Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସତ କହୁଛି ତାଲା, ମିଛ କହୁଛନ୍ତି ଅଧିକାରୀ; ଉଦଘାଟିତ ହୋଇ ବି ଲୋକଙ୍କ କାମରେ ଆସୁନି ଲକ୍ଷାଧିକ ଟଙ୍କାର ଶୌଚାଳୟ ।

ବଲାଙ୍ଗୀର,୯।୫: ଗୋଟିଏ ପଟେ ସ୍ୱଚ୍ଛ ଭାରତ ଅଭିଯାନର ଡିଣ୍ଡିମ ପିଟାଯାଉଥିବା ବେଳେ ଅନ୍ୟପଟେ ସରକାରୀ ବ୍ୟବସ୍ଥାର ଚରମ ଅବହେଳାକୁ ପଦାରେ ପକାଇଛି କଣ୍ଟାବାଞ୍ଜି ତହସିଲ ପରିସରରେ ଥିବା ସର୍ବସାଧାରଣ ଶୌଚାଳୟ। ୨୦୨୧ ମସିହାରୁ ନିର୍ମାଣ ସରି ଉଦଘାଟିତ ହୋଇଥିଲେ ସୁଦ୍ଧା ଏଠାରେ ସେବା ଶୂନ। ଫଳରେ ତହସିଲକୁ ଆସୁଥିବା ମହିଳା ଓ ଦିବ୍ୟାଙ୍ଗମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସୂଚନା ଅନୁସାରେ, ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ଶୌଚାଳୟକୁ ୨୦୨୧ ନଭେମ୍ବର ମାସରେ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଉଦଘାଟନ କରିଥିଲେ। ମାତ୍ର ଉଦଘାଟନ ପରଠାରୁ ଏହା ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ନହୋଇ କେବଳ ଏକ “ଦର୍ଶନୀୟ ବସ୍ତୁ” ପାଲଟିଛି। ବିଶେଷ କରି ଦୂରଦୂରାନ୍ତରୁ ଆସୁଥିବା ମହିଳା ଓ ଦିବ୍ୟାଙ୍ଗମାନେ ଶୌଚ ପାଇଁ ଏଠିସେଠି ଭଟକୁଥିବା ବେଳେ ପ୍ରଶାସନ ଏଥିପ୍ରତି ଆଖିବୁଜି ଦେଇଛି।
ଏହି ସମ୍ପର୍କରେ ଏନଏସି (NAC) ଜେଇ ସୁଦୀକ୍ଷା ନନ୍ଦ ଏବଂ ସାନିଟେସନ ଏକ୍ସପର୍ଟ ହେମନ୍ତ ସ୍ୱାଇଁଙ୍କ ପ୍ରତିକ୍ରିୟା ବାସ୍ତବତାଠାରୁ ସମ୍ପୂର୍ଣ୍ଣ ଦୂରରେ ବୋଲି ଜଣାପଡ଼ିଛି। ଅଧିକାରୀମାନେ ଶୌଚାଳୟ ନିୟମିତ ଖୋଲାଯାଉଛି ବୋଲି ଦମ୍ଭୋକ୍ତି ବାଢ଼ୁଥିବା ବେଳେ, ବାସ୍ତବ କ୍ଷେତ୍ରରେ ସେଠାରେ ଝୁଲୁଥିବା ବଡ଼ ତାଲା ସେମାନଙ୍କ ମିଛକୁ ପଦାରେ ପକାଉଛି। ନିଜର ବିଫଳତା ଲୁଚାଇବା ପାଇଁ ପାଣି ମୋଟର ଖରାପ ଓ ପରିଚାଳନାଗତ ସମସ୍ୟାର ଆଳ ଦେଖାଇ ଅଧିକାରୀମାନେ ଖସିଯିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି।
ଅଧିକାରୀଙ୍କ କହିବା କଥା ଯେ, ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ କର୍ମଚାରୀ ରହୁଛନ୍ତି। ମାତ୍ର ପ୍ରଶ୍ନ ଉଠୁଛି, ଯଦି ତହସିଲ କାର୍ଯ୍ୟାଳୟ ଦିନ ୧ଟା ପର୍ଯ୍ୟନ୍ତ ଚାଲୁଛି, ତେବେ ଶୌଚାଳୟ କାହିଁକି ୧୦ଟାରୁ ବନ୍ଦ ରହୁଛି? କେବଳ ସକାଳ ସମୟରେ ଲୋକେ ଆସନ୍ତି ନାହିଁ, ବରଂ ଅଫିସ ସମୟରେ ହିଁ ସର୍ବାଧିକ ଭିଡ଼ ଜମିଥାଏ। ଏଭଳି ସ୍ଥିତିରେ ପ୍ରଶାସନର ଏହି “ଆଖିବୁଜା” ନୀତିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏହା ୨୦୨୧ ନଭେମ୍ବରରୁ ଏହା ପ୍ରସ୍ତୁତ ହୋଇଥିବା ବେଳେ ଏବେ ସୁଦ୍ଧା ବ୍ୟବହାର ନାହିଁ। ଅଧିକାରୀ ମାନେ ପାଣି ମୋଟର ଓ ପରିଚାଳନା ଅଭାବର ବାହାନା ଦେଖାଉଥିବା ବେଳେ ମହିଳା ଓ ଦିବ୍ୟାଙ୍ଗ ମାନେ ଅତିଷ୍ଠ ହେଉଥିବା ଦେଖିବାକୁ ମିଳିଛି । ଶୌଚାଳୟକୁ ସମ୍ପୂର୍ଣ୍ଣ ଅଫିସ ସମୟ ପର୍ଯ୍ୟନ୍ତ ଖୋଲା ରଖିବା ସହ ରକ୍ଷଣାବେକ୍ଷଣ କରାଯାଉ।
ଏବେ ଦେଖିବାକୁ ବାକି ରହିଲା, ତାଲା ବନ୍ଦ ଏହି ସରକାରୀ ବ୍ୟବସ୍ଥା କେବେ ଖୋଲୁଛି ଏବଂ ସାଧାରଣ ଜନତା କେବେ ନ୍ୟାୟ ପାଉଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories