Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ବାଳିକା ହାଇସ୍ଖୁଲ ରେ ସ୍ଵଚ୍ଛତା ପକ୍ଷ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବାଳିକା ହାଇସ୍କୁଲ ରେ ସୋମବାର ସ୍ବଚ୍ଛତା ପକ୍ଷ ପାଳନ ହୋଇଯାଇଛି l ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଅନିତା ରାଣୀ ହୋତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍କୁଲ ପରିଚାଳନା କମିଟି ର ସଦସ୍ୟ , ଅଭିଭାବକ , ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଓ ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ l ସୁସ୍ଥ ପରିବେଶ ପାଇଁ ସମସ୍ତଙ୍କୁ ନେଇ ଆଲୋଚନା କରାଯାଇଥିଲା l ଶିକ୍ଷୟିତ୍ରୀ ଆନନ୍ଦଦାୟିନୀ ସିଂ ବାବୁ , ଅରୁନ୍ଧତି ମଲ୍ଲିକ , ଶିକ୍ଷକ ରାଜା ବାରିକ , ଆକାଶ କୁମାର ବେହେରା , ଏସ ଏସ ପ୍ରିୟଦର୍ଶିନୀ ପ୍ରମୁଖ ସ୍ବଚ୍ଛତା ଉପରେ ମତବ୍ୟକ୍ତ କରିଥିଲେ l ପରେ ସମସ୍ତ ଛାତ୍ରୀ, ଶିକ୍ଷୟିତ୍ରୀ ଶିକ୍ଷକ ଙ୍କୁ ହାତରେ ବ୍ୟାନର ଓ ପ୍ଲା କାର୍ଡ ଧରି ବୀରମହାରାଜପୁର ବସ୍ତି ପରିକ୍ରମା କରିଥିଲେ I ସ୍ବଚ୍ଛତା ଓ ପ୍ଲାଷ୍ଟିକ ମୁକ୍ତ ପରିବେଶ ନିମନ୍ତେ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରାଯାଇଥିଲା l