ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକ୍ରମ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଚାଇଲଡ ହେଲ୍ଫ ଲାଇନ ଡି ପି ସି ସୁଜିତ ଙ୍କ ତତ୍ୱାବଧାନ ରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବୀରମହାରାଜପୁର ବ୍ଲକ ର ବିଭିନ୍ନ ଜାଗା ରେ ଚଢ଼ାଉ କରାଯାଇଥିଲା l ଏହି କାର୍ଯକ୍ରମ ରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ର ବସଷ୍ଟାଣ୍ଡ, ବଜାର ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଭିକ୍ଷା ବୃତ୍ତି କରୁଥିବା ଶିଶୁ , ଶିଶୁ ଶ୍ରମିକ ଭାବେ କାମ କରୁଥିବା ପ୍ରାୟ ୧୦ ଜଣ ଶିଶୁଙ୍କୁ ଉଦ୍ଧାର କରିଛି ଜିଲ୍ଲା ଶିଶୁ ବିଭାଗ l
ସୂଚନା ଅନୁଯାୟୀ, ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ , ଶିଶୁ କଲ୍ୟାଣ ସମିତି, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଶ୍ରମ ବିଭାଗ, ସୁବର୍ଣ୍ଣପୁର, ପୋଲିସ୍ ବୀରମହାରାଜପୁର ଏବଂ ରୁଚିକା ଏନ ଜି ଓ ର ସଦସ୍ୟମାନେ ମିଳିତ ଭାବେ ଏହି ଅଭିଯାନ କରିଥିଲେ। ଉଦ୍ଧାର ହୋଇଥିବା ଶିଶୁ ମାନଙ୍କୁ ଶିଶୁ କଲ୍ୟାଣ ସମିତି (CWC) ନିକଟରେ ଉପସ୍ଥାପନା କରାଯାଇଛି।
ଶିଶୁମାନଙ୍କୁ ପାଠ ପଢା , ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ଥଇଥାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ସ୍ୱତନ୍ତ୍ର ଟିମ୍ ସୂଚନା ଦେଇଛନ୍ତି
ଆପଣଙ୍କ ଆଖପାଖରେ ଯଦି କେହି ଶିଶୁ ଶ୍ରମିକ, ଶିଶୁ ଭିକ୍ଷାବୃତ୍ତି, ଶିଶୁ ବାହାଘର , ଶିଶୁ ପରିତ୍ୟକ୍ତା ଦେଖନ୍ତି ତେବେ 1098 ନମ୍ବରରେ କଲ୍ କରିବା ପାଇଁ ମଧ୍ୟ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଜିତ୍ କୁମାର ମିଶ୍ର ଚାଇଲ୍ଡ ହେଲ୍ପ ଲାଇନ ଆହ୍ୱାନ ଦେଇଛନ୍ତି l
ଏହି ସବୁ କାର୍ଯକ୍ରମରେ ଲୀନା ବାବୁ ଅଧ୍ୟକ୍ଷା ଶିଶୁକଲ୍ୟାଣ ସମିତି, ସୁଜିତ୍ କୁମାର ମିଶ୍ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ, ସୁବର୍ଣ୍ଣପୁର , ପରାମର୍ଶଦାତା ସୁଧୀର କୁମାର ଦାସ , ମଣ୍ଟୁ ବାରିକ , ଚାଇଲ୍ଡ ହେଲ୍ପ ଲାଇନ , ପ୍ରଶାନ୍ତ ମହାକୁଡ଼ , ଗୌତମ ମହାପାତ୍ର, ଶାଶ୍ୱତ ସୁମ୍ୟକାନ୍ତ ସାହୁ, ଏ ଏଲ ଓ ବୀରମହାରାଜପୁର ଚିନ୍ମୟ ମେହେର ଏ ଏଲ୍ ଓ , ବିନିକା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସୁବର୍ଣ୍ଣପୁର , ତଟିନି ବିଶ୍ୱାଳ ସଂଯୋଜିକା ରୁଚିକା ଏବଂ ରିଙ୍କିନା ସ୍ୱାଇଁ ସଦସ୍ୟା ରୁଚିକା ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
ଉପସ୍ଥାପନା ସମୟରେ ଲୀନା ବାବୁଙ୍କ ସମେତ ଅଞ୍ଜଳି ନେଗି , ସଦସ୍ୟା , କେଶବ ମେହେର ସଦସ୍ୟ ଏବଂ ବ୍ରଜେନ୍ଦ୍ର ବିଶି ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ।

