Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ; ମୋହନ ସଭାପତି ଓ ଗୁରୁ ଦୟାଲ୍ ସମ୍ପାଦକ ।

ବଲାଙ୍ଗୀର, ୨୨।୪: କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ଏକ ବୈଠକ ସୋମବାର ସନ୍ଧ୍ୟା ସମୟରେ ସ୍ଥାନୀୟ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଛି । ସଂଘର ବରିଷ୍ଠ ସଦସ୍ୟ ସୁବାସ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସଭା ଆରମ୍ଭରେ ସଂଘର ବରିଷ୍ଠ ସଭ୍ୟ ମୌଜ ଆଧାର ଶର୍ମାଙ୍କ ବିୟୋଗରେ ଶୋକ ସଭା କରାଯାଇଥିଲା । ପରେ ସର୍ବସମ୍ମତି କ୍ରମେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ମୋହନ ସୋନି ସଭାପତି, ଜୀବନାନନ୍ଦ ମହାନ୍ତି କାର୍ଯ୍ୟକାରୀ ସଭାପତି, ଶିବ ଶଙ୍କର ବାଗ ଉପସଭାପତି , ଗୁରୁଦୟାଲ ହଂସ ସମ୍ପାଦକ, ଶେଖ୍ ସମିମ୍ ସହସମ୍ପାଦକ ଏବଂ କୁର୍ତ୍ତିକର ବାଗଙ୍କୁ କୋଷାଧକ୍ଷ ଭାବେ ଚୟନ କରାଯାଇଥିଲା । ସେହିପରି ଏଥିରେ କାର୍ଯ୍ୟକାରୀ ସଭ୍ୟ ଭାବେ ବିମଳ ଦାଶ, ବିନୋଦ ସିଂ, କୁଶଲ ଠାକୁର, କୈଳାସ ସଗରିଆଙ୍କୁ ମନୋନୀତ କରାଗଲା। ପରେ ବୈଠକରେ ବିଭିନ୍ନ ବିକାଶ ଓ ସଂଘର ଆଗାମୀ କାର୍ଯ୍ୟକ୍ରମକୁ ନେଇ ବିସ୍ତାର ଭାବେ ଆଲୋଚନା କରାଯାଇଥିଲା । ଏଥିରେ ଶୀଘ୍ର ଗୋଟିଏ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଅଂଚଳର ବିକାଶ ଓ ସାଧାରଣ ଲୋକଙ୍କୁ ମୌଳିକ ସୁବିଧା କିପରି ଭାବରେ ମିଳିବ ସେ ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ବୋଲି ନୂତନ ସଭାପତି ମୋହନ ମତପ୍ରକାଶ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories