Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜିରେ ସ୍ମାର୍ଟ ମିଟର ବିରୋଧୀ ଆନ୍ଦୋଳନ ତେଜିଲା: ୨ ତାରିଖରେ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଘେରାଉ କରିବ ବିଜେଡି

ବଲାଙ୍ଗୀର,୩୧।୫: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଲଗାଯାଉଥିବା ସ୍ମାର୍ଟ ମିଟରକୁ ନେଇ ବିରୋଧ ପ୍ରଦର୍ଶନ ତୀବ୍ର ହେବାରେ ଲାଗିଛି। ଏହି କ୍ରମରେ ଆସନ୍ତା ୨ ତାରିଖରେ ବିଜୁ ଜନତା ଦଳ ପକ୍ଷରୁ କଣ୍ଟାବାଞ୍ଜି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଆଜି ରାଜ୍ୟ ଯୁବ ବିଜେଡି ସାଧାରଣ ସଂପାଦକ ଅଜିତ ଯୋଷୀଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଏକ ପ୍ରତିନିଧି ଦଳ କଣ୍ଟାବାଞ୍ଜି ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତା ୨ ତାରିଖର ଆନ୍ଦୋଳନ ସମୟରେ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ ପୋଲିସ ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଯାଇଛି।
ସାଧାରଣ ଖାଉଟିଙ୍କ ଉପରେ ସ୍ମାର୍ଟ ମିଟର ଦ୍ୱାରା ପଡ଼ୁଥିବା ଅତିରିକ୍ତ ବୋଝକୁ ବିରୋଧ କରି ଏହି ସ୍ମାର୍ଟ ମିଟର ବ୍ୟବସ୍ଥାକୁ ତୁରନ୍ତ ବନ୍ଦ କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି। ସ୍ମାର୍ଟ ମିଟର ଯୋଗୁଁ ଅହେତୁକ ବିଦ୍ୟୁତ୍ ବିଲ୍ ଆସୁଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି, ଯାହାକୁ ନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି।
ଏହି ଆଲୋଚନା ସମୟରେ ବିଜୁ ଜନତା ଦଳର ବହୁ ବରିଷ୍ଠ କର୍ମକର୍ତ୍ତା ଓ ସ୍ଥାନୀୟ କର୍ମୀମାନେ ଉପସ୍ଥିତ ଥିଲେ। ଆସନ୍ତା ୨ ତାରିଖରେ ହେବାକୁ ଥିବା ଏହି ଘେରାଉ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହେବାର ସମ୍ଭାବନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories