Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର: ଘର ଖାଲି ଥିବା ଦେଖି କଳାକନା ବୁଲାଇଲେ ଚୋର: ସୁନା ଗହଣା ସହ ନଗଦ ଟଙ୍କା ଚୋରି, ପୋଲିସର ତଦନ୍ତ ଜାରି ।

ବଲାଙ୍ଗୀର,୧୩।୬: ପରିବାର ସହ ବୁଲିବାକୁ ଯାଇଥିବା ବେଳେ ସୁଯୋଗ ଦେଖି ଖାଲି ଘରୁ ସର୍ବସ୍ୱ ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଚୋରି ଘଟଣା ବଲାଙ୍ଗିର ଲକ୍ଷ୍ମୀଯୋର ଥାନା ଅନ୍ତର୍ଗତ ଚନ୍ଦ୍ରାସେନୀ ନଗର ଅଞ୍ଚଳରେ ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ମୁତାବକ, ଚନ୍ଦ୍ରାସେନୀ ନଗରର ବାସିନ୍ଦା ଦୀପକ ମିଶ୍ର ନିଜ ପରିବାର ସହ କୋରାପୁଟ ବୁଲିବାକୁ ଯାଇଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ତାଙ୍କ ଘରର ତାଲା ଭାଙ୍ଗି ଭିତରେ ପଶିଥିଲେ। ଲୁଟେରାମାନେ ଘରର କବାଟ ତାଡ଼ି ଆଲମାରୀରୁ ପ୍ରାୟ ୬ ଭରି ସୁନା ଗହଣା, ରୁପା ଅଳଙ୍କାର ଏବଂ ନଗଦ ୧୦,୦୦୦ ଟଙ୍କା ଚୋରି କରି ନେଇଛନ୍ତି। ଚୋରି କରିବା ସମୟରେ ଦୁର୍ବୃତ୍ତମାନେ ଘରର ସମସ୍ତ ଆସବାବପତ୍ର ଓ ଜିନିଷପତ୍ର ଫିଙ୍ଗାଫୁଙ୍ଗି କରି ଅସ୍ତବ୍ୟସ୍ତ କରି ପକାଇବା ସହ ସେଠାରୁ ଫେରାର ମାରିବାରେ ସଫଳ ହୋଇଛନ୍ତି।
ଏ ସମ୍ପର୍କରେ ଖବର ପାଇବା ପରେ ଲକ୍ଷ୍ମୀଯୋର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଛାନଭିନ ଆରମ୍ଭ କରିଛି। ପୋଲିସ ସାଇଣ୍ଟିଫିକ୍ ଟିମ୍ ଏବଂ ସ୍ଥାନୀୟ ଲୋକଙ୍କ ସହ ପଚରାଉଚରା କରି ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଚନ୍ଦ୍ରାସେନୀ ନଗର ଭଳି ଜନବସତି ଅଞ୍ଚଳରେ ଏଭଳି ସାହସିକ ଚୋରି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଚିନ୍ତା ଓ ଅସନ୍ତୋଷ ସୃଷ୍ଟି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories