Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୋଟ୍ ଦେଇନଥିବା ଲୋକଙ୍କ SIR ସର୍ଭେ ତାଲିକାରୁ ନାଁ କାଟିବା ଘଟଣା ! ଟିଟିଲାଗଡ଼ ବିଧାୟକଙ୍କ ଭାଇରାଲ ଭିଡିଓକୁ ନେଇ ଥାନାରେ ଏତଲା

ବଲାଙ୍ଗୀର,୩୧।୫: ଗଣତନ୍ତ୍ରରେ ଭୋଟର ହେଉଛନ୍ତି ଭାଗ୍ୟବିଧାତା। ନିଜ ପସନ୍ଦର ପ୍ରାର୍ଥୀଙ୍କୁ ମତଦାନ କରିବା ପ୍ରତ୍ୟେକ ନାଗରିକର ସାମ୍ବିଧାନିକ ଅଧିକାର। କିନ୍ତୁ ଜଣେ ଜନପ୍ରତିନିଧି ଭୋଟ୍ ନଦେବା କାରଣରୁ ସାଧାରଣ ଜନତାଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ କରିବା ପାଇଁ ଧମକ ଦେବା ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଏବେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ଝଡ଼ ସୃଷ୍ଟି କରିଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଟିଟିଲାଗଡ ବିଜେପି ବିଧାୟକ ନବୀନ କୁମାର ଜୈନ୍ ଜଣେ ବ୍ୟକ୍ତିଙ୍କ ଉପରେ ବରଷୁଥିବା ଦେଖିବାକୁ ମିଳୁଛି। ଅଭିଯୋଗ ଅନୁଯାୟୀ, କତରକେଲା ଗ୍ରାମରେ ଆୟୋଜିତ ଏକ କର୍ମୀ ସମ୍ମିଳନୀରେ ବିଧାୟକ ଶ୍ରୀ ଜୈନ କହୁଛନ୍ତି ଯେ, ଯେଉଁମାନେ ବିଜେପିକୁ ଭୋଟ୍ ଦେଇନାହାନ୍ତି ସେମାନଙ୍କ ନାମ ସରକାରୀ ସର୍ଭେ (SIR Survey) ତାଲିକାରୁ କାଟି ଦିଆଯାଉ। ସରକାରୀ ଯୋଜନା କୌଣସି ଦଳ ବା ବ୍ୟକ୍ତି ବିଶେଷଙ୍କର ନୁହେଁ, ବରଂ ଏହା ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ। ଏଭଳି ସ୍ଥିତିରେ ଭୋଟ୍ ନଦେବା କାରଣରୁ ଯୋଜନାରୁ ବାଦ୍ ଦେବା ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପନ୍ଥୀ ବୋଲି ଚର୍ଚ୍ଚା ହେଉଛି।
ଏହି ବିବାଦୀୟ ପ୍ରସଙ୍ଗରେ ବିଧାୟକ ନବୀନ କୁମାର ଜୈନ୍ ନିଜର ପକ୍ଷ ରଖିଛନ୍ତି। ସେ ଭୋଟ୍ ନଦେବା କଥାକୁ ଖଣ୍ଡନ କରିବା ସହ କହିଛନ୍ତି ଯେ, “ଯେଉଁମାନେ ଦୀର୍ଘ ବର୍ଷ ଧରି ବାହାରେ ରହି ସେହି ସ୍ଥାନରେ ନିଜର ଭୋଟର ତାଲିକା ପ୍ରସ୍ତୁତ କରିସାରିଛନ୍ତି ଏବଂ ଟିଟିଲାଗଡ଼ରେ ମତଦାନ କରୁନାହାନ୍ତି, ସେମାନଙ୍କ ନାମ SIR ସର୍ଭେରୁ ବାଦ୍ ଦେବାକୁ ମୁଁ କହିଛି।” ତେବେ ତାଙ୍କର ଏହି ସ୍ପଷ୍ଟୀକରଣ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ।
ଏହି ଘଟଣାକୁ ନେଇ ରାଜନୈତିକ ପାରଦ ଉଷ୍ଣ ହେବାରେ ଲାଗିଛି। ଟିଟିଲାଗଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଟିଟିଲାଗଡ଼ ଥାନା ଅଧିକାରୀଙ୍କୁ ଭେଟି ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ, ବିଧାୟକ ନିଜ କ୍ଷମତାର ଅପବ୍ୟବହାର କରି SIR ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଏଭଳି ଉଦ୍ଦେଶ୍ୟମୂଳକ ବକ୍ତବ୍ୟ ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗାଡ଼ିପାରେ। ଭୋଟର ତାଲିକାରୁ ନାମ କାଟିବା ପାଇଁ କର୍ମୀଙ୍କୁ ପ୍ରବର୍ତ୍ତାଇବା ଏକ ଅଗଣତାନ୍ତ୍ରିକ ପଦକ୍ଷେପ ।
ଘଟଣାକୁ ନେଇ ଟିଟିଲାଗଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗଙ୍କ ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।
ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ, ଜଣେ ବିଧାୟକ ସମ୍ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀର ପ୍ରତିନିଧି, କେବଳ ତାଙ୍କୁ ଭୋଟ୍ ଦେଇଥିବା ଲୋକଙ୍କର ନୁହେଁ। ବିଜୟ ପରେ ଅହଂକାର ନୁହେଁ ବରଂ ସେବା ମନୋଭାବ ରହିବା ଆବଶ୍ୟକ। ସରକାରୀ ପ୍ରକ୍ରିୟାରେ ଜନପ୍ରତିନିଧିଙ୍କ ଏଭଳି ହସ୍ତକ୍ଷେପ ସାମ୍ବିଧାନିକ ନୀତିର ଉଲ୍ଲଙ୍ଘନ ବୋଲି ମତ ପ୍ରକାଶ ପାଇଛି।
ବର୍ତ୍ତମାନ ପୋଲିସ ଏହି ମାମଲାର କି ପ୍ରକାର ତଦନ୍ତ କରୁଛି ଏବଂ ଆଗାମୀ ଦିନରେ ଏହି ରାଜନୈତିକ ବିବାଦ କେଉଁ ମୋଡ଼ ନେଉଛି, ତାହା ଦେଖିବାକୁ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories