Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

WTC ଫାଇନାଲରେ କେମିତି ପ୍ରତ୍ୟାବର୍ତ୍ତନ କରିବ ଭାରତ, ଦିନେଶ କାର୍ତ୍ତିକ କହିଲେ ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମୁକାବିଲା ଇଂଲଣ୍ଡର ଓଭାଲ ମଇଦାନରେ ଜାରି ରହିଛି। ପ୍ରଥମ ଦୁଇ ଦିନର ଖେଳ ପରେ ବ୍ୟାକଫୁଟରେ ଭାରତୀୟ ଦଳ। ତେବେ ପୂର୍ବତନ ଓ୍ଵିକେଟ୍ କିପର ବ୍ୟାଟର ଦିନେଶ କାର୍ତ୍ତିକ ଏବେ ମଧ୍ୟ ଆଶା ରଖିଛନ୍ତି ଯେ, ଭାରତ ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରି ପାରିବ। ଏଥିପାଇଁ ସେ ଏକ ମାଷ୍ଟର ପ୍ଲାନ ମଧ୍ୟ କହିଛନ୍ତି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪୬୯ ରନ କରିଥିବା ବେଳେ ଭାରତ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ଓ୍ଵିକେଟ୍ ହରାଇ ୧୫୧ ରନ କରିଛି। ଏବେ ମଧ୍ୟ କଙ୍ଗାରୁ ଦଳଠୁ ଭାରତ ୩୧୮ ରନରେ ପଛରେ ରହିଛି।

କ୍ରିକବଜ ସହ ଆଲୋଚନା ବେଳେ ଦିନେଶ କାର୍ତ୍ତିକ କହିଛନ୍ତି, ଯେମିତି ଯେମିତି ମ୍ୟାଚ୍ ଆଗକୁ ବଢିବ ସେହିପରି ପିଚରେ ଫାଟ ଚଉଡ଼ା ହେବାରେ ଲାଗିଛି। ଏମିତିରେ ସମୀକରଣ ଆହୁରି କଠିନ ହେବ। ଭାରତ ପାଇଁ ରାହାଣେ ଏବଂ ଭରତ ଯୋଡ଼ି ଶେଷ ଭରସା। ଯେବେ ଭାରତୀୟ ଦଳ ଶେଷ ଥର ଇଂଲଣ୍ଡ ଗସ୍ତ କରିଥିଲା ଶାର୍ଦ୍ଦୁଳ ଠାକୁର ୨ଟି ଅର୍ଦ୍ଧଶତକ ମାରିଥିଲେ। ଆମେ ଏହି ମ୍ୟାଚରେ ବି ଶାର୍ଦ୍ଦୁଳ ଠାକୁରଙ୍କଠୁ ଆଶା କରି ପାରିବା।

କାର୍ତ୍ତିକଙ୍କ ମତରେ ଭାରତ ଯଦି ୩୦୦-୩୫୦ ସ୍କୋର ପର୍ଯ୍ୟନ୍ତ ପହଞ୍ଚିପାରେ ସଫଳ ହୁଏ ଏବଂ ଦ୍ଵିତୀୟ ଇନିଂସରେ ଅଷ୍ଟ୍ରେଲିଆ ୧୫୦-୧୬୦ ରନରେ ଅଲଆଉଟ୍ କରିଦିଏ ତେବେ ଭାରତ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରି ପାରିବ। ସେ ଏହା ମଧ୍ୟ କହିଛନ୍ତି ଟିମ୍ ଇଣ୍ଡିଆ ଯଦି ଦ୍ଵିତୀୟ ଇନିଂସରେ ୧୬୦-୧୮୦ ରନରେ ଅଷ୍ଟ୍ରେଲିଆକୁ ଅଲଆଉଟ୍ କରି ଦିଏ ତେବେ ଭାରତ ସମ୍ମୁଖରେ ୩୬୦ ରନର ବିଜୟ ଲକ୍ଷ୍ୟ ମିଳିବ। ଚତୁର୍ଥ ଏବଂ ପଞ୍ଚମ ଦିନରେ ଏହାକୁ ପିଛା କରିବା ବହୁତ ମୁସ୍କିଲ ହେବ।