Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟାରେ ଭାସୁଛି ଅଜଣା ବ୍ୟକ୍ତିର ଶବ

ଜମନକିରା : ସମ୍ବଲପୁର ଜିଲ୍ଲା କତରବଗା ଥାନା ରେଙ୍ଗୋଲୋଇ ପଞ୍ଚାୟତ ଗଣ୍ଡାକନା ଗ୍ରାମର ବଡଉଚା କଟାରେ ଆଜି ଏକ ଅଜଣା ବ୍ୟକ୍ତିର ଶବ ଭାସୁଥିବା ଅବସ୍ଥାରେ ଲୋକେ ଦେଖି, କତରବଗା ପୋଲିସକୁ ଫୋନ ଯୋଗେ ଜଣାଇଥିଲେ। ଘଟଣା ସ୍ଥଳରେ ଆଇଆଇସି ଏ.ସି.ସାହୁ ସାଇନ୍ସଟିଫିକ ଟିମ ସହ ପହଞ୍ଚି ଅନୁସନ୍ଧାନ କରିଛନ୍ତି। ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଏହା ହତ୍ୟା ନା ଅନ୍ୟ କିଛି ତାହା ବ୍ୟବଛେଦ ରିପୋର୍ଟ ଆସିଲେ ପରେ ଜଣା ପଡ଼ିବ ବୋଲି ଆଈଆଈସି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଏନେଇ କତରବଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ମୃତକର ବୟସ ହାରାହାରି ୫୦ ହେବ ବୋଲି ପୋଲିସ ଅନୁମାନ କରୁଚି। ମୃତକର ପରିଚୟ ମିଳି ପାରିନାହିଁ।