Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କବି ବିନୋଦ ଚନ୍ଦ୍ର ନାୟକଙ୍କ ଜୟନ୍ତୀ ପାଳିତ

ଜମନକିରା : ଓଡ଼ିଶାର କାବ୍ୟ ଜଗତରେ ଜଣେ ରୋମାଣ୍ଟିକ କବି ଭାବରେ ବେଶ ଚର୍ଚ୍ଚିତ କବି ଡ଼. ବିନୋଦ ଚନ୍ଦ୍ର ନାୟକଙ୍କ ୧୦୩ ତମ ଜୟନ୍ତୀ ଉତ୍ସବ ଶନିବାର ଦିନ ସୋଲବଗା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅନିଲ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା କବି ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ କବି ବିନୋଦ ନାୟକଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧା ସୂମନ ପ୍ରଦାନ କରିଥିଲେ। ତାଙ୍କ ବକ୍ତବ୍ୟରେ କାଳଜୟୀ “ଗ୍ରାମ ପଥ” କବିତାର ଭାବାର୍ଥକୁ ବୁଝାଇବା ସହ କବିଙ୍କ ସରଳ ଜୀବନ ଯାପନକୁ ଭୂୟିୟସି ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଧୁ ନବୀନ କୁମାର ପଟେଲ, ସମାଜସେବୀ ସୁବୋଦିନି ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କବିଙ୍କୁ ଶ୍ରଦ୍ଧା ସୁମନ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଆଚାର୍ଯ୍ୟା ଯୋଜନିଗନ୍ଧା ଦର୍ଜୀ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଜାତା ଦାସ, ସମିତ୍ତା କିସାନ, ଗୋମତୀ କିସାନ, ଗୌରୀ ରାଉତ, ସୈରେନ୍ଦ୍ରି ନାଗ, ପ୍ରଶାନ୍ତ ପୃଷେଠ, ଜଗଦୀଶ କୁଆ, ଧରଣୀଧର ବାଘ, ନାମିତ ପଟେଲ, ଦୋଲବନ୍ତ କଣ୍ଟା, ସୌକିନି ପଟେଲ, ରଞ୍ଜିତା ସାହୁ ପ୍ରମୁଖ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ। ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ କରାଯାଇଥିଲା।