Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରିବାହାଲରେ ଭକ୍ତିମୟ ପରିବେଶରେ ୨୮ତମ ଗିରୀ ଗୋବର୍ଦ୍ଧନ ପୂଜା ସମ୍ପନ୍ନ ।

ବଲାଙ୍ଗୀର,୧୦।୧୧: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ମୁଖ୍ୟାଳୟସ୍ଥିତ ଯାଦବ ଭବନ ଏବଂ ଗିରୀ ଗୋବର୍ଦ୍ଧନ ପୂଜା ମଣ୍ଡପ ପରିସରରେ ଚଳିତ ବର୍ଷର ୨୮ତମ ଗିରୀ ଗୋବର୍ଦ୍ଧନ ପୂଜା ଅତ୍ୟନ୍ତ ଉତ୍ସାହ ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।
ପୂଜାର ପ୍ରଥମ ଦିନ ଅର୍ଥାତ୍ ସୋମବାର ଅପରାହ୍ନରେ ଯାଦବ ସମାଜର ମହିଳା ମାନଙ୍କୁ ନେଇ ଏକ ବିଶାଳ ସଂକୀର୍ତ୍ତନ ଦଳ ପକ୍ଷରୁ ଯାତ୍ରା ଏବଂ ଅଧିବାସ ଅନୁଷ୍ଠିତ ହୋଇଥିଲା। ଶହ ଶହ ମହିଳା ଗିରୀ ଗୋବର୍ଦ୍ଧନ ପୂଜା ମଣ୍ଡପଠାରୁ ମୁଣ୍ଡରେ ପବିତ୍ର କଳସ ଧାରଣ କରି ଏକ ଶୋଭାଯାତ୍ରାରେ ନିକଟସ୍ଥ ଖଜୁରୀ ବନ୍ଧ ନିକଟରେ ପହଞ୍ଚିଥିଲେ। ସେଠାରେ ବିଧିବଦ୍ଧ ପୂଜାର୍ଚ୍ଚନା ପରେ ଜଳପୂର୍ଣ୍ଣ କଳସ ଧରି ପୁନର୍ବାର ପୂଜା ମଣ୍ଡପକୁ ଫେରିଥିଲେ ଏବଂ ରୀତିନୀତି ଅନୁସାରେ କଳସ ସ୍ଥାପନ କରାଯାଇଥିଲା।
ମଙ୍ଗଳବାର ନିର୍ଦ୍ଧାରିତ ସ୍ଥାନରେ ମୁଖ୍ୟ ଗିରୀ ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସରରେ ପ୍ରହରୀ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଆସିଥିବା ସଂକୀର୍ତ୍ତନ ଦଳଗୁଡ଼ିକ ସାମିଲ ହୋଇ ସାମଗ୍ରୀକ ପରିବେଶକୁ ଭକ୍ତିରସରେ ଝଲସାଇଥିଲେ।
ଏହି ପୂଜାରେ ତୁଲାରାମ ଭଏଁସାଲ ସପତ୍ନୀକ ଏବଂ ପ୍ରଶାନ୍ତ ରତାଇ ସପତ୍ନୀକ ମୁଖ୍ୟ ପୂଜା କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ପଣ୍ଡିତ କାଶୀନାଥ ଦାସ ଓ ସ୍ୱସ୍ତିକ ଯୋଷୀ ପୂଜକ ଭାବେ ସମସ୍ତ ପୂଜାବିଧି ସମ୍ପାଦନ କରିଥିଲେ।
ଚଳିତ ବର୍ଷର ଏହି ପୂଜାକୁ ସୁଚାରୁରୂପେ ପରିଚାଳନା କରିବାରେ କମିଟିର ସଭାପତି ଭାବେ ମାନପତି ଷ।ଣ୍ଢ, କାର୍ଯ୍ୟକାରୀ ସଭାପତି ରାଜେଶ୍ ହେର୍ଣ୍ଣା, ଉପସଭାପତି ଦେବର୍ଚ୍ଚନ ଥପା, ସାଧାରଣ ସମ୍ପାଦକ ଗିରିଧାରୀ ଛତ୍ରିଆ, ସହ ସମ୍ପାଦକ ହିମାଂଶୁ ହେର୍ଣ୍ଣା, ଏବଂ କୋଷାଧ୍ୟକ୍ଷ ଦୈତାରୀ ହାତୀ ପ୍ରମୁଖ ପୂଜା ଦାୟିତ୍ଵ ତୁଲାଉଛନ୍ତି ।
ସେହିପରି ଉପଦେଷ୍ଠା ମଣ୍ଡଳୀ ଭାବେ ଗଙ୍ଗାଧର ହେର୍ଣ୍ଣା, ଶ୍ରୀପତୀ ଷଣ୍ଢ, ତରୁଣ ପୋଢ଼, ଚକ୍ରଧର ହେର୍ଣ୍ଣା, ଅନାର୍ଯ୍ୟ ହଂସ, ସୁଧାଂଶୁ ପୋଢ଼, ଫାଲଗୁନି ହାତୀ, ପରମାନନ୍ଦ ଗହୀର, ଲକ୍ଷ୍ମୀଧର ବାଗ, ମଧୁସୂଦନ ନାଗ, ଦନାର୍ଦ୍ଦନ ବଗର୍ତ୍ତୀ, ରୁକ୍‌ଧର ହଂସ, ମଙ୍ଗଳ ହଂସ, ଫକୀର ଗହୀର, ମହେନ୍ଦ୍ର ବାଗ, କିଶୋର ଘିଭେଲା, ପଞ୍ଚାନନ ବାଗ, ଚମ୍ପେଶ୍ୱର୍ ହଂସ, କବିରାଜ ବାଗ, ରବୀନ୍ଦ୍ର ମହାକୁର, ଦେବାର୍ଚ୍ଚନ୍ ଗହୀର, ଯେମନ୍ତ ଗହୀର ଏବଂ ଛିନୁ କେତକୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories