Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାପ୍ତାହିକ ସମ୍ବାଦପତ୍ର ‘ଅଭିନନ୍ଦନ’ର ୧୫ତମ ସ୍ୱନକ୍ଷତ୍ର ଦିବସ

ବାଲେଶ୍ଵର : ବାଲେଶ୍ଵର ସହରରରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର ଅଭିନନ୍ଦନର ୧୫ତମ ସ୍ୱନକ୍ଷତ୍ର ଦିବସ ପୁରୀ ସ୍ଥିତ ସଂସ୍କୃତି ଭବନରେ ପାଳିତ ହୋଇଯାଇଛି । ରବିବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମେ କବିତାପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ୫୦ରୁ ଉର୍ଦ୍ଧ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷାବିତ ପ୍ରମୋଦା ଦେବୀ ସଂଯୋଜନା କରିଥିଲେ ।
ଏହାପରେ ଅଭିନନ୍ଦନର ସ୍ୱନକ୍ଷତ୍ର ଦିବସ ପାଳନ କରାଯାଇଥିଲା । ଡ. ପ୍ରଫେସର ପ୍ରଦୀପ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡ. କୈଳାସ ଚନ୍ଦ୍ର ଟିକାୟତ ଯୋଗ ଦେଇ କହିଥିଲେ ଯେ ସାପ୍ତାହିକ ସମ୍ବାଦପତ୍ରମାନେ ସାତ ଦିନ ମଧ୍ୟରେ ଘଟୁଥିବା ଘଟଣାବଳୀର ତର୍ଜମାକରି ତାର ସାରାଅଂଶକୁ ହଜମ କରିବାଭଳି ସାରଦେଇ ସମ୍ବାଦ ଅକାରରେ ପରିବେଷଣ କରୁଥିବାରୁ ଏହା ପାଠକ ମହଲରେ ବେଶ ଆଦୃତ ହୋଇପାରିଥାଏ । ଜଣେ ବ୍ୟକ୍ତି ସାତ ଦିନ ମଧ୍ୟରେ ଘଟିଯାଇଥିବା ଘଟଣାବଳୀ ଜାଣିବା ପାଇଁ ଦୈନିକ ଖବର କାଗଜ ପୃଷ୍ଠା ଅଲଟାଇବା ଅପେକ୍ଷା ଗୋଟେ ସାପ୍ତାହିକ ସମ୍ବାଦପତ୍ର ପଢ଼ିଦେଲେ ସେତିକି ସବୁକିଛି ପାଇହୁଏ । ସମ୍ମାନିତ ଅତିଥିଭାବେ ବଲାଙ୍ଗିରସ୍ଥିତ ସରକାରୀ ଆର୍ୟୁବେଦ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡା. ରାମକୃଷ୍ଣ ପାଣିଗ୍ରାହୀ, ଫକୀରମୋହନ ବିଶ୍ଵବିଦ୍ୟାଳୟ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ. ଦେବାଶିଷ ପାତ୍ର, ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ମହାସଂଘର ରାଜ୍ୟ ସଭାପତି ଓ ସାପ୍ତାହିକ ସମ୍ବାଦପତ୍ର ‘ନବୀନ’ର ସମ୍ପାଦକ ରବି ରଥ, ନୀଳଗିରି ମହିଳା ମହାବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗର ପ୍ରାଧ୍ୟାପକ ଡ. ପ୍ରଦୀପ୍ତ କୁମାର ମିଶ୍ର, ବାଲେଶ୍ଵରର ବରିଷ୍ଠ ଆଇନ ଜୀବୀ ଅରବିନ୍ଦ ବାରିକ, କେନ୍ଦୁଝରର ଆଦର୍ଶ ଶିକ୍ଷକ ଓ ସୁସାହ୍ୟିକ ମଧୁସୂଦନ ମିଶ୍ର, ପ୍ରମୁଖ ଯୋଗଦେଇ କହିଥିଲେ ଯେ ଦୈନିକ ସମ୍ବାଦପତ୍ର ତୁଳନାରେ ସାପ୍ତାହିକ ସମ୍ବାଦପତ୍ର ଗୁଡ଼ିକ କୌଣସି ଗୁଣରେ କମ ନୁହେଁ | ସାପ୍ତାହିକ ସମ୍ବାଦପତ୍ର ଗୁଡ଼ିକ ସରକାରୀ ସହାୟତାରୁ ବଞ୍ଚିତ ହେଉଥିବାରୁ ଅନେକଗୁଡ଼ି ଏ ସମ୍ବାଦପତ୍ର ପାଇ ମଧ୍ଯ କିଛିଦିନ ପରେ ବନ୍ଦ ହୋଇଯାଉଥିବାର ଦେଖୁବାକୁ ମିଳେ । ଏ ପରିପ୍ରେକ୍ଷୀରେ ଅଭିନନ୍ଦନ ସମ୍ବାଦପତ୍ର ବିନା ସରକାରୀ ବିଜ୍ଞାପନରେ ୧୪ ବର୍ଷ ଧରି ପ୍ରକାଶ ପାଇଆସିବା ଘଟଣା ନିଶ୍ଚିତଭାବେ ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବନାହିଁ । ଅଭିନନ୍ଦନ ସମ୍ବାଦପତ୍ରର ସମ୍ପାଦକ ଇଂ ଜଗଦୀଶ ମିଶ୍ର କିଭଳି ଭାବେ ସମ୍ବାଦପତ୍ରଟିକୁ ବଞ୍ଚାଇ ରଖିଛନ୍ତି ସେ କଥା ଏକ ଆଶ୍ଚର୍ଯ୍ୟଜନକ ବୋଲି ବକ୍ତାମାନେ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ୧୩ଜଣ ପ୍ରତିଭାଧାରୀ ଭାବେ ସୁମନ୍ତ କୁମାର ଜେନା ପ୍ରକୃତିମିତ୍ର, ଜନାର୍ଦ୍ଦନ ଭୂୟାଁ ସଙ୍ଗୀତ ନିର୍ଦ୍ଦେଶକ, ସୌମ୍ୟଦିପ୍ ଚକ୍ରବର୍ତ୍ତୀ ସମାଜସେବୀ, ଶୁଭ୍ରାଲିନ ନାୟକ କଣ୍ଠଶିଳ୍ପୀ, ଶ୍ରୀମତି ଚନ୍ଦ୍ରିକା ରଣା ନୃତ୍ୟଶିଳ୍ପୀ, ମୋହନ ସାହୁ ଚିତ୍ରଶିଳ୍ପୀ, ଡ. ପ୍ରଦୀପ୍ତ କୁମାର ମିଶ୍ର ଯୁବ ସ୍ତମ୍ଭକାର, ଡା. ଇପ୍‌ସିତା ପ୍ରଧାନ ପ୍ରାବନ୍ଧିକା, ସ୍ନିଗ୍ଧା ଜି. ମହାପାତ୍ର କବୟିତ୍ରୀ, ମହେଶ୍ଵର ପାତ୍ର ଗାଳ୍ପିକ, ଶ୍ରୀଯୁକ୍ତ ପ୍ରଭାତ ଚନ୍ଦ୍ର ରଥ ଆଦର୍ଶ ଶିକ୍ଷକ, ଶ୍ରୀଯୁକ୍ତ ଦେବିଦତ୍ତ ମିଶ୍ର ଆଦର୍ଶ ସାମ୍ବାଦିକ, ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ଅନୁଷ୍ଠାନ ସମ୍ମାନରେ ସମ୍ମାନିତ କରାଯାଇଅଛି । ଏହି ସ୍ୱନକ୍ଷତ୍ର ଦିବସ ଅବସରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବହୁ ସାହିତ୍ୟିକ, ସାହିତ୍ୟପ୍ରେମୀ, ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ ।