Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

WTCର ଟାଇଟଲ୍ ଜିତିବା ପାଇଁ ଭାରତକୁ ରଚିବାକୁ ପଡ଼ିବ ଇତିହାସ, ଭାଙ୍ଗିବାକୁ ହେବ ୧୨୧ ବର୍ଷର ପୁରୁଣା ରେକର୍ଡ

ଭୁବନେଶ୍ଵର: ଲଣ୍ଡରନ ଦ ଓଭାଲରେ ଖେଳା ଯାଉଥିବା ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମୁକାବିଲାରେ ବ୍ୟାକଫୁଟରେ ରହିଛି ଭାରତ। ୩ ଦିନ ଖେଳ ସରିଥିବା ବେଳେ ମ୍ୟାଚରେ ଭାରତ ଉପରେ ଅଷ୍ଟ୍ରେଲିଆର ପ୍ରାଧ୍ୟାନ୍ୟ ଜାରି ରହିଛି। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା କଙ୍ଗାରୁ ଦଳ ୨୯୬ ରନର ଅଗ୍ରଣୀ ହାସଲ କରି ସାରିଛି। ଯଦି ଭାରତକୁ ଏହି ମ୍ୟାଚ୍ ଜିତିବାର ଅଛି ତେବେ ଇତିହାସ ରଚିବାକୁ ପଡ଼ିବ। ଯଦି ଭାରତକୁ ଏହି ମ୍ୟାଚ୍ ଜିତିବାର ଅଛି ତେବେ ତାକୁ ୧୨୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପଡ଼ିବ। ଆଉ ଏହା ତେବେ ସମ୍ଭବ ଯେବେ ଭାରତ ଓଭାଲ ମଇଦାନରେ ବିଶାଳ ବିଜୟ ଲକ୍ଷ୍ୟ ପିଛା କରିବ। ୧୯୦୨ରେ ଇଂଲଣ୍ଡ ଏହି ମଇଦାନରେ ୨୬୩ ରନର ବିଜୟ ଲକ୍ଷ୍ୟ ପିଛା କରି ଇତିହାସ ଚରିଥିଲା। ଏହି କାରନାମାକୁ ୧୨୧ ବର୍ଷ ବିତି ସାରିଛି। ନା ଇଂଲଣ୍ଡ ଏବଂ ନା ଅନ୍ୟ କୌଣସି ଟିମ୍ ଅଦ୍ୟାବଧି ଏହି ରେକର୍ଡକୁ ଭାଙ୍ଗି ପାରି ନାହାନ୍ତି।

ଅଷ୍ଟ୍ରେଲିଆ ଏବେ ଏହି ସ୍କୋରଠୁ ଢେର ଅଧିକ ରନ କରି ସାରିଲାଣି। ମ୍ୟାଚର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆର ନଜର ଭାରତ ସମ୍ମୁଖରେ ଅତି କମରେ ୪୦୦ ରନର ବିଜୟ ଲକ୍ଷ୍ୟ ରଖିବା ଉପରେ ରହିବ। ଆଧୁନିକ କ୍ରିକେଟରେ ଏହି ସ୍କୋରର ପିଛା କରିବା ମୁସ୍କିଲ ନୁହେଁ। କିନ୍ତୁ ଏହା ଦେଖିବା ବହୁତ ରୋଚକ ହେବ ଯେ, ଭାରତ ଏହି ସ୍କୋରର ପିଛା କେଉଁ ଶୈଳୀରେ କରୁଛି।

ଭାରତକୁ ଯଦି ବିଜୟ ଲକ୍ଷ୍ୟ ପିଛା କରିବା ପାଇଁ ଅତି କମରେ ୪ ସେସନର ସମୟ ମିଳେ ତେବେ ଟିମ୍ ଇଣ୍ଡିଆ ପ୍ରଥମ ୨ଟି କିମ୍ବା ଅଢେଇ ସେସନ ପର‌୍ୟ୍ୟନ୍ତ ବିଜୟ ଲକ୍ଷ୍ୟ ପିଛା କରିବା ବିଷୟରେ ଚିନ୍ତା କରିବ। ଯଦି ସେତେବେଳକୁ ଭାରତୀୟ ଦଳ ଅନୁଭବ କରିବ ଯେ, ଏହି ସମୟରେ ଟାର୍ଗେଟ୍ ପିଛା କରିବା କଠିନ ହୁଏ ତେବେ ରଣନୀତିରେ ପରିବର୍ତ୍ତନ କରି ଡ୍ର ଅଭିମୁଖେ ଆଗକୁ ବଢିବ। ଅନ୍ୟପଟେ ଅଷ୍ଟ୍ରେଲିଆର ନଜର ଏହି ମ୍ୟାଚକୁ ଯେମିତି ହେଲେ ଜିତିବା ଉପରେ ରହିବ। ପ୍ରଥମ ଦିନରୁ ହିଁ ଅଷ୍ଟ୍ରେଲିଆ ଭାରତକୁ ଚାପରେ ରଖିଛି।

ଉଲ୍ଲେଖନୀୟ, ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ଟ୍ରେଭିସ୍ ହେଡ୍ ଏବଂ ଷ୍ଟିଭ୍ ସ୍ମିଥଙ୍କ ଶତକ ଦମରେ ୪୬୯ ରନ କରିଥିଲା। ଜବାବରେ ଭାରତ ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ହୋଇଥିଲା। ଅଷ୍ଟ୍ରେଲିଆ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଦ୍ଵିତୀୟ ଇନିଂସରେ ୪ ଓ୍ଵିକେଟରେ ୧୨୩ ରନ କରିଛି।