Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିସେମ୍ବର ପହିଲାରୁ ପୁଣି ବସ୍ ଧର୍ମଘଟ !

ସମ୍ବଲପୁର: ଡିସେମ୍ବର ପହିଲାରୁ ପୁଣି ବସ୍‌ ଧର୍ମଘଟ କରିବାକୁ ବସ ମାଲିକ ସଂଘ ଡାକରା ଦେଲେଣି।ଡିସେମ୍ବର ୧ରୁ ରାଜ୍ୟ ବ୍ୟାପି ବସ୍‌ ଧର୍ମଘଟ ହେବ।ଏ ନେଇ ଘରୋଇ ମାଲିକ ସଂଘର ନିଷ୍ପତ୍ତି ନେଲେଣି। ସଂଘ ଓ ସରକାର ମଧ୍ୟରେ ହୋଇଥିବା ଆଲୋଚନା ଆଗକୁ ବଢିନଥିବା ଯୋଗୁଁ ସଂଘ ପୁଣି ସମସ୍ସ୍ୟାର ସମାଧାନ ନେଇ ଧର୍ମଘଟକୁ ବିକଳ୍ପ ଭାବେ ଗ୍ରହଣ କରିବାକୁ ବାଧ୍ୟ ବାଧ୍ୟକତାରେ ପହଞ୍ଚିଛି।ମାଲିକ ସଂଘ କର୍ମକର୍ତ୍ତା ବରଦା ଆଚାର୍ଯ୍ୟଙ୍କ ସୂଚନାରୁ ଏଭଳି ଆଭାଷ ମିଲିଲାଣି ।ଡିସେମ୍ବର ମାସରେ ବସ ଧର୍ମଘଟ ହେଲେ ଏହା ଜନ ଜୀବନକୁ ବହୁଳ ଭାବେ ପ୍ରଭାବିତ କରିବା ଆଶଙ୍କା ରହୁଛି । ଏଣୁ ଅବିଲମ୍ଭେ ସରକାର ଘରୋଇ ବସ ମାଲିକ ସଂଘ ସହିତ ଆଲୋଚନା କରି ଏହାର ସ୍ଥାୟୀ ସମାଧାନ କରିବା ଦିଗରେ ପ୍ରୟାସ କରିବାକୁ ସାଧାରଣ ଜନତା ସରକାରଙ୍କ ଠାରେ ଦାବି କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ