Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନ ବିନା ଆୟୋଜନ ହେବ ଏସିଆ କପ୍ ! ବିସିସିଆଇକୁ ମିଳିଲା ସମର୍ଥନ

ନୂଆଦିଲ୍ଲୀ: ଏସୀୟ କ୍ରିକେଟ୍ ପରିଷଦ(ଏସିସି) ପାକିସ୍ତାନ ବିନା ଏସିଆ କପର ଆୟୋଜନ କରିବାକୁ ପ୍ରସ୍ତୁତି କରୁଛି। ଏମିତି ହେଲେ ଭାରତରେ ଅକ୍ଟୋବର-ନଭେମ୍ବର ମାସରେ ହେବାକୁ ଥିବା ବିଶ୍ଵକପରେ ବାବର ଆଜମଙ୍କ ନେତୃତ୍ଵାଧୀନ ପାକିସ୍ତାନ ଦଳ ଉପରେ ଗଭୀର ପ୍ରଭାବ ପଡ଼ିପାରେ। ବିସିସିଆଇର ସଂପାଦକ ତଥା ଏସିସିର ଅଧ୍ୟକ୍ଷ ଜୟ ଶାହା ସଦସ୍ୟ ଦେଶକୁ ଅବଗତ କରାଇ ଦେଇଛନ୍ତି ଯେ ପିସିବି ଦ୍ଵାରା ପ୍ରସ୍ତାବିତ ହାଇବ୍ରିଡ ମୋଡେଲକୁ ସ୍ଵୀକାର କରାଯାଇ ପାରିବ ନାହିଁ।

ଅହମ୍ମଦାବାଦରେ ସଦସ୍ୟ ଦେଶଗୁଡ଼ିକର ପ୍ରମୁଖଙ୍କ ସହ ହୋଇଥିବା ଅଣଆନୁଷ୍ଠାନିକ ବୈଠକରେ ଜୟ ଶାହା କହିଛନ୍ତି ଯେ, ଟୁର୍ଣ୍ଣାମେଣ୍ଟ କେବଳ ଶ୍ରୀଲଙ୍କାରେ ଆୟୋଜିତ କରିବା ଉଚିତ୍। ପିସିବି ଏକ ହାଇବ୍ରିଡ ମୋଡେଲର ପ୍ରସ୍ତାବ ଦେଇଛି। ଯାହା ଆଧାରରେ ପାକିସ୍ତାନରେ ୪/୫ ମ୍ୟାଚ୍ ଆୟୋଜନ କରାଯିବ ଏବଂ ଅବଶିଷ୍ଟ ସମସ୍ତ ମ୍ୟାଚ୍ ଦୁବାଇରେ ଖେଳାଯିବ। ଏହି ପ୍ରସ୍ତାବକୁ ବିସିସିଆଇ ଖଣ୍ଡନ କରିଛି।

ସୂତ୍ର ଅନୁଯାୟୀ, ଏସିସିର ପରବର୍ତ୍ତୀ କାର୍ଯ୍ୟକାରୀ ବୈଠକରେ ପାକିସ୍ତାନକୁ ସ୍ପଷ୍ଟ ଭାବେ ଜଣାଇ ଦିଆଯିବ ଯେ, ସମସ୍ତ ଦେଶ ଶ୍ରୀଲଙ୍କାରେ ଖେଳିବାକୁ ସହମତ। ଉଲ୍ଲେଖନୀୟ ଚଳିତ ଏସିଆ କପ୍ ଆୟୋଜନର ଅଧିକାର ପିସିବି ନିକଟରେ ରହିଛି। ହେଲେ ପାକିସ୍ତାନର ପ୍ରସ୍ତାବକୁ ଅନ୍ୟ ଦେଶ ସ୍ଵୀକାର କରୁ ନାହାନ୍ତି। ଏବେ ପାକିସ୍ତାନକୁ ଶ୍ରୀଲଙ୍କାରେ ଖେଳିବା କିମ୍ବା ଟୁର୍ଣ୍ଣାମେଣ୍ଟରୁ ବାହାରିବାର ନିଷ୍ପତ୍ତି ନେବାକୁ ପଡ଼ିବ। ଯଦି ପାକିସ୍ତାନ ଭାଗ ନ ନିଏ ତେବେ ଭାରତ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ୪ ଦଳ ମଇଦାନକୁ ଓହ୍ଲାଇବେ। ପଞ୍ଚମ ଦଳ ଭାବେ ନେପାଳକୁ ସାମିଲ୍ କରାଯିବ କି ନାହିଁ ତାହା ଅଦ୍ୟାବଧି ସ୍ଥିର ହୋଇ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ