Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରାକ୍ଟର ଚାପାରେ ଚାଲିଗଲା ଜୀବନ; ଭୟରେ ଫେରାର ମାରି ଶେଷରେ ଥାନାରେ ଆତ୍ମସମର୍ପଣ କଲେ ଚାଳକ ।

ବଲାଙ୍ଗୀର,୨୦।୫: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ପୁଡ଼ାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବନ୍ଧ ଉନ୍ନତୀକରଣ କାର୍ଯ୍ୟ ଚାଲିଥିବା ସମୟରେ ଟ୍ରାକ୍ଟର ଚାପାରେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ସ୍ଥାନୀୟ ପୁଡ଼ାପାଲି ଗ୍ରାମର ପ୍ରାଣବନ୍ଧୁ ଯୁଗ୍ନିଆ ବୋଲି ଚିହ୍ନଟ ହୋଇଛନ୍ତି।
ସୂଚନା ଅନୁଯାୟୀ, ମୃତ ପ୍ରାଣବନ୍ଧୁ ନିକଟ ଅତୀତରେ ନିଜ ଝିଅ ଘର ରାୟପୁରରୁ ଫେରିଥିଲେ। ଗତକାଲି ସେ ଗାଧୋଇବା ପାଇଁ ଗ୍ରାମ ନିକଟସ୍ଥ ‘ଖଳିଆବନ୍ଧ’କୁ ଯାଇଥିଲେ। ସେହି ସମୟରେ ବନ୍ଧରେ ଏକ ଜେସିବି ଓ ତିନୋଟି ଟ୍ରାକ୍ଟର ସାହାଯ୍ୟରେ ମାଟି ଖୋଳା ଓ ଉନ୍ନତୀକରଣ କାର୍ଯ୍ୟ ଜାରି ରହିଥିଲା। ଦୁର୍ଭାଗ୍ୟବଶତଃ, କାର୍ଯ୍ୟରତ ଏକ ଟ୍ରାକ୍ଟର ପ୍ରାଣବନ୍ଧୁଙ୍କ ଉପରେ ଚଢ଼ିଯାଇଥିଲା, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ଦୁର୍ଘଟଣା ପରେ ଉତ୍ତେଜନା ଭୟରେ ସେଠାରେ କାମ କରୁଥିବା ଜେସିବି ଓ ତିନୋଟି ଯାକ ଟ୍ରାକ୍ଟରର ଚାଳକମାନେ ଗାଡ଼ି ଧରି ଫେରାର ହୋଇଯାଇଥିଲେ। ଖବର ପାଇ ପରିବାର ଲୋକେ ସିନ୍ଧେକେଲା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇ ତଦନ୍ତ ଆରମ୍ଭ କରିଥିଲା।
ତେବେ ପୁଲିସର ଚାପ ବଢ଼ିବାରୁ ପରବର୍ତ୍ତୀ ସମୟରେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର (ଓଡି ୦୩ ଏ ୩୩୨୩) ସହ ଚାଳକ କ୍ଷେତ୍ରମୋହନ କୁମ୍ଭାର ସିନ୍ଧେକେଲା ଥାନାକୁ ଯାଇ ନିଜେ ଆତ୍ମସମର୍ପଣ କରିଛନ୍ତି।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଏବେ ଦୁର୍ଘଟଣାର ଅଧିକ ଛାନଭିନ୍ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories