Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେସେଇବାହାଲ ରେ ଗୁରୁଦିବସ ଓ ରାଧାକ୍ରିଷ୍ଣନ୍ ଜୟନ୍ତୀ ପାଳିତ

ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କେସାଇବାହାଲ ଠାରେ ଅବସର ପ୍ରାପ୍ତ ରାଜ୍ୟ ପୁରସ୍କୃତ ପ୍ରଧାନ ଶିକ୍ଷକ ତୁଳସୀ ମଞ୍ଜରୀ ବହିଦାରଙ୍କ ସଭାପତିତ୍ବରେ ଗୁରୁ ଦିବସ ତଥା ପ୍ରଥମ ଉପ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରୀଷ୍ଣା ଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଡ଼.ରାଧାକ୍ରିଷ୍ଣନ୍ ଜଣେ ଅନନ୍ୟ ଦାର୍ଶନିକ ଥିଲେ ବୋଲି କହିଥିଲେ। ପଣ୍ଡିତ ଅଲେଖ କୁମାର ପତି ମୁଖ୍ୟବକ୍ତା, କୁଚିଣ୍ଡା ଏସବିଆଇ ଲାଇଫର ଶାଖା ସହ ପରିଚାଳକ ଆଲ୍ଫା ନାୟକ, ଉଦୟ ଚନ୍ଦ୍ର ଦ୍ବିବେଦୀ ଏବଂ ଡ଼ିକୁ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ।ପ୍ରାରମ୍ଭରେ ରବୀନ୍ଦ୍ର କୁମାର ଦାସ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବର୍ଷୀୟାନ କବି ଅନୁଚ୍ଛାୟା ପଟେଲ, ସୁବ୍ରତ ନାୟକ, ମିନାକ୍ଷୀ ଦ୍ବିବେଦୀ, ଶାନ୍ତିଲତା ପୃଷ୍ଟି, ସୌମ୍ୟରଂଜନ ନାଏକ, ସୁଜ୍ଞାନୀ ନାୟକ ପ୍ରମୁଖ ଗୁରୁଦିବସ ର ମହାତ୍ମ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ବୀଣାପାଣି ନାଏକ ଦିବସର ବିଷୟ ବସ୍ତୁର ଉପସଂହାର କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ କବୀ ନିରୁପମା ସାହୁଙ୍କ ପୁଅ ସୁବ୍ରତ ସାହୁଙ୍କ ଅକାଳ ବିୟୋଗ ଯୋଗୁଁ ତାଙ୍କର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।