Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ ସହ ଭିକ୍ଷୋଭ ପ୍ରଦର୍ଶନ

ଜମନକିରା : କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜମନକିରା ମଣ୍ଡଳ ବିଜେପି ପକ୍ଷରୁ ଆଜି ବିଭିନ୍ନ ଦୁର୍ନୀତି ନେଇ ଟିକିବା ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ। ପୂର୍ବତନ ବିଧାୟକ ରବିନାରାୟଣ ନାୟକଙ୍କ ନେତୃତ୍ବରେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଇଛି। ଦୀର୍ଘ ବର୍ଷହେବ ରାଜ୍ୟରେ ବିଜେଡି ସରକାର ଶାସନ କରୁଛି ହେଲେ ବିକାଶ ଦେଖିବାକୁ ମିଳୁନାହିଁ। ବିଭିନ୍ନ ଦାବି ନେଇ ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ଗୁଡ଼ିକ ମଧ୍ୟରେ ମୁଖ୍ୟତଃ କୁଚିଣ୍ଡା ଉପଖଣ୍ଡ ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ ହୋଇଥିବା ବେଳେ ବିକାଶର ନାଁ ନାହିଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାରେ ଚଞ୍ଚକତା କରାଯିବା, ଅଂଚଲରେ ଯୋଗ୍ୟ ହିତାଧିକାରୀ ଘର ପାଇ ପାରୁନଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ପ୍ରଦାନ କରିବା ପ୍ରତିବାଦ କରି ଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ଘର ପ୍ରଦାନ କରିବା, ମନରେଗା ଯୋଜନାର ଶ୍ରମିକ ମାନେ ଦିର୍ଘ ଦିନ ହେବ କାର୍ଯ୍ୟ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କ ପାଉଣା ମିଳି ପାରିନାହିଁ ତାକୁ ପ୍ରଦାନ କରିବା, ବିଦ୍ୟୁତ ଦର କମାଇବା ସହିତ ୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇ ଦେବା, ଜଙ୍ଗଲଯାତ ଦ୍ରବ୍ୟର ଉଚିତ ମୂଲ୍ୟ ଯୋଗାଇ ଦେବା, କୁଚିଣ୍ଡାକୁ ଆଦିବାସୀ ଜିଲ୍ଲାର ମାନ୍ୟତା ଘୋଷଣା, କୁଚିଣ୍ଡା ଉପଖଣ୍ଡରେ ପେଷା ଆଇନ ଲାଗୁ କରିବା ଆଦି ବିଭିନ୍ନ ସ୍ଥାନୀୟ ଦାବିକୁ ନେଇ ବିଜେପି ପକ୍ଷରୁ ଯୋରଦାର ବିକ୍ଷୋଭ କରାଯାଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ବଡଧରଣର ଆନ୍ଦୋଳନ କରିବ ବୋଲି ଚେତାବନି ଦେଇଛି ବିଜେପି। ଏହି କାର୍ଯ୍ୟକ୍ରମରେ ଜମନକିରା ମଣ୍ଡଳ ସଭାପତି ଅମୋଘ ପାଣିଗ୍ରାହୀ, ଗୁଣ୍ଡୁରୁଚୁଆଁ ମଣ୍ଡଳ ସଭାପତି ଦୁଷ୍ମନ୍ତ ନାୟକ, ବରିଷ୍ଟ ବିଜେପି ନେତା ବିରେନ୍ଦ୍ର ଚୌଧୁରୀ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ।