ସାମାଜିକ ସେବା ସଂସ୍ଥା ପକ୍ଷରୁ ବୃକ୍ଷ ରୋପଣ ଓ ସଚେତନତା ସଭା


ଜମନକିରା : ଚାରମାଳ ଗ୍ରାମରେ ଆଜି ସମ୍ୱଲପୁର ର ଅଗ୍ରଣୀ ସଂଗଠନ ସାମାଜିକ ସେବା ସଂସ୍ଥା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ସହ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି । ଏନିମିଟର ପଦ୍ମିନୀ ବଙ୍କଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ସଭାରେ ଅବସର ପ୍ରାପ୍ତ ଉଦ୍ୟାନ ଅଧିକାରୀ ପ୍ରକୃତି ବନ୍ଧୁ ରବିନ୍ଦ୍ର ଦାସ ମୁଖ୍ୟ ଅତିଥି , ପଙ୍କଜିନୀ ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ପ୍ରକୃତି ର ଭାରସାମ୍ୟ ରକ୍ଷା ପାଇଁ ବ୍ୟାପକ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ ।ଏହା ପରେ ପଙ୍କଜିନି ଙ୍କ ସମେତ ପଦ୍ମ ଲୋଚନ ଗୁରୁ,ଲବଣୀ ଧର ପଟେଲ , ଦିଲେଶ୍ୱର୍ ନାଏକ,ଜିଯିନୀୟ କେରକେଟା ଙ୍କ ନେତୃତ୍ୱରେ ଆମ୍ବ,ଲେମ୍ବୁ, ସଜନା,ଡାଳିମ୍ବ,ପିଜୁଳି ଆଦି ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା ।ଏହି ଅବସରରେ ବିଗତ ଦିନରେ ନିଜ ବାଡି ରେ ଚାରା ରୋପଣ କରି ବଞ୍ଚାଇ ରଖି ଥିବାରୁ ବୃକ୍ଷ ମିତ୍ର ସମ୍ମାନ ଦିଆ ଯାଇଥିଲା ।