Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଘପାଳ ଗଙ୍ଗାଧର ପାଠାଗାରରେ ଗଙ୍ଗାଧର ଜୟନ୍ତି

ସମ୍ବଲପୁର(ମେଘପାଳ): ଯୁଯୋମୁରା ବ୍ଲକ ମେଘପାଳ ପଞ୍ଚାୟତର ସ୍ୱଭାବ କବି ଗଙ୍ଗାଧର ମେହେର ପଞ୍ଚାୟତ ପାଠାଗାର ଠାରେ ଆଜି ଗଙ୍ଗାଧର ଜୟନ୍ତ୍ରି ପାଳିତ ହୋଇଯାଇଛି। ପ୍ରଥମେ ଗଙ୍ଗାଧରଙ୍କ ତୈଳ ଚିତ୍ରରେ ଦୀପ ପ୍ରଜ୍ଜଳନ କରି ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ସରପଞ୍ଚ୍ ମମତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମିତି ସଦସ୍ୟା ଲିଲିମା ଧରୁଆ,ହାରାବତୀ ବେହେରା,ହୀରାଲାଲ ପ୍ରଧାନ,ରାଜେନ୍ଦ୍ର ସାହୁ,ବିନୋଦ ଧରୁଆ,ହୃଦାନନ୍ଦ ପ୍ରଧାନ,ଫକିର ମିର୍ଦ୍ଧା,ପ୍ରମିତା ପ୍ରଧାନ,ବାଦଲ ବେହେରା ପ୍ରମୂଖ ଯୋଗଦାନ କରି ଗଙ୍ଗାଧରଙ୍କ କାବ୍ୟ କବିତା ଓ ଜୀବନୀ ଉପରେ ଆଲୋଚନା କରି ଗଙ୍ଗଧାର ସମସ୍ତଙ୍କ ପାଇଂ ପ୍ରେରଣାର କର୍ଣ୍ଣଧାର ବୋଲି ଅବିହିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ