କଣ୍ଟାବାଞ୍ଜି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କଣ୍ଟାବାଞ୍ଜି ଥାନାର ତତ୍କାଳୀନ ଥାନା ଆଇ.ଆଇ.ସି. ଜ୍ୟୋତିର୍ମୟ ଭୁକ୍ତା ଥାନା କେସ୍ ନଂ. ୩୬/୨୦୧୭ ଦଫା ୧୪୭/୧୪୮/୩୦୨/୧୨୦(ବି)/୧୪୯ ଆଇ.ପି.ସି. ରୁଜୁ କରି ଅଧିକ ତଦନ୍ତ ଚଲାଇଥିଲେ । ଉକ୍ତ କେସର ସେସନ୍ସ କେସ ନଂ. ୩୬/୨୦୧୭ ମତେ ମାନ୍ୟବର ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା କୁଲିଆଦର ଗାଁର ଘନଶ୍ୟାମ ତାଣ୍ଡି ଓରଫ୍ ଅଲେଖ , ଗୋବିନ୍ଦ ତାଣ୍ଡି, ଲାଲମୋହନ ତାଣ୍ଡି, ଜଗ ତାଣ୍ଡି ଓ ବିଟୁ ସଗରିଆ ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ଦଫା ୩୦୨/୧୪୯ ଆଇ.ପି.ସି.ରେ ଜଣ ପିଛା ଟ.୫,୦୦୦/-ଙ୍କା ଜୋରିମାନା ଅର୍ଥାତ୍ ସମସ୍ତ ଦୋଷୀ ସାବ୍ୟସ୍ତ ଦୋଷୀଙ୍କୁ ମୋଟ୍ ଟ.୨୫,୦୦୦/-ଙ୍କା ଦଣ୍ଡିତ କରିଥିବା ବେଳେ ଜୋରିମାନା ଟଙ୍କା ଅନାଦେୟ ହେଲେ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ରାଜେଶ କୁମାର ନାୟର ନିଜ ରାୟ ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories