ପାରଳାଖେମୁଣ୍ଡି:୮/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ନବୀନ ସରକାର ସମଗ୍ର ରାଜ୍ୟରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ବିଭିନ୍ନ ଯୋଜନା ପ୍ରଣୟନ କରି ଆସୁଛନ୍ତି ସେଥି ମଧ୍ୟରୁ ଜୀବିକା ମିଶନ, ମିଶନ ଶକ୍ତି ଭଳି ପ୍ଲାଟଫର୍ମ ଦ୍ୱାରା କୋଟି କୋଟି ଖର୍ଚ୍ଚ କରୁଛନ୍ତି । ତେବେ କିଛି ନ୍ୟସ୍ତ ସ୍ୱାର୍ଥ ଓ ଦୁର୍ନୀତି ଗସ୍ତ ଅଧିକାରୀ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କେତେକ କର୍ମଚାରୀଙ୍କ ପାଇଁ ସରକାରଙ୍କ ମହତ ଉଦ୍ଦେଶ୍ୟ ବାଧିତ ହେଉଛି । ତଥାପି ମହିଳା ମାନଙ୍କ ବିଶ୍ୱାସ ରହିଛି ଓ ସରକାରଙ୍କ ନିକଟରେ ଏହି ଦୁର୍ନିତୀର ସୂଚନା ପହଞ୍ଚାଇବା ପାଇଁ ଗଣମାଧ୍ୟମର ସହାୟତା ନେବା ସହ ସରକାର ଏବଂ ପ୍ରଶାସନ ସେମାନଙ୍କୁ ନିଶ୍ଚୟ ନ୍ୟାୟ ଦେବ ବୋଲି ଆଶା ରଖିଛନ୍ତି ।ଘଟଣାରୁ ପ୍ରକାଶ ଯେ ଗତ କିଛି ଦିନ ହେବ ରାୟଗଡ ବ୍ଲକ ଓଡିଶା ଜୀବିକା ମିଶନ ଛେଳି ଦୁର୍ନିତିକୁ ନେଇ ବେସ ଚର୍ଚ୍ଚାରେ ରହିଛି । ରାୟଗଡ ବ୍ଲକ ଓଏଲଏମ ପକ୍ଷରୁ ମହିଳା ସ୍ୱଂୟ ସ୍ୱହାୟୀକା ଗୋଷ୍ଠୀଙ୍କୁ ଛେଳି ବଣ୍ଟନରେ ଦୁର୍ନିତି ହେବା ଯାଣିବା ପରେ ବର୍ତ୍ତମାନ ବିଭିନ୍ନ ମହିଳା ସ୍ୱଂୟ ସହାୟୀକା ଗୋଷ୍ଠୀ ମୁହଁ ଖୋଲିବା ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଏସଏଚଜି ପ୍ରତି ସ୍ୱତନ୍ତ୍ର ଦୃଷ୍ଟୀ ଓ ହୀତ ପାଇଁ ତତ୍ୱର ଥିବା ସତ୍ତ୍ୱେ ବ୍ଲକ ସ୍ତରରେ ବ୍ୟାପକ ଦୁର୍ନିତି ହୋଇଛି ଏସଏଚଜି ମାନଙ୍କୁ ଛେଳି ବଣ୍ଟନରେ । କେରାଣ୍ଡି ଗ୍ରାମର ସମୃଦ୍ଧି ମହିଳା ସ୍ୱଂୟ ସାହାୟୀକା ଗୋଷ୍ଟୀ ଲିଖିତ ଭାବେ ପ୍ରଥମେ କେରାଣ୍ଡି ସରପଞ୍ଚ ପରେ ଗଣମାଧ୍ୟମକୁ ଅଭିଯୋଗ କରିଛନ୍ତି । ଏହି ଗୋଷ୍ଠୀ ପାଇଁ ୨ଲକ୍ଷ ଛେଳି ପାଳନ ପାଇଁ ଆସିଥିବା ବେଳେ କେରାଣ୍ଡି ଏମବିକେ ୨୩ଜଣ ଏସଏଚଜି ମାଁ ମାନଙ୍କୁ ଏକ ଲକ୍ଷ ଛେଳି ବାବଦକୁ ଟଙ୍କା ବାଣ୍ଟି ଆଉ ଏକ ଲକ୍ଷ ବୀମା ପାଇଁ ବୋଲି ଭୁଆବୁଲାଇଛନ୍ତି । ଏପରିକି ପ୍ରଥମେ ତିନିହଜାର ପ୍ରତ୍ୟେକ ମାଁ ପିଛା ଦେବେ ବୋଲି କହିଥିଲେ ପରେ ସରପଞ୍ଚ ହସ୍ତକ୍ଷେପ କରିବାରୁ ୪ହଜାରତିନିସହ୪୭ଟଙ୍କା ଗତମାସ ୨୨ତାରିଖରେ ଦେଇ ଚୁପ ରହିଛନ୍ତି । ଯଦି ଛେଳି ଦରକାର ଛୋଟ ଛେଳି ଦେବି କହି ହୀତାଧିକାରୀଙ୍କୁ ଦ୍ୱୀଧାରେ ପକାଇଛନ୍ତି । ସେଶରେ ବାଧ୍ୟ ହୋଇ ଏସଏଚଜି ମାଁ ମାନେ ୪୩୪୭ଟଙ୍କା ବଡାଇ ନେବା ସହ ସେମାନଙ୍କ ନିକଟରେ ଥିବା ଛେଳିର ଫୋଟ ଉଠାଇବାକୁ ଏମବିକେ ଆରତି ଶବରଙ୍କୁ ଅନୁମତି ଦେଇଥିଲେ । ତେବେ ଏମବିକେ ଜଣକ ମଧ୍ୟ ୪୩୪୭ଟଙ୍କା ନଗଦ ଦେଇ ଛେଳି ସହ ହୀତାଧିକାରିଙ୍କ ଫୋଟ ଉଠାଇ ଚୁପଚାପ ରହିଗଲେ । ନା ଛେଳି ଗୁଡିକର ବୀମା କରାଇନଥିବା ଅଭିଯୋଗ କରିଛନ୍ତି ସୂର୍ୟ୍ୟରାଣୀ ଭୂୟାଁ (ସମୃଦ୍ଧୀ ମହିଳା ସ୍ୱୟଂସାହାୟୀକା ଗ୍ରୃପ, ସଭାପତି, କେରାଣ୍ଡି) ଏବଂ ଲକ୍ଷ୍ମୀଶବର (ସମୃଦ୍ଧୀ ମହିଳା ସ୍ୱୟଂସାହାୟୀକା ଗ୍ରୃପ, ସଦଶ୍ୟ, କେରାଣ୍ଡି) । ନା ସରକାରଙ୍କ ନିୟମ ଛେଳି ଫାମରୁ ୭ହଜାର୫ସହ ଟଙ୍କାର ଛେଳି କ୍ରୟ କରି ୧୫ଦିନ କରେଣ୍ଟାଇନରେ ରଖି ବୀମା କରାଇ ହୀତାଧିକାରୀଙ୍କୁ ଛେଳି ଦେବା କାମ କଲେ । ସେହିପରି କେରାଣ୍ଡି ପଞ୍ଚାୟତର ଲକିଡା ଗ୍ରାମର ମାଁ ଗାୟତ୍ରୀ ମହିଳା ସ୍ୱୟଂ ସହାୟକ ଗ୍ରୃପର ମାଁ ମାନଙ୍କୁ ଛେଳି ପାଇଁ ୨ଲକ୍ଷ ଆସିଛି ସାନ ଛେଳି ନିଅ ନହେଲେ ୩ହଜାର ନିଅ ବୋଲି ପ୍ରସ୍ତାବ ଦେଲେ । ଏସଏଚଜି ମାଁ ମାନେ ବଡ ଛେଳି କିଣି ଦିଅ ନଚେତ ସମ୍ପୂଣ୍ଣ ପଇସା ଦିଅ କହିବାରୁ କେରାଣ୍ଡି ଏମବିକେ ଆରତି ଶବର ନାଁ ଛେଳି ଦେଲେ ନାଁ ପଇସା ଦେଲେ ବୋଲି ମାଁ ମାନେ ସରପଞ୍ଚଙ୍କୁ ଲିଖିତ ଅଭିଯୋଗ ଦେବା ସହ ଗଣମାଧ୍ୟମଙ୍କୁ ସୁଜାତା ଭୂୟାଁ (ମାଁ ଗାୟତ୍ରୀ ସ୍ୱୟଂସହାୟୀକା ଗ୍ରୁପ, ସଦଶ୍ୟ, ଲକିଡା) । ସେପଟେ ଅଭିଯୋଗ ପାଇବା ପରେ କେରାଣ୍ଡୀ ପଞ୍ଚାୟତ ସରପଞ୍ଚ ଗଣମାଧ୍ୟମକୁ ଏକ ଲିଖିତ ପ୍ରେସ ବିବୃତି ସହ ନିଜ ପତିକ୍ରୀୟା ଦେଇଛନ୍ତି । ପ୍ରତିକ୍ରିୟାରେ ଏମ.ବି.କେ ଜଣକ ଏକ ବର୍ଷ ପୁର୍ବେ ଛେଳି ନିମନ୍ତେ ୨ଲକ୍ଷ ଟଙ୍କା ଆସିଥିବା କହିଥିଲେ ଏବଂ ସେ କୌଣସି କାରଣରୁ ଉକ୍ତ ଟଙ୍କା ମା ମାନଙ୍କୁ ଦେଉନଥିଲେ ମୁଁ ବାରମ୍ବାର ପଚାରିବା ପରେ ଆପଣ କାହିଁକି ବ୍ୟସ୍ତ ହେଉଛନ୍ତି ମୁ ଯେବେ ଦେବା କଥା ଦେବି ବୋଲି ଉତ୍ତର ଦେଇଥିଲେ । କିଛି ଦିନ ପୁର୍ବେ ଦୁଇ ଲକ୍ଷ ଛେଳି ପାଇଁ ଆସିଥିବା ବେଳେ ମା ମାନଙ୍କୁ ଏକ ଲକ୍ଷ ଟଙ୍କା ଦେଇଥିଲେ ଏବଂ ଏ.ବି.କେ କହିଥିଲେ ଯଦି ଲତିକା ମେଡମ ଛେଳି ଦେବେ ତାହେଲେ ଛୋଟ ଛୋଟ ଛେଳି ଗୁଡାକ ଦେବେ ଯାହାର ମୁଲ୍ୟ ଦୁଇ ହଜାରରୁ ପଚିସି ସହ ଟଙ୍କାର ଦେବେ ଏବଂ ସେ ଛେଳି ଗୁଡାକ ମରିଯିବ ତେଣୁ ମା ମାନଙ୍କୁ ବୈଠକ ଡକାଇ ଏ.ବି.କେ ଜଣକ ତିନି ହଜାର ଟଙ୍କା ଦେବି ବୋଲି କହିବା ବେଳେ ସରପଞ୍ଚ ଏହାକୁ ବିରୋଧ କରିଥିଲେ । କାରଣ ଦୁଇ ଲକ୍ଷ ଟଙ୍କା ଆସିଥିବା ବେଳେ ଏକ ଲକ୍ଷ ଦିଆଯିବ ଏବଂ ଆଉ ଏକ ଲକ୍ଷ ଟଙ୍କା ଭୁଲିଯାଅ ବୋଲି କହିଥିଲେ ଏବଂ ହିତାଧିକାରି ମାନଙ୍କୁ ଚାରିହଜାର ତିନିସହ ସତଚାଲିସି ଟଙ୍କା ଦେଇ ହିତାଧିକାରୀଙ୍କ ଛେଳିକୁ ଫୋଟ ଉଠାଇ ନେଇଥିଲେ । ଏବଂ ଅନ୍ୟ ଏକଲକ୍ଷ ଟଙ୍କା ଛେଳିର ଇନସୁରେନ୍ସ ଏବଂ ସୁନା ପିନ୍ଧାହେବ ସେ ବିଷୟରେ ଆପଣ ଯାଣିଛନ୍ତ କିି ବୋଲି ପ୍ରଶ୍ନ କରିଥିଲେ । ମୋର ବ୍ଲକ ଏବଂ ଅନ୍ୟ ସ୍ଥାନକୁ ଯାତାୟତ ବାବଦରେ ଯେଉଁ ଟଙ୍କା ଖର୍ଚ୍ଚର୍ ହେଉଛି ତାହା ଆପଣ ଦେବେକି ସେଥିପାଇଁ ଆମେ ଖାଇବୁ ଓ ଖୁଆଇବୁ ବୋଲି ରୋକ ଠୋକ ସରପଞ୍ଚଙ୍କୁ କହିଥିବା ପ୍ରକାଶ କରିଛନ୍ତି କେରାଣ୍ଡି ସରପଞ୍ଚ କମଳା ଶବର । ତେବେ ସେହି ଏକ ଲକ୍ଷ ଟଙ୍କା କାହା ପାଖରେ ଅଛି ବୋଲି ପ୍ରଶ୍ନ କରିଛନ୍ତି । ତେବେ ଏହି ଘଟଣାର ତଦନ୍ତ ହେବା ନିହାତି ଆବଶ୍ୟକ ଓ ନିଶ୍ଚିତ ଛେଳି ବଣ୍ଟନରେ ଦୁର୍ନିତି ହୋଇଥିବା କହିଛନ୍ତି । ଯାହାକୁ ନେଇ ଏମବିକେ ଅଭିଯୋଗ ଆଣିଥିବା ଏସଏଚଜି ମାଁ ମାନଙ୍କ ସହ ମାରଧର କରୁଥିବା ଓ ସରପଞ୍ଚଙ୍କ ଜୀବନ ନେବା ଭଳି ଗତକାଲି ରାତ୍ରରେ ଖବର ସଂଗ୍ରହ କରି ଫେରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ଭିଡିଓ ସରପଞ୍ଚ ପଠାଇଛନ୍ତି । ଗ୍ରାମରେ ଗତକାଲି ରାତ୍ରରୁ ଚାପା ଉତ୍ତେଜନା ଜାରୀ ରହିଥିବା କହିଛନ୍ତି ।
ତେବେ ସରକାରଙ୍କ ଉପରେ ବହୁ ମାତ୍ରାରେ ବିଶ୍ୱର ରଖିଥିବା ଏହି ପଞ୍ଚାୟତର ସରପଞ୍ଚ ଓ ଏସଏଚଜି ମାଁ ମାନଙ୍କୁ କେବେ ନ୍ୟାୟ ମିଳୁଛି ଓ ଛେଳି ବଣ୍ଟନର ଦୁର୍ନିତିରେ ସାମିଲ ନ୍ୟସ୍ତ ସ୍ୱାର୍ଥ ଓ ଲାଞ୍ଚୁଆ କର୍ମଚାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ କି ପ୍ରକାର ଓ କେବେ ହେଉଛି ତାକୁ ଦେଖିବାକୁ ବାକି ରହିଲା ।