Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହପ୍ରିୟାବାହାଲ ଦ୍ୱିଦିବସୀୟ ଫୁଟବଲ ଟୁର୍ନାମେଣ୍ଟ:ଡେଙ୍ଗିମଚା ବିଜୟୀ

ସମ୍ବଲପୁର(ଜୟନ୍ତପୁର):ଜୁଯୋମୁରା ବ୍ଳକର ଡାକଡେରା ଖେଳପଡିଆରେ ହପ୍ରିୟାବାହାଲ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ୨୦୨୪ ଆଜି ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୋଟ ୧୬ ଗୋଟି ଫୁଟବଳ ଦଳ ଅଂଶଗ୍ରହଣ କରିଥିଲେ। ଏହାର ଫାଇନାଲ ମ୍ୟାଚ ଟି ଡେଙ୍ଗିମଚା ଓ ଶିତଲେନପାଲି ଫୁଟବଲ ଦଳ ମଧ୍ୟରେଅନୁଷ୍ଠିତ ହୋଇଥିବା ବେଳେ ଡେଙ୍ଗିମଚା ଦଳ ୧-୦ ଗୋଲରେ ବିଜୟୀ ହୋଇଥିଲା । ଏହାକୁ ଆଦିବାସୀ କ୍ଳବ ହପ୍ରିୟାବାହାଲ ଆୟୋଜନ କରିଥିବା ବେଳେ ଏହାର ଉଦଜାପନି ତଥା ପୁରସ୍କାର ବିତରଣି ସମାରୋହରେ ମୂଖ୍ୟ ଅତିଥି ଭାବରେ ରାଜ୍ୟ ଯୁବ ବିଜେଡି ର ସାଧାରଣ ସମ୍ପାଦକ ହିରାଲାଳ ବେହେରା, ସମ୍ମାନିତ ଅତିଥି ଭାବରେ ଜୟନ୍ତପୁର ପଞ୍ଚାୟତ ର ସରପଞ୍ଚ ଆରତୀ ତାଣ୍ଡିଆ,ନାଏବ ସରପଞ୍ଚ ଲଳିତ ପ୍ରଧାନ, ପୂର୍ବତନ ସରପଂଚ ଗଣେଶ ତାଣ୍ଡିଆ ପ୍ରମୁଖ ଯୋଗଦାନ କରି ବିଜେତା ତଥା ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ପ୍ରତିଯୋଗିତା କୁ ରେଫରି ବିଜୟ ଓରାମ, ରାଜାରାମ ଓରାମ,ପରେଶ ସିଦ୍ଧ, ଭୁର୍ସଭାନୁ ମହନ୍ତ ପରିଚାଳନା କରିଥିବା ବେଳେ ଆୟୋଜକ କ୍ଳବର ବିଜୁ ଓରାମ, ଭଗବାନ ଓରାମ,
ରମାକାନ୍ତ ଓରାମ, ରୋହିତ ଓରାମ, ରାଜିବ ଓରାମ ପ୍ରମୁଖ ଆୟୋଜନ ରେ ସହଯୋଗ କରିଥିଲେ।