Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୃତି ଛାତ୍ର ଓ ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ

ବରଗଡ:ଆଜି ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଗତ ୪ ତାରିଖ ଦିନ ବରଗଡ଼ର ଅଗ୍ରଣୀ ବିଦ୍ୟାଳୟ ରେନବୋ ପବ୍ଲିକ୍ ସ୍କୁଲ୍ ରେ ଏକ ସାଧାରଣ ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।, ଏଥିରେ ୩୦ ମାର୍କର ସାଧାରଣ ଜ୍ଞାନ ଉପରେ ଆଧାରିତ ପ୍ରଶ୍ନ ପତ୍ର ପ୍ରଦାନ କରାଯାଇଥିଲା।ଏହି ପ୍ରତିଯୋଗିତାରେ ୩ ଜଣ ଛାତ୍ରଛାତ୍ରୀ ପ୍ରଥମ ପ୍ରତୀକ ପ୍ରଧାନ ଦୃତୀୟ ରିମାରାଣୀ ପାଣିଗ୍ରାହୀ ଓ ତୃତୀୟ ପଦ୍ମ ଚରଣ ଭୋଇ ଉତ୍ତୀର୍ଣ୍ଣ ହୋଇଥିଲେ ।ଆଜି ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସେମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ବରଗଡ଼ ସାମ୍ବାଦିକ ସଂଘର ଉପ ସଭାପତି ବିରେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ଶିବାନନ୍ଦ ମଟାରୀ, ଓ ରୋନବୋ ସ୍କୁଲ ର ଅଧ୍ୟକ୍ଷ ହିମାଂଶୁ ଶେଖର ମେହେର, ଜନ କଲ୍ୟାଣ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସଭାପତି ମୁକୁନ୍ଦ ଦାଶ ଉପସ୍ଥିତ ରହି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ଏହି ପ୍ରତିଯୋଗିତା ବରଗଡ ଜିଲ୍ଲାରେ ବଜାୟ ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।