Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ରାଜ୍ୟ ସଭାପତି ହେଲେ ନିହାଲ ସିଂ

ସମ୍ବଲପୁର: ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ରାଜ୍ୟ ସଭାପତି ଭାବରେ ନିହାଲ ସିଂ ମନୋନୀତ ହୋଇଛନ୍ତ । ଏହା ପୂର୍ବରୁ ନିହାଲ ସିଂ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବରେ ଦାୟିତ୍ଵ ତୁଲାଇଥିଲେ । ତେବେ ତାଙ୍କୁ ଓଡ଼ିଶା ରାଜ୍ୟର ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ରାଜ୍ୟ ସଭାପତି ଭାବରେ ଜାତୀୟ ସଭାପତି ଡକ୍ଟର ଏସପି ସୋମାନକ୍ଷର ଆଜି ଦିଲ୍ଲୀର ମଡେ଼ଲ ଟାଉନ ଠାରେ ଥିବା ମୁଖ୍ୟ କାର୍ଯ୍ୟାଳୟରେ ମନୋନୀତ କରିଛନ୍ତି । ତେବେ ନିହାଲ ସିଂ ଏକାଡେମୀ ର ରାଜ୍ୟ କାଯ୍ୟକାରି ସଭାପତି ଥିବା ସମୟରେ ମଧ୍ୟ ଦଳିତ ସାହିତ୍ୟ ଏକାଡେମୀର ବିଭିନ୍ନ ସଭା ଓ ସମ୍ମିଳନୀ ମାନ ସମ୍ବଲପୁରରେ ସଫଳତା ସହ ଆୟୋଜନ କରିପାରିଥିଲେ । ତେବେ ତାଙ୍କୁ ଏକାଡେମୀର ନୂତନ ରାଜ୍ୟ ସଭାପତି ଭାବରେ ମନୋନୀତ କରାଯିବା ପରେ ସାରା ରାଜ୍ୟରେ ଦଳିତ ମାନଙ୍କ ଉପରେ ଆଧାରିତ ସାହିତ୍ୟକୁ ଯେପରି ଜାତୀୟ ସ୍ତରରେ ପହଞ୍ଚାଇ ହେବ ସେନେଇ କାର୍ଯ୍ୟ କରିବେ ବୋଲି ନୂତନ ଭାବରେ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ରାଜ୍ୟ ସଭାପତି ନିହାଲ ସିଂ କହିଛନ୍ତି । ଏହାସହ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ପୂର୍ବତନ ରାଜ୍ୟ ସଭାପତି ଆଇନଜୀବୀ ଦୀପକ ରଞ୍ଜନ ବାଗଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଭାବରେ ମନୋନୀତ କରାଯାଇଛି ।