Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଟୁରାଚୁଆଁ କନିଷ୍ଠ କଲେଜରେ ୩୩ ତମ ପ୍ରତିଷ୍ଠା ଓ ବିଦ୍ୟାରମ୍ଭ ଦିବସ ପାଳିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନର୍ଗତ କୁଟୁରାଚୁଆଁ କନିଷ୍ଠ କଲେଜରେ ଡକ୍ଟର ସର୍ପବଲ୍ଲି ରାଧାକ୍ରିଷନ ଜନ୍ମଦିନ ଅବସରରେ ଅଧ୍ୟକ୍ଷ ନିଳାଞଳ ତିଓ୍ୟାରୀଙ୍କ ସଭାପତିତ୍ବରେ ୩୩ ତମ ପ୍ରତିଷ୍ଠା ଓ ବିଦ୍ୟାରମ୍ଭ ଦିବସ ମହା ସମାରୋହରେ ପାଳିତ ହୋଇଯାଇଅଛି। ପ୍ରାରମ୍ଭରେ କୁଚିଣ୍ଡା ଉପ-ଜିଲ୍ଲାପାଳ ତଥା କଲେଜର ପରିଚାଳନା ସମିତିର ସଭାପତି ବିଭୁତି ଭୁଷଣ ନାଏକ ଓ ଜମିଦାତା କାର୍ତ୍ତିକେଶ୍ବର ମହାପାତ୍ରଙ୍କ ଦ୍ବାରା ଦୀପ ପ୍ରଜ୍ଜଳନ ତଥା କଲେଜ ପତାକା ଉତ୍ତୋଳନ କରିବା ପରେ ପ୍ରାଚୀର ପତ୍ରିକାର ଉନ୍ନୋଚନ କରିଥିଲେ। ଉପ ଜିଲ୍ଲାପାଳ ଶ୍ରୀ ନାଏକ ମୁଖ୍ୟଅତିଥୀ ଭାବେ ଯୋଗଦେଇ ଗୁରୁ ଶିଷ୍ୟ ପରମ୍ଭରାକୁ ବଜାୟ ରଖିବାକୁ ମାର୍ଗଦର୍ଶନ ଦେଇଥିଲେ। ଏଥିରେ ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥୀଗଣ ମାଁ” ସମଲେଶ୍ବରୀ ଓ ଡକ୍ଟର ସର୍ବପଲ୍ଲି ରାଧାକ୍ରିଷନ ତୈଳଚିତ୍ରରେ ଦୀପ ପ୍ରଜ୍ଜଳନ ତଥା ପୁଷ୍ପମାଳ୍ୟ ଅର୍ପଣ କରି କାର୍ୟକ୍ରମକୁ ଉଦଘାଟନ କରିଥିଲେ। କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ବିଶିଷ୍ଟ ଅତିଥୀ ଭାବରେ ଯୋଗଦେଇ ଉତ୍ତମ ଶିକ୍ଷା ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। କଲେଜର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ବିଧାୟକ ବୃନ୍ଦାବନ ମାଝି ମୁଖ୍ୟବକ୍ତା ଏବଂ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏତତ୍ ବ୍ୟତୀତ ପୂର୍ବତନ ସଂପାଦକ ହିମାଂଶୁ କୁମାର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର, କୁଟୁରାଚୁଆଁ ସରପଞ୍ଚ ପଦ୍ମାବତୀ ପ୍ରଧାନ, ପରିଚାଳନା ସସିତିର ପୂର୍ବତନ ସଭ୍ୟ ରାଜେନ୍ଦ୍ର ମହାପାତ୍ର,ପୂରାତନ ସଂସଦ ସଭାପତି ଅରୁଣ କୁମାର ପଟେଲ, ଅମୁଲ୍ୟ ମିଶ୍ର, ମନୋରଞ୍ଜନ ପଟେଲ ଅତିଥୀ ଭାବେ ଯୋଗ ଦେଇ କଲେଜର ଅତିତ କୁ ମନେ ପକାଇବା ସହ ଶିକ୍ଷକଙ୍କ ଆଦର୍ଶକୁ ଅନୁସରଣ କରି ଜୀବନ ସଫଳ କରିବାକୁ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅଧ୍ୟାପିକା ଭାବନା ପାଣ୍ଡେ କଲେଜର ବିବରଣୀ ପାଠ କରିଥିବା ବେଲେ ସତ୍ୟନାରାରଣ ପଟେଲ ଅତିଥୀ ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଉପସ୍ଥିତ ଅତିଥୀଗଣ କଲେଜରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ବିଜୟୀ ଓ ବାର୍ଷିକ ପରିକ୍ଷାରେ ପ୍ରଥମ ଡିଭିଜନରେ ପାସ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। କଲେଜ କୁ ୫ଟି ଅନୁଦାନରେ ରୁପାନ୍ତରିତ କରିବା ପାଇଁ ବିଧାୟକ ନାଏକଙ୍କ କରକମଳରେ ଶିଳାନ୍ୟାସ ଦେଇଥିଲେ। ଶେଷରେ ଅଧ୍ୟାପକ ସୁଧୀର କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ, ଲାଇବ୍ରେରିୟନ ଦେବାନନ୍ଦ ମହାପାତ୍ର,କିରାଣୀ ଭେଷଜ ଗରଡିଆ, ଡିଇଓ ସମିନ ରଞନ ନାଏକ, ଜୟଦେବ ରାଉତ, ଅସିମ ପରୁଆ, ଉଭୟ ଶ୍ରେଣୀର ଛାତ୍ର ଛାତ୍ରୀମାନେ,ପୂରାତନ ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।