Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଟେଷ୍ଟରୁ ଅବସର ନିଷ୍ପତ୍ତି ପ୍ରତ୍ୟାହାର କଲେ ମୋଇନ ଅଲ୍ଲୀ, ଖେଳିବେ ଆସେସ ସିରିଜ୍

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟକୁ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିବେ ଇଂଲଣ୍ଡ ଦଳର ତାରକା ଅଲରାଉଣ୍ଡର ମୋଇନ ଅଲ୍ଲୀ। ସେ ୨୦୨୧ରେ କ୍ରିକେଟର ସବୁଠୁ ଲମ୍ବା ଫର୍ମାଟରୁ ଅବସର ଘୋଷଣା କରିଥିଲେ। ହେଲେ ଏବେ ସେ ନିଜର ଅବସର ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି ଏବଂ ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡକୁ ନିଜ ନିଷ୍ପତ୍ତି ବିଷୟରେ ଅବଗତ କରାଇଛନ୍ତି। ଇସିବି ମଧ୍ୟ ମୋଇନ ଅଲ୍ଲୀଙ୍କ ଏହି ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି ଏବଂ ଆସେସ ସିରିଜର ପ୍ରଥମ ୨ଟି ମ୍ୟାଚ ପାଇଁ ମୋଇନଙ୍କୁ ଦଳରେ ସାମିଲ୍ କରାଯାଇଛି।

ଇଂଲଣ୍ଡ କ୍ରିକେଟ୍ ବୋର୍ଡ ବୁଧବାର ସୂଚନା ଦେଇଛି ଯେ, ମୋଇନ ଅଲ୍ଲୀଙ୍କୁ ୨୦୨୩ ଜୁନ ୧୬ରୁ ଆଜବେଷ୍ଟନରେ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହେଉଥିବା ପ୍ରଥମ ୨ଟି ଆସେସ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ସାମିଲ୍ କରାଯାଇଛି। ସେ ସ୍ପିନର ଜ୍ୟାକ ଲିଚଙ୍କ ସ୍ଥାନରେ ଦଳରେ ସାମିଲ୍ ହୋଇଛନ୍ତି। ଜ୍ୟାକ ଲିଚଙ୍କୁ ଆହତଜନିତ ସମସ୍ୟା କାରଣରୁ ଦଳରୁ ବାଦ୍ ଦିଆଯାଇଛି।

ଇଂଲଣ୍ଡ ନିକଟରେ ଜ୍ୟାକ ଲିଚଙ୍କ ବ୍ୟତୀତ ଅନ୍ୟ କୌଣସି ସ୍ପିନର ନାହାନ୍ତି, ଯିଏ ଭଲ ଫର୍ମରେ ରହିଛି। ତେଣୁ ଆସେସ୍ ସିରିଜକୁ ଦୃଷ୍ଟିରେ ରଖି ମୋଇନ ଅଲ୍ଲୀଙ୍କୁ ପୁଣି ଥରେ ଦଳକୁ ଫେରାଇ ଅଣା ଯାଇଛି। ୨୦୨୧ ସମର ସିଜିନ ସମୟରେ ମୋଇନ ଟେଷ୍ଟରୁ ଅବସର ନେଇଥିଲେ। ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ, ମୁଖ୍ୟ କୋଚ୍ ବ୍ରେଣ୍ଡନ ମ୍ୟାକକୁଲମ ଏବଂ ପରିଚାଳକ ନିର୍ଦ୍ଦେଶକ ରୋବଙ୍କ ପରାମର୍ଶକ୍ରମେ ମୋଇନ ଟେଷ୍ଟରୁ ଅବସର ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି। ମୋଇନ ଅଦ୍ୟାବଧି ୬୪ଟି ଟେଷ୍ଟ ମ୍ୟାଚରେ ୫ ଶତକ ସହ ୨୯୧୪ ରନ କରିବା ସହ ବୋଲିଂରେ ୧୯୫ ଓ୍ଵିକେଟ୍ ନେଇଛନ୍ତି।