Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କକ୍ରୋଚ୍ ଜନତା ପାର୍ଟିର(CJP) ପ୍ରତିଷ୍ଠାତା ଅଭିଜିତ୍ ଦିପକେଙ୍କ ସହ ପରିଚିତ ହୁଅନ୍ତୁ:

​ନୂଆଦିଲ୍ଲୀ, ୨୧ | ୫ : ମହାରାଷ୍ଟ୍ରର ବାସିନ୍ଦା ହେଉଛନ୍ତି କକ୍ରୋଚ୍ ଜନତା ପାର୍ଟିର(CJP) ପ୍ରତିଷ୍ଠାତା ଅଭିଜିତ୍ ଦିପକେ | ସେ ଆମେରିକାରେ ରୁହନ୍ତି | ୨୦୧୮ ମସିହାରୁ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ଅର୍ଥାତ ଆପ୍ (AAP) ସହ କାମ କରୁଛନ୍ତି | ଆପ୍ ସରକାର ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ (CMO) ମଧ୍ୟ କାମ କରିଛନ୍ତି | ରାଜନୈତିକ ଭାବେ ନିରପେକ୍ଷ ନୁହଁନ୍ତି | କିନ୍ତୁ ଭାରତ ବିରୋଧୀ ପ୍ରଦର୍ଶନଗୁଡ଼ିକୁ ପ୍ରୋତ୍ସାହନ କରିବା ତାଙ୍କର କାମ | ଜାତିଭିତ୍ତିକ ରାଜନୀତିକୁ ମଧ୍ୟ ପ୍ରୋତ୍ସାହିତ କରନ୍ତି | ପ୍ରାୟତଃ ନିଜ ପୋଷ୍ଟଗୁଡ଼ିକରେ କଂଗ୍ରେସ ଏବଂ ବିଜେପିକୁ ଟାର୍ଗେଟ୍ କରିଥାନ୍ତି |

ଅପରପକ୍ଷରେ ଆପ୍ (AAP)ର ମୁଖ୍ୟ କେଜ୍ରିୱାଲ ଏବଂ ତାଙ୍କ ଦଳର ଚିନ୍ତାଧାରାକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରନ୍ତି | ଆପ୍ (AAP) ପାଇଁ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଜନସମ୍ପର୍କ ଏବଂ ବଟ୍ (ପୋଷ୍ଟକୁ ପ୍ରଭାବଶାଳୀ ଦେଖାଇବା ପାଇଁ AI ଦ୍ୱାରା ନକଲି ଲାଇକ୍ ଓ କମେଣ୍ଟ) ପ୍ରଚାର କରିବା କାମ କରନ୍ତି | ସିଜେପି (CJP)ର ଗୋଟିଏ ହେଲେ ବି ପୋଷ୍ଟରେ ଏପର୍ଯ୍ୟନ୍ତ ୧୦ ଲକ୍ଷ ଲାଇକ୍ ମିଳିନାହିଁ,
​ତଥାପି ଇନଷ୍ଟାଗ୍ରାମରେ ୫ ଦିନ ମଧ୍ୟରେ ୫୦ ଲକ୍ଷ ଫଲୋଅର୍ସ ହାସଲ କରିନେଲେ | ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି |

ସେ ବଟ୍ ଫଲୋଅର୍ସ କିଣନ୍ତି ଏବଂ ସେମାନଙ୍କ ରିଆକ୍ଟ ଓ କମେଣ୍ଟ ମାଧ୍ୟମରେ ସୋସିଆଲ ମିଡିଆରୁ ପଇସା ରୋଜଗାର କରନ୍ତି | ଆପ୍ (AAP) ନେତା ମଧ୍ୟ ଏହି ‘ଅସରପା’ ଦଳର ପ୍ରଚାର କରିବାରେ ଲାଗି ପଡିଛନ୍ତି | ତାଙ୍କ ନାମରେ ୨୦୧୯ ମସିହାରେ , ନିଜର ଉତ୍ତେଜନାପୂର୍ଣ୍ଣ ପୋଷ୍ଟ ଏବଂ କାଶ୍ମୀର ସମ୍ପର୍କିତ ବିଷୟବସ୍ତୁ ପାଇଁ ପୋଲିସ ମାମଲା ରୁଜୁ ହୋଇଥିବା ଖବର ରହିଛି | ତେବେ କୌଣସି ତଥ୍ୟରେ ଜଲ୍ଦି ଭ୍ରମିତ ନ ହୋଇ ସତକୁ ପରଖନ୍ତୁ | ତେଣୁ ଏଭଳି ଦେଶଦ୍ରୋହୀ ଲୋକଙ୍କଠାରୁ ଏବଂ ସେମାନଙ୍କର ନକଲି ସୋସିଆଲ ମିଡିଆ ପ୍ରଚାରରୁ ଜନସାଧାରଣ ସତର୍କ ରହିବା ଉଚିତ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ