Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରତିଭା ବିକାଶ ଅଭିଯାନର ସଦସ୍ୟ ଓ ଶିକ୍ଷାବିତଙ୍କ ସମାବେଶ

କୁଚିଣ୍ଡା:ଅଞ୍ଚଳରେ ଶିକ୍ଷାର ବିକାଶ ଓ ପ୍ରତିଭା ଚୟନ ଅଭିଯାନ ରେ ଦୀର୍ଘବର୍ଷ ଧରି ଉଦ୍ୟମ କରୁଥିବା ଶିକ୍ଷା ନୁରାଗୀ ଓ ଶିକ୍ଷାବିତଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି lଉପଖଣ୍ଡ ସ୍ଥରୀୟ କୁଚିଣ୍ଡା ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ସଭାରେ କୁଚିଣ୍ଡା ମହାବିଦ୍ୟାଳୟର ଅଧ୍ୟକ୍ଷl ସୁଶ୍ରୀ ସୁଚିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ମଣିଷକୁ ପୂର୍ଣ୍ଣାଙ୍ଗ ଓ ଆନନ୍ଦ ମୟ କରିଥାଏ ବୋଲି ଗୁରୁତ୍ଵାରୋପ କରିଥିଲେ l ସଭା ରେ ଡା. ହୃଦାନନ୍ଦ ନାଏକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡା. ସତ୍ୟବ୍ରତ ଦୋରା, ପୂର୍ବତନ କଲେଜ୍ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ, ରାଜ୍ୟ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଉପଦେଷ୍ଟା ଲକ୍ଷପତି ନନ୍ଦ, ବିଶିଷ୍ଟ ଶିକ୍ଷାବିତ ତଥା ଉପଦେଷ୍ଟା ରତନ ଲାଲ ସିଂ ପ୍ରମୁଖ ଯୋଗ ଦେଇଥିଲେ l
ସଭା କୁ ଅଧ୍ୟାପକ ପ୍ରଶାନ୍ତ ପଟେଲ ପରିଚାଳନା କରିଥିବା ବେଳେ କ୍ରୀଡା ଅଧ୍ୟାପକ ଦେବେନ୍ଦ୍ର ନାଏକ ବାର୍ଷିକ ବିବରଣୀ ପାଠ କରିଥିଲେ l ଆବାହକ ପ୍ରଭାତ ବେହେରା କାର୍ଯ୍ୟକ୍ରମ ର ଉଦେଶ୍ୟ ଜ୍ଞାପନ କରିଥିଲେ l ସଭାରେ ୨୦୨୨ର ଅଭିଯାନ ସଦସ୍ୟଙ୍କୁ କୃତଜ୍ଞତା ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ସଭା ରେ ବରିଷ୍ଠ ସଦସ୍ୟ ତଥା କୁଚିଣ୍ଡା ମହାବିଦ୍ୟାଳୟ ଆଲମୁନି ସଭାପତି ପ୍ରଫୁଲ୍ଲ ସାହୁ, ସମ୍ପାଦକ ପୁର୍ଣ୍ଣେନ୍ଦୁ ମହାନ୍ତି, ଡା. ଜୋସ୍ନା ପ୍ରଧାନ, ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣି, ପ୍ରକୃତି ବନ୍ଧୁ ସୁଗତ ପଟେଲ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଚକ୍ରଧର ମାଝୀ, ରମାକାନ୍ତ ମହାକୁଳ, ଶ୍ରମିକ ନେତା ମହମ୍ମଦ ମୁର୍ତ୍ତୁଜା, ଅଧ୍ୟାପକ ସତ୍ୟନାରାୟଣ ପଟେଲ, କୃଷ୍ଣଚନ୍ଦ୍ର ପୂଜାରୀ, ବରିଷ୍ଠ ଶିକ୍ଷକ ବିନୋଦ ସାହୁ, ସାଂକୃତିକ ସଂଗଠକ ମଳୟ ବେହେରା, ନାଲକୋ ଡେପୁଟି ମ୍ୟାନେଜର ରାମ ଚନ୍ଦ୍ର ମାଝୀ,ଓକିଲ ସଂଘର ପୂର୍ବତନ ସଭାପତି ରବୀନ୍ଦ୍ର ନାଏକ, ବରିଷ୍ଠ ଶିକ୍ଷକ ପ୍ରମୋଦ ଚୌଧୁରୀ, ବିମଳା ଚୌଧୁରୀ, କଲ୍ୟାଣୀ ପଟେଲ, ଦୀପକ ନାୟକ, ସମାଜସେବୀ ଅତୁଲ ଅଗ୍ରୱାଲ, ଦୁଃଖବନ୍ଧୁ କିସାନ, ପ୍ରବୀଣ ବେହେରା, ବିକାଶ ସାହୁ, ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l
ସଭାରେ ଆଦର୍ଶ ଶିକ୍ଷକ ଭାବେ ପୁରସ୍କୃତ ପ୍ରଧାନ ଶିକ୍ଷକ ଲକ୍ଷପତି ନନ୍ଦ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ଅବସର ପ୍ରାପ୍ତ ଶିକ୍ଷକ କୈଳାସ ନାଏକ ଙ୍କୁ ତାଙ୍କ କାର୍ଯ୍ୟ ପାଇଁ ସମ୍ମାନିତ କରା ଯାଇଥିଲା l ଅଭିଯାନକୁ ପୃଷ୍ଟପୋଷାକତା ଦେଇ ଶିକ୍ଷାର ବିକାଶ ସକାଶେ ଉଦ୍ୟମ କରୁଥିବା ତଥା କାର୍ଯ୍ୟକ୍ରମକୁ ଲୋକପ୍ରିୟ କରୁଥିବା ସଦସ୍ୟ ଡାକ୍ତର ସତ୍ୟବ୍ରତ ଦୋରା,ଶିକ୍ଷାବିତ୍ ସୁବାସ ନାୟକ, ସୁଗତ ପଟେଲ, ରତନ ଲାଲ ସିଂ ପ୍ରମୁଖଙ୍କୁ ମଧ୍ୟ ସ୍ଵତନ୍ତ୍ର ଭାବରେ ସ୍ବର୍ଧିତ କରାଯାଇଥିଲା । ସଭା ପ୍ରାରମ୍ଭରେ ଦିବଂଗତ ସମାଜସେବୀ ଗଣଙ୍କ ଉଦେଶ୍ୟ ରେ ନିରବ ପ୍ରାଥନା କରାଯାଇ ଥିଲା l ଅଭିଯାନ ର କାର୍ଯ୍ୟ କୁ ମାଗାଜିନ-୨୦୨୨ କୁ ଅତିଥି ମାନେ ଲୋକାର୍ପିତ କରିଥିଲେ l ସଭାରେ ଶତାଧିକ ଶିକ୍ଷାବିତ ଓ ପରିବାର ସଦସ୍ୟ ମାନେ ଯୋଗ ଦେଇଥିଲେ l ଉତ୍ସବରେ କୁଚିଣ୍ଡା କଲେଜ ଓ ଭାତପୁରା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l