Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନ୍ୟସ୍ତସ୍ୱାର୍ଥ ଷଡଯନ୍ତ୍ରରେ ଫସିଲେ ଆସଫ: ବିନା ତଦନ୍ତରେ କଂଗ୍ରେସର ଗିରଫ ଅଭିଯୋଗ

ସମ୍ବଲପୁର: କଂଗ୍ରେସର ବରିଷ୍ଠ ସଦସ୍ୟ ତଥା ପୁର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଆସଫ ଅଲ୍ଲି ଖାଁଙ୍କୁ ମିଥ୍ୟା ମକାଦ୍ଦମାରେ ଫସାଇ ଦିଆଯାଇଥିବା ରେଢାଖୋଲ କଂଗ୍ରେସ ଅଭିଯୋଗ ଆଣିଛି।ଆଜି ସମ୍ବଲପୁର ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସଫଙ୍କ ଗିରଫଦାରିକୁ ନିନ୍ଦା କରିବା ସହିତ ଏହା ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ହୀନ ଚକ୍ରାନ୍ତ ଓ ଷଡଯନ୍ତ୍ର ବୋଲି କଂଗ୍ରେସ ଅଭିଯୋଗ ଆଣିବା ସହିତ ବିନା ତଦନ୍ତରେ ପୋଲିସର ଗିରଫଦାରିକୁ ନିନ୍ଦା କରିଛି । ରେଢାଖୋଲ ରେ କ୍ରମଶଃ କଂଗ୍ରେସ ଲୋକ ପ୍ରିୟତାକୁ ଦେଖି ଆସଫଙ୍କୁ ବଦନାମ କରି ଶାସକ ଗୋଷ୍ଠୀ ନିଜର ଗୋଟିଚାଳନା କରୁଥିବା ମଧ୍ୟ କଂଗ୍ରେସର ପିସିସି ସଭ୍ୟ ଗୌରୀ ଶଙ୍କର ପାତ୍ର,ବରିଷ୍ଠ ନେତା ସୁରେଶ୍ୱର ମିଶ୍ର,ନାକଟିଦେଉଲ ବ୍ଲକ୍ ସଭାପତି ପ୍ରବୀଣ ପ୍ରଧାନ,ମାନେଶ୍ୱର ସଭାପତି ଧରଣୀଧର ସାହୁ ପ୍ରମୁଖ କଡା ଭାସାରେ ଏହି ଘଟଣାକୁ ସମାଲୋଚନା କରିଛି।